ଶ୍ରୀନଗର: ଘାଟିରେ ପୁଣି ଟାର୍ଗେଟ୍ କିଲିଂ। ଜମ୍ମୁକଶ୍ମୀରରେ ଥମିବାର ନାଁ ନେଉନାହିଁ ପ୍ରବାସୀଙ୍କ ଉପରେ ହେଉଥିବା ଆତଙ୍କୀ ହମ୍ଲା। ଅନନ୍ତନାଗରେ ପୁଣି ଥରେ ଆତଙ୍କବାଦୀମାନେ ଦୁଇ ପ୍ରବାସୀ ଶ୍ରମିକଙ୍କ ଉପରେ ଗୁଳିମାଡ କରିଛନ୍ତି। ଏହି ଟାର୍ଗେଟ୍ କିଲିଂରେ ଦୁଇ ଶ୍ରମିକ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏନେଇ ଜମ୍ମୁକଶ୍ମୀର ପୁଲିସ ଟ୍ୱିଟ୍ କରି ସୂଚନା ଦେଇଛି।
ସୂଚନା ମୁତାବକ, ଏହି ଦୁଇ ଶ୍ରମିକ ଉତ୍ତରପ୍ରଦେଶର ବୋଲି ଜଣାପଡିଛି। ଜଣେ ଗୋରଖପୁରର ଛୋଟା ପ୍ରସାଦ ଆଉ ଜଣେ କୁଶିନଗରର ଗୋବିନ୍ଦ ବୋଲି ପରିଚୟ ମିଳିଛି। ଶନିବାର ଦିନ ଅନନ୍ତନାଗର ରାଖ-ମୋମିନ ଅଞ୍ଚଳରେ ଆତଙ୍କବାଦୀମାନେ ଅଣକଶ୍ମୀର ଶ୍ରମିକଙ୍କ ଉପରକୁ ଗୁଳିମାଡ କରିଥିଲେ। ଆକ୍ରମଣକାରୀଙ୍କୁ ଧରିବା ପାଇଁ ସର୍ଚ୍ଚ ଅପରେସନ ଚାଲିଛି। ପୂରା ଅଞ୍ଚଳକୁ ସିଲ୍ କରାଯାଇଥିବା ପୁଲିସ କହିଛି।
Hybrid #terrorist of proscribed #terror outfit LeT Imran Bashir Ganie of Harmen #Shopian who lobbed grenade #arrested by Shopian police. Further #investigation and raids are going on: ADGP Kashmir@JmuKmrPolice https://t.co/nP8xixR8GG
— Kashmir Zone Police (@KashmirPolice) October 17, 2022
ଏହାପୂର୍ବରୁ ନଭେମ୍ବର ୩ ତାରିଖରେ ଏକ ଘରୋଇ ସ୍କୁଲରେ କାମ କରୁଥିବା ଶ୍ରମିକଙ୍କୁ ଆତଙ୍କବାଦୀମାନେ ଟାର୍ଗେଟ୍ କରିଥିଲେ। ଆତଙ୍କୀଙ୍କ ଗୁଳିମାଡରେ ଦୁଇ ଜଣ ଶ୍ରମିକ ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ବିହାରର ହୋଇଥିବା ବେଳେ ଆଉ ଜଣେ ନେପାଳର ବାସିନ୍ଦା ଥିଲେ।
The post ଘାଟିରେ ପୁଣି ଟାର୍ଗେଟ୍ କିଲିଂ, ଦୁଇ ପ୍ରବାସୀ ଶ୍ରମିକଙ୍କୁ ଗୁଳିମାଡ଼ appeared first on Odisha Reporter.
from Odisha Reporter https://ift.tt/OwUNPHW
No comments:
Post a Comment