ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଦିଲ୍ଲୀ ଶ୍ରଦ୍ଧା ୱକର୍ ହତ୍ୟା ମାମଲାରେ ଜହ୍ଲାଦ ପ୍ରେମିକ ଅଫତାବ୍ ଅମିନ୍ ପୁନାୱାଲାର ଚାଲିଛି ପଲିଗ୍ରାଫ୍ ଟେଷ୍ଟ। ଦିଲ୍ଲୀ ରୋହିଣୀ ସ୍ଥିତ ଫରେନ୍ସିକ ଲ୍ୟାବ୍ରେ ପୁଲିସ ପକ୍ଷରୁ ପଲିଗ୍ରାଫ୍ ଟେଷ୍ଟ କରାଯାଉଛି।
ହତ୍ୟାର ଉଦ୍ଦେଶ୍ୟ, କାହିଁକି ହତ୍ୟା ପରେ ୩୫ ଖଣ୍ଡ କରିଥିଲା ଅଫତାବ୍? ଶ୍ରଦ୍ଧାଙ୍କ ବ୍ୟତୀତ ଆଉ କେଉଁ ଯୁବତୀମାନଙ୍କ ସହ ଲିଙ୍କରେ ଥିଲା ଅଫତାବ୍? ଏଭଳି ବହୁ ପ୍ରଶ୍ନକୁ ଧରି ଅଫତାବ୍ ଠାରୁ ପଲିଗ୍ରାଫ୍ ଟେଷ୍ଟ ମାଧ୍ୟମରେ ସତ ଉଗାଳୁଛି ପୁଲିସ।
ଏହା ପୂର୍ବରୁ ଗତକାଲି ଅଫତାବକୁ କୋର୍ଟରେ ହାଜର କରିଥିଲା ପୁଲିସ। ଅଫତାବକୁ ୪ ଦିନିଆ ରିମାଣ୍ଡରେ ନେବାକୁ କୋର୍ଟଙ୍କୁ ପୁଲିସ ଅନୁମତି ମାଗିଥିଲା। ସେହି ଅନୁଯାୟୀ କୋର୍ଟ ୪ ଦିନିଆ ରିମାଣ୍ଡ ଅନୁମତି ଦେବାପରେ ପୁଲିସ ଅଫତାବ୍ର ପଲିଗ୍ରାଫ୍ ଟେଷ୍ଟ କରାଉଛି।
ଗତକାଲି ଭିଡ଼ିଓ କନଫରେନ୍ସିଂ ଜରିଆରେ ଅଫତାବ୍କୁ କୋର୍ଟରେ ହାଜର କରାଯାଇଥିଲା। ଏହି ସମୟରେ ଅଫତାବ କୋର୍ଟକୁ କହିଥିଲା, ଯାହା ବି ମୁଁ ଘଟଣା ଘଟାଇଛି କେବଳ କ୍ରୋଧରେ। ତେବେ ସେ ପୁଲିସକୁ ସଂପୂର୍ଣ୍ଣ ସହଯୋଗ କରୁଥିବା ସୂଚନା ମିଳିଛି। ହତ୍ୟା ପରେ ଶ୍ରଦ୍ଧାଙ୍କ ଅଙ୍ଗ ପ୍ରତ୍ୟଙ୍ଗ ଗୁଡିକୁ କେଉଁଠି ଫୋପାଡିଛି, ତାହା ପୁଲିସକୁ କହିସାରିଥିବା କୋର୍ଟରେ କହିଛି ଅଫତାବ।
ପୋଖରୀ ପାଖରେ ଶ୍ରଦ୍ଧାଙ୍କ ଖପୁରୀ ଫୋପାଡିଥିବା ଅଫତାବ କହିଥିବା ବେଳେ ତାହା ଏଯାଏଁ ମିଳିପାରିନି। ବହୁ ଦିନ ବିତିଯାଇଥିବାରୁ ସମସ୍ତ ଘଟଣାକୁ ମନେ ପକାଇବା କଷ୍ଟକର ହେଉଥିବା ସେ କୋର୍ଟ ଆଗରେ କହିଛି। ଏଭଳି ସ୍ଥିତିରେ ପୁଲିସ ବର୍ତ୍ତମାନ ସମସ୍ତ ଦିଗକୁ ଧରି ପ୍ରମାଣ ଯୋଗାଡ଼ କରିବାରେ ଲାଗିଛି।
The post ଶ୍ରଦ୍ଧା ହତ୍ୟା ମାମଲା: ଅଫତାବର ଚାଲିଛି ପଲିଗ୍ରାଫ ଟେଷ୍ଟ appeared first on Odisha Reporter.
from Odisha Reporter https://ift.tt/JE5o1IC
No comments:
Post a Comment