ଶ୍ୱଶୁର ଘରେ ଜ୍ୱାଇଁର ନାରକୀୟ କାଣ୍ଡ; ପତ୍ନୀ ପେଟରେ ଭୁଶି ଦେଲା କଇଁଚି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 21, 2022

ଶ୍ୱଶୁର ଘରେ ଜ୍ୱାଇଁର ନାରକୀୟ କାଣ୍ଡ; ପତ୍ନୀ ପେଟରେ ଭୁଶି ଦେଲା କଇଁଚି

ଉଦଳା(ମାନସ ପାଣି): ଶ୍ୱଶୁର ଘର ବୁଲିବାକୁ ଆସି ସ୍ୱାମୀ ଘଟାଇଲେ ନୃଶଂସ କାଣ୍ଡ । ସାମାନ୍ୟ ପାରିବାରିକ କଳହରୁ ସାତ ଜନ୍ମ ପାଇଁ ଯାହା ହାତ ଧରିବାକୁ ଶପଥ ନେଇଥିଲେ ତାର ହିଁ ଜୀବନ ନେଇଗଲେ। ସମସ୍ତେ ଶୋଇ ପଡ଼ିବା ପରେ ଏକ କଇଁଚିରେ ଭୁଶି ପତ୍ନୀକୁ ହତ୍ୟା କଲା ସ୍ୱାମୀ ।

ଏପରି ନାରକୀୟ କାଣ୍ଡ ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାର ଖୁଣ୍ଟା ଥାନା ଅଧୀନ ହିଞ୍ଜିଳିଗଡ଼ିଆ ଗାଁରେ ଘଟିଛି। ମୃତା ମହିଳାଜଣକ ହେଲେ ସୁହାଗୀ ମୁର୍ମୁ । ପତ୍ନୀ ହତ୍ୟା ଅଭିଯୋଗରେ ପୁଲିସ୍‌ ତାଙ୍କ ସ୍ୱାମୀ ମଧୁସୁଦନ ମୁର୍ମୁଙ୍କୁ ଅଟକ ରଖି ପଚରାଉଚରା କରୁଛି।

ପୁଲିସ୍‌ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ମଧୁସୁଦନ ଓ ସୁହାଗୀଙ୍କ ମଧ୍ୟରେ ଅଧିକାଂଶ ସମୟରେ କଳି ଝଗଡ଼ା ଲାଗି ରହୁଥିଲା। ଗତକାଲି ଉଭୟ ସୁହାଗୀଙ୍କ ବାପଘରକୁ ବୁଲି ଯାଇଥିଲେ। ସେଠାରେ ଥିବା ବେଳେ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା।

ଏହାପରେ ରାତିରେ ସମସ୍ତେ ଶୋଇ ପଡ଼ିବା ପରେ ଉତ୍ତ୍ୟକ୍ତ ମଧୁସୁଦନ ଘଟାଇଲେ ନାରକୀୟ କାଣ୍ଡ । ଏକ କଇଁଚିରେ ପତ୍ନୀଙ୍କ ଶରୀରର ବିଭିନ୍ନ ସ୍ଥାନକୁ ଭୁଶିଦେଲେ । ଝିଅର ଚିତ୍କାର ଶୁଣି ପରିବାର ଲୋକେ ଉଠି ତାଙ୍କ ଶରୀରରେ ଗଭୀର କ୍ଷତ ଥିବା ଦେଖିବାକୁ ପାଇଥିଲେ। ତୁରନ୍ତ ତାଙ୍କୁ ଡୁକୁରା ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ପୁଲିସ୍‌ ପହଞ୍ଚି ତଦନ୍ତ କରିବା ସହ ମଧୁସୁଦନଙ୍କୁ ଅଟକ ରଖି ପଚରାଉଚରା କରୁଛି।

The post ଶ୍ୱଶୁର ଘରେ ଜ୍ୱାଇଁର ନାରକୀୟ କାଣ୍ଡ; ପତ୍ନୀ ପେଟରେ ଭୁଶି ଦେଲା କଇଁଚି appeared first on Odisha Reporter.



from Odisha Reporter https://ift.tt/Nkuydms

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages