ୱାଶିଂଟନ: ମଝି ଆକାଶରେ ଧକ୍କା ହେଲା ଦୁଇ ବିମାନ। ଏୟାର ଶୋ’ ବେଳେ ଘଟିଲା ଭୟଙ୍କର ଦୁର୍ଘଟଣା। ଆମେରିକାର ଡଲାସରେ ଦେଖିବାକୁ ମିଳିଛି ଏଭଳି କିଛି ଦୃଶ୍ୟ। ଯାହାକୁ ଦେଖି ସମସ୍ତେ ଥରି ଉଠିଛନ୍ତି। ତେବେ ଏହି ଦୁର୍ଘଟଣାରେ କେତେ ଜଣ ମୃତାହତ ହୋଇଛନ୍ତି ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।
ଟେକ୍ସାସର ଡଲାସରେ ଶନିବାର ଏକ ଏୟାର ଶୋ’ର ଆୟୋଜନ କରାଯାଇଥିଲା। ଏହି ସମୟରେ ବୋଇଂ ବୋମା ବର୍ଷକ ବିମାନ ବି-୧୭ ଫ୍ଲାଇଂ ଫୋର୍ଟଟ୍ରେସ୍ ଓ ବେଲ୍ ପି-୬୩ କିଂକୋବ୍ରା ଫାଇଟର ବିମାନ ପରସ୍ପରକୁ ଧକ୍କା ଦେଇଥିଲେ। ଡଲାସ ଏକ୍ଜିକ୍ୟୁଟିଭ ଏୟାରପୋର୍ଟରେ ଏହି ଏୟାର ଶୋ’ ଚାଲିଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା ବୋଲି ଫେଡେରାଲ ଏଭିଏଶନ ଆଡିମିନିଷ୍ଟ୍ରେସନ(ୠଇଇ) ସୂଚନା ଦେଇଛି।
ତେବେ ବିମାନ କେତେ ଜଣ ବସିଥିଲେ। ଏହି ଘଟଣାର କାହାର ଜୀବନ ଯାଇଛି କି ନା ସେ ନେଇ ଏପର୍ୟ୍ୟନ୍ତ ସୂଚନା ମିଳି ନାହିଁ। ସୋଶାଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ବିମାନ ଦୁଇଟି ଧକ୍କା ହେବା ପରେ ତଳେ ପଡି ଭୟଙ୍କର ବିସ୍ଫୋରଣ ଘଟୁଥିବା ଦେଖିବାକୁ ମିଳିଛି।
ବିମାନ ଦୁର୍ଘଟଣା ହେବା ପରେ ଏମରଜେନ୍ସି ଷ୍ଟାଫ୍ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ସତର୍କତା ମୂଳକ କାର୍ଯ୍ୟ ଆରମ୍ଭ କରିଥିଲେ। ଏଫଏଏ ଏବଂ ଜାତୀୟ ପରିବହନ ସୁରକ୍ଷା ବୋର୍ଡ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।
— Litecoin Moses.LTC (@l3l2ucelee) November 12, 2022
The post ଏୟାର ଶୋ’ ବେଳେ ଭୟଙ୍କର ଦୁର୍ଘଟଣା, ଧକ୍କା ହେଲା ଦୁଇ ବିମାନ appeared first on Odisha Reporter.
from Odisha Reporter https://ift.tt/aF47T1P
No comments:
Post a Comment