୨୫ ନଭେମ୍ବର, ଶୁକ୍ରବାର: ସନ୍ତାନମାନଙ୍କ କାର୍ଯ୍ୟକଳାପ ମନରେ କଷ୍ଟ ଦେବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 24, 2022

୨୫ ନଭେମ୍ବର, ଶୁକ୍ରବାର: ସନ୍ତାନମାନଙ୍କ କାର୍ଯ୍ୟକଳାପ ମନରେ କଷ୍ଟ ଦେବ

ମେଷ: ବ୍ୟବସାୟୀମାନଙ୍କର ବାକି ପଡ଼ିଥିବା ଅର୍ଥ ଆଦାୟ ନ ହେବାରୁ ମନ ଭଲ ରହିବ ନାହିଁ । ସନ୍ତାନମାନଙ୍କର କାର୍ଯ୍ୟକଳାପ ହେତୁ ବାପାମା’ ମନ ଦୁଃଖ କରିବେ।  ସ୍ୱାସ୍ଥ୍ୟହାନୀ ଘଟିବ ଓ କର୍ମକ୍ଷେତ୍ରରେ ଗୁପ୍ତଶତ୍ରୁ ବୃଦ୍ଧି ହେବେ  ।

ବୃଷ: ବ୍ୟବସାୟରେ ଆଶାନୁରୂପ ଲାଭ ମିଳିବ ଓ ଦୂର ସ୍ଥାନକୁ ଭ୍ରମଣ କରିବେ । ପାରିବାରିକ ଜୀବନ ସୁଖମୟ ହେବ ଏବଂ ଘରକୁ ଅତିଥିଙ୍କର ଆଗମନ ହେବ। ରାଜନୀତି କରୁଥିବା ବ୍ୟକ୍ତି ସଫଳତା ପାଇପାରିବେ ।

ମିଥୁନ: ବହୁଦିନର ଦୁରବନ୍ଧୁଙ୍କ ସହିତ ମିଳନ ହେବାରୁ ହସଖୁସିରେ ସମୟ ଅତିବାହିତ କରିବେ।  ମହିଳାମାନେ ଧର୍ମ କାର୍ଯ୍ୟରେ ଲିପ୍ତ ରହିବେ, କିନ୍ତୁ ଅର୍ଥନୈତିକ ସଫଳତା ପାଇବେ ନାହିଁ । ସନ୍ତାନମାନଙ୍କର କାର୍ଯ୍ୟକଳାପ ସନ୍ତୋଷଜନକ ରହିବ ।

କର୍କଟ :  ଦୁରବନ୍ଧୁଙ୍କ ସହିତ ବହୁ ଦିନ ପରେ ମିଳନ ହେବ ଓ ନୂଆ ବ୍ୟବସାୟ ପାଇଁ ମନ ବଳାଇବେ । ଦାମ୍ପତ୍ୟ ଜୀବନ ସୁଖମୟ ହେବ, ସୁସ୍ବାଦୁ ଭୋଜନ କରିବେ । ବ୍ୟବସାୟରେ ବାକି ପଡ଼ିଥିବା ଅର୍ଥ ଆଦାୟ ହେବ ।

ସିଂହ :  କର୍ମକ୍ଷେତ୍ରରେ ମାନସମ୍ମାନ ପ୍ରାପ୍ତି ହେବାରୁ ମନ ଖୁସି ରହିବ ଓ ସୁସ୍ୱାଦୁ ଭୋଜନ କରିବେ । ଦାମ୍ପତ୍ୟ ଜୀବନ ସୁଖମୟ ହେବା ସହ ପ୍ରେମଭାବ ବୃଦ୍ଧି ହେବ । ଦୂରସ୍ଥାନକୁ ଗଲାବେଳେ ସାବଧାନ ସହିତ ଯାଆନ୍ତୁ ନଚେତ୍ ସ୍ୱାସ୍ଥ୍ୟହାନୀ ଘଟିବ ।

କନ୍ୟା: ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେବେ ଏବଂ ଅଧିକ ଦାୟିତ୍ୱ ନିର୍ବାହ କରିବେ। ବ୍ୟବସାୟରେ ଲାଭ ପାଇପାରିବେ ନାହିଁ ଓ ଗୁପ୍ତଶତ୍ରୁ ବୃଦ୍ଧି ହେବେ ।  ଦାମ୍ପତ୍ୟ ଜୀବନ ସୁଖମୟ ରହିବ ।

ତୁଳା : ହସଖୁସିରେ ସମୟ ଅତିବାହିତ କରିବେ ଓ ସୁସ୍ୱାଦୁ ଭୋଜନ କରିବେ। ଦୂରସ୍ଥାନକୁ ଭ୍ରମଣ ଯୋଗ ରହିଛି, ନୂଆ ବ୍ୟବସାୟ ପାଇଁ ମନ ବଳାଇବେ । ବ୍ୟବସାୟରେ ଲାଭ ପାଇପାରିବେ ।  ଘର ପାଇଁ ନୂତନ ଦ୍ରବ୍ୟ କ୍ରୟ କରିବେ ।

ବିଛା : ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ଚାକିରିର ସୁଯୋଗ ମିଳିବାରୁ ମନ ଖୁସି ରହିବ । ଆଗରୁ ଯେଉଁ ସମସ୍ୟା ଥିଲା ତାହା ଦୂର ହେବା ସହିତ ନୂଆ ଖୁସି ଖବର ପ୍ରାପ୍ତି ହେବ । ସ୍ୱାମୀସ୍ତ୍ରୀ ମଧ୍ୟରେ ଉତ୍ତମ ବୁଝାମଣା ରହିବ ।

ଧନୁ  :  ପାରିବାରିକ ସମସ୍ୟା ସୃଷ୍ଟି ହେବାରୁ ମନରେ ଉତ୍ତେଜନା ବୃଦ୍ଧି ହେବ। ବହୁଦିନର କଥାକୁ ନେଇ ପଡୋଶୀଙ୍କ ସହିତ ବାଦବିବାଦ ଦେଖାଯିବ।  ସନ୍ତାନମାନଙ୍କର ପାଠପଢାକୁ ନେଇ ବାପାମା’ ଖୁସି ହେବେ ।

ମକର  : ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯିବ ଓ ପାରିବାରିକ ଅଶାନ୍ତି ସୃଷ୍ଟି ହେବ । ସନ୍ତାନମାନଙ୍କର କାର୍ଯ୍ୟକଳାପ ବାପାମା’ଙ୍କ ମନରେ କଷ୍ଟ ଦେବ। ନିର୍ମାଣାଧୀନ କାର୍ଯ୍ୟ ଶେଷ କରିବା ପାଇଁ ବନ୍ଧୁଙ୍କୁ ସାହାଯ୍ୟ ମାଗିପାରନ୍ତି ।

କୁମ୍ଭ: କର୍ମକ୍ଷେତ୍ରରେ ମାନସମ୍ମାନ ମିଳିବ ଏବଂ ରାଜନୀତିରେ ସଫଳତା ପାଇପାରିବେ। ନୂଆ ଘର କରିବା ପାଇଁ ନିଜର ଅତି ଘନିଷ୍ଠ ବନ୍ଧୁଙ୍କର ପରାମର୍ଶ ନେବେ । ଭାବୁଥିବା କାର୍ଯ୍ୟ ଅଚାନକ ପୂରଣ ହେବ ଓ ଭ୍ରମଣର ସୁଯୋଗ ମିଳିବ।

ମୀନ : ସ୍ୱାମୀ ସ୍ତ୍ରୀ ମଧ୍ୟରେ ପ୍ରେମଭାବ ବୃଦ୍ଧି ହେବ ଏବଂ ନୂଆ କାର୍ଯ୍ୟ ପାଇଁ ଦୂରସ୍ଥାନକୁ ଯାତ୍ରା କରିବେ। ଭୂମି ଯାନବାହାନ କ୍ରୟ କରିବା ପାଇଁ ସୁଯୋଗ ମିଳିବ। ବଡ ବ୍ୟବସାୟ ପାଇଁ ମନ ବଳାଇବେ ଓ ବନ୍ଧୁଙ୍କର ସହଯୋଗ ଲୋଡିବେ।

The post ୨୫ ନଭେମ୍ବର, ଶୁକ୍ରବାର: ସନ୍ତାନମାନଙ୍କ କାର୍ଯ୍ୟକଳାପ ମନରେ କଷ୍ଟ ଦେବ appeared first on Odisha Reporter.



from Odisha Reporter https://ift.tt/lpR9NsB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages