ନାବାଳିକାଙ୍କ ମୃତ୍ୟୁ ରହସ୍ୟ ‍ଫିଟାଇଲା ସାମ୍ବାଦିକଙ୍କ ମେସେଜ: ମାଜିଷ୍ଟ୍ରେଟ ଓ ଡାକ୍ତର ନିଲମ୍ବିତ, ଏସ୍‌ପି ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 11, 2022

ନାବାଳିକାଙ୍କ ମୃତ୍ୟୁ ରହସ୍ୟ ‍ଫିଟାଇଲା ସାମ୍ବାଦିକଙ୍କ ମେସେଜ: ମାଜିଷ୍ଟ୍ରେଟ ଓ ଡାକ୍ତର ନିଲମ୍ବିତ, ଏସ୍‌ପି ଗିରଫ

ଗୌହାଟୀ: ଜଣେ ଆଦିବାସୀ ନାବାଳିକାଙ୍କ ମୃତ୍ୟୁ ରହସ୍ୟ ଫିଟାଇଛି ଜଣେ ସାମ୍ବାଦିକଙ୍କ ମେସେଜ। ୧୩ ବର୍ଷୀୟ ଆଦିବାସୀ ଝିଅ ଜଣଙ୍କ ଆତ୍ମହତ୍ୟା କରିଥିବା ପ୍ରଥମେ ଅଭିଯୋଗ ହୋଇଥିଲା। ହେଲେ ଏହା ଉପରେ ଜଣେ ସାମ୍ବାଦିକ ସନ୍ଦେହ ପ୍ରକାଶ କରି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କୁ ହ୍ୱାଟସଆପ୍‌ରେ ଗୋଟିଏ ମେସେଜ କରିଥିଲେ।

ଘଟଣାର ତଦନ୍ତ ସିଆଇଡି ଦ୍ୱାରା କରିବାକୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ସିଆଇଡି ଘଟଣାର ତଦନ୍ତ କରିବା ପରେ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି। ଘରୋଇ ସହାୟକ ଭାବେ ଡାରଙ୍ଗ ଜିଲ୍ଲାରେ ଜଣଙ୍କ ଘରେ କାମ କରୁଥିବା ଆଦିବାସୀ ନାବାଳିକା ଜଣଙ୍କ ଆତ୍ମ ହତ୍ୟା କରି ନାହାନ୍ତି, ବରଂ ତାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି। ସେହିପରି ପୂରା ମାମଲାକୁ ରଫାଦଫା କରିବାକୁ ଜିଲ୍ଲାର ବରିଷ୍ଠ ପୁଲିସ୍‌ ଅଧିକାରୀଙ୍କ ଠାରୁ ଆରମ୍ଭ କରି ମାଜିଷ୍ଟ୍ରେଟ ଓ ଡାକ୍ତର ସାମିଲ ଥିବା ଜଣାପଡ଼ିଛି। ଏମାନେ ସମସ୍ତେ ଘଟଣାକୁ ଆତ୍ମହତ୍ୟାର ରୂପ ଦେବାକୁ ଭରପୂର ଚେଷ୍ଟା କରିଥିଲେ।

ଆସାମ ସିଆଇଡି ଘଟଣାର ତଦନ୍ତ କରି ଚାର୍ଜଶିଟ ଦାଖଲ କରିଛି। ଏଥିରେ ନାବାଳିକା ଜଣଙ୍କ କାମ କରୁଥିବା ଏସ୍‌ଏସ୍‌ବି ଯବାନ କୃଷ୍ଣ କମଳ ବାରୁହାଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବେ ଦର୍ଶାଯାଇଛି। ସେ ନାବାଳିକାଙ୍କୁ ଦୁଷ୍କର୍ମ ସହ ହତ୍ୟା କରିଥିଲେ। ଏହାବାଦ ସିଆଇଡି ଦୁର୍ନୀତି କରିଥିବା ସରକାରୀ ଅଧିକାରୀଙ୍କ ବିରୋଧରେ ପୃଥକ ମାମଲା କରିଛି ଓ ନିଲମ୍ବିତ ହୋଇଥିବା ଜଣେ ଏସ୍‌ପିଙ୍କୁ ଗିରଫ କରିଛି।

ସେହିପରି ଧୁଲା ପୁଲିସ୍‌ ଷ୍ଟେସନର ଓଆଇସିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନାବାଳିକାଙ୍କ ଶବ ବ୍ୟବଚ୍ଛେଦ କରି ମିଛ ରିପୋର୍ଟ ଦେଇଥିବା ୩ ଡାକ୍ତର ଓ ପୂରା ଘଟଣାରେ ସାମିଲ ଥିବା ଜଣେ ମାଜିଷ୍ଟ୍ରେଟଙ୍କୁ ମଧ୍ୟ ନିଲମ୍ବିତ କରାଯାଇଛି।

ଧୁଲାରେ ଥିବା କୃଷ୍ଣଙ୍କ ଘରୁ ୧୩ ବର୍ଷୀୟ ଝିଅର ମୃତଦେ ଚଳିତ ବର୍ଷ ଜୁନ ମାସରେ ମିଳିଥିଲା। ସ୍ଥାନୀୟ ପୁଲିସ୍‌ ଓ ଅଭିଯୁକ୍ତ କୃଷ୍ଣ କହିଥିଲେ ନାବାଳିକା ଜଣଙ୍କ ଆତ୍ମହତ୍ୟା କରିଛନ୍ତି ଓ ଶବ ବ୍ୟବଚ୍ଛେଦ ପରେ ଏହାକୁ ସତ୍କାର କରାଯାଇଛି।

ଆସାମ ପୁଲିସ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ରାଜା ମୋହନ ରୟ ଡାରଙ୍ଗ ଜିଲ୍ଲାର ଏସ୍‌ପି ଥିବା ବେଳେ ପୂରା ମାମଲା ରୁଜୁ ହୋଇଥିଲା। ପରବର୍ତ୍ତୀ ଅବସ୍ଥାରେ ଧୁଲା ପୁଲିସ୍‌ ଷ୍ଟେସନର ଓଆଇସିଙ୍କ ଜରିଆରେ ସେ ଅଭିଯୁକ୍ତ ପରିବାର ଠାରୁ ୨ ଲକ୍ଷ ଟଙ୍କା ଗ୍ରହଣ କରିଥିବା ବ୍ୟାଙ୍କ ଷ୍ଟେଟମେଣ୍ଟରୁ ଜଣାପଡ଼ିଥିଲା। ଏଥିପାଇଁ ତାଙ୍କ ନାଁରେ ନୂଆ ମାମଲା ହୋଇଛି। ସେ ଅଭିଯୁକ୍ତଙ୍କୁ ସୁହାଇଲା ଭଳି ପଦକକ୍ଷେପ ନେବା ସହ ଘଟଣାକୁ ରଫାଦଫା କରିବାକୁ ଚେଷ୍ଟା କରିଥିଲେ।

ପୀଡ଼ିତାଙ୍କ ପରିବାର ଲୋକ ନାବାଳିକାଙ୍କୁ ଦୁଷ୍କର୍ମ କରିବା ପରେ ହତ୍ୟା କରାଯାଇଥିବା ଅଭିଯୋଗ ମଧ୍ୟ କରିଥିଲେ। ନାବାଳିକାଙ୍କ ମୃତ୍ୟୁର ୨ ମାସ ପରେ ଜଣେ ସ୍ଥାନୀୟ ସାମ୍ବାଦିକ ଘଟଣା ସମ୍ପର୍କରେ କିଛି ଗୁରୁତ୍ୱପୂର୍ଣ୍ଣ କଥା ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କୁ ହ୍ୱାଟସଆପରେ ଜଣାଇଥିଲେ। ଏହାପରେ ସେ ସିଆଇଡି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।

ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା କହିଛନ୍ତି, “ପୀଡ଼ତାଙ୍କ ପରିବାର ଲୋକ କରିଥିବା ଅଭିଯୋଗ ଓ କିଛି ତଥ୍ୟକୁ ଆଧାର କରି ଜଣେ ସ୍ଥାନୀୟ ସାମ୍ବାଦିକ ମୋତେ ହ୍ୱାଟସଆପରେ ଜଣାଇଥିଲେ। ମୁଁ ଏହା ଜାଣିବା ପରେ ଡାରଙ୍ଗ ଏସ୍‌ପିଙ୍କ ଠାରୁ ଷ୍ଟାଟସ ରିପୋର୍ଟ ମାଗିବାକୁ ମୋ ଅଫିସକୁ କହିଥିଲି। ରିପୋର୍ଟକୁ ଦେଖିବା ପରେ ଘଟଣାରେ ହେରଫେର ହୋଇଥିବା ଜାଣିବାକୁ ପାଇଥିଲି। ଏହାପରେ ଘଟଣାର ଯାଞ୍ଚ ମୁଁ କରିବା ପରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ତେଣୁ ମୁଁ ଡିଜିପିଙ୍କୁ ଘଟଣାର ପୁନଃ ତଦନ୍ତ ପାଇଁ କହିଥିଲି ଓ ଶେଷରେ ଘଟଣାର ତଦନ୍ତ ସିଆଇଡି ଆରମ୍ଭ କରିଥିଲା।”

ମୁଖ୍ୟମନ୍ତ୍ରୀ ବିଶ୍ୱଶର୍ମା ଓ ଆସାମ ଡିଜିପି ଭାସ୍କର ଜ୍ୟୋତି ମହାନ୍ତା ପୀଡ଼ିତାଙ୍କ ଘରକୁ ଯିବା ସହ ସେମାନଙ୍କୁ ପୁନଃ ତଦନ୍ତର ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ଏସ୍‌ପି, ଅତରିକ୍ତ ଏସପି ଓ ଧୁଲଲା ପୁଲିସ୍‌ ଷ୍ଟେସନର ଓଆଇସିଙ୍କୁ ନିଲମ୍ବିତ କରାଯାଇଥିଲା। ଏବେ ସେମାନଙ୍କୁ ଗିରଫ କରାଯାଇଛି।

ସିଆଇଡି ତଦନ୍ତ କରିବା ବେଳେ ନାବାଳିକାଙ୍କ ଶବକୁ ମାଟି ତଳୁ ବାହାର କରିଥିଲା। ପୁଣି ଏହାର ବ୍ୟବଚ୍ଛେଦ କରାଯିବା ସହ କପଡ଼ାର ଫରେନ୍ସିକ ଯାଞ୍ଚ କରାଯାଇଥିଲା। କପଡ଼ାରୁ ମିଳିଥିବା ସେମେନ ଷ୍ଟ୍ରେନର ସତ୍ୟାସତ୍ୟ ଜାଣିବା ପାଇଁ ଡିଏନଏ ଟେଷ୍ଟ ମଧ୍ୟ ହୋଇଥିଲା।

ଅଭିଯୁକ୍ତ ଜଣଙ୍କ ଆଦିବାସୀ ନାବାଳିକାଙ୍କୁ ଯୌନ ନିର୍ଯାତନା ଦେଉଥିଲେ। ଏ ସମ୍ପର୍କରେ ସେ ତାଙ୍କ ପରିବାର ଓ ଅଭିଯୁକ୍ତଙ୍କ ପତ୍ନୀଙ୍କୁ କହିଦେବେ ବୋଲି ଧମକ ଦେଇଥିଲେ। ଏହି ଧମକ ପରେ ଅଭିଯୁକ୍ତ ଜଣଙ୍କ ତାଙ୍କୁ ଗୋଟିଏ ଭାରୀ ଜିନିଷରେ ଆକ୍ରମଣ କରିଥିଲେ। ତାଙ୍କ ମୁଣ୍ଡ ଓ ବେକକୁ ସେ ପ୍ରଥମେ ପ୍ରହାର କରିଥିଲେ। ସେ ତଳେ ପଡ଼ି ଯିବା ପରେ ତାଙ୍କୁ ତଣ୍ଟି ଚିପି ହତ୍ୟା କରିଥିଲେ। ଏହାକୁ ଆତ୍ମହତ୍ୟାର ରୂପ ଦେବାକୁ ସେ ମୃତଦେହକୁ ଗୋଟିଏ କପଡ଼ାରେ ବାନ୍ଧି ଝୁଲାଇ ଦେଇଥିଲେ।

ଆସାମ ସିଆଇଡିର ଏଡିଜିପି ଏୱାଇଭି କ୍ରିଷ୍ଣା କହିଛନ୍ତି ଯେ “ ଆମେ ଜଣେ ଆଇଜିପିଙ୍କ ନେତୃତ୍ୱରେ ଏସ୍‌ଆଇଟି ଗଠନ କରିଥିଲୁ। ଏହାର ୬ ସପ୍ତାହ ମଧ୍ୟରେ ଆମେ ବୈଜ୍ଞାନିକ ଭିତ୍ତିରେ ଦ୍ୱିତୀୟ ଶବ ବ୍ୟବଚ୍ଛେଦ କରିଥିଲୁ। ଫରେନ୍ସି ପ୍ରମାଣକୁ ଯାଞ୍ଚ କରିବାକୁ ବିଶେଷଜ୍ଞଙ୍କୁ ନେଇ ଗୋଟିଏ ବୋର୍ଡ ଗଠନ ହୋଇଥିଲା।

ସମାନ ଓଜନ ଓ ଉଚ୍ଚତାର ଡମୀ ବ୍ୟବହାର କରି ସିନ ରିକ୍ରିକେଟ କରାଯାଇଥିଲା। ଆମେ ଟାୱାର ଲୋକେସନ, କଲ ରେକର୍ଡ ଓ ଜିଓ ଟ୍ୟାଙ୍ଗିର ବିଶ୍ଲେଷଣ କରି କେଉଁଠି ଅଭିଯୁକ୍ତମାନେ ଏକାଠି ହୋଇଥିଲେ ଓ ଟଙ୍କା ନେଣଦେଣ କେମିତି ହୋଇଥିଲା, ତା’ର ତଥ୍ୟ ହାସଲ କରିଥିଲୁ। ବର୍ତ୍ତମାନ ଏହି ଦୁଷ୍କର୍ମ ଓ ହତ୍ୟା ମାମଲାରେ ଆମେ ମୁଖ୍ୟ ଅଭିଯୁକ୍ତଙ୍କ ସହ ମାମଲାକୁ ଦିଗ ହରା କରିଥିବା ଲୋକଙ୍କୁ ଗିରଫ କରିଛୁ। ଏଥିସହ ୧୦୦୦ ପୃଷ୍ଠାର ଚାର୍ଜଶିଟ ମଧ୍ୟ ଦାଖଲ କରାଯାଇଛି।”

ଅନ୍ୟପକ୍ଷରେ ଏହି ଘଟଣା ସାମ୍ନାକୁ ଆସିବା ପରେ ଆସାମ ସରକାର ରାଜ୍ୟରେ ଘଟିଥିବା ସମସ୍ତ ଘରୋଇ ସହାୟକଙ୍କ ଅସ୍ୱାଭାବିକ ମୃତ୍ୟୁର ଫାଇଲ ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି।

The post ନାବାଳିକାଙ୍କ ମୃତ୍ୟୁ ରହସ୍ୟ ‍ଫିଟାଇଲା ସାମ୍ବାଦିକଙ୍କ ମେସେଜ: ମାଜିଷ୍ଟ୍ରେଟ ଓ ଡାକ୍ତର ନିଲମ୍ବିତ, ଏସ୍‌ପି ଗିରଫ appeared first on Odisha Reporter.



from Odisha Reporter https://ift.tt/A2wMcLs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages