ଘରୁ ଡାକି ନେଇ ହତ୍ୟା କରି ଫୋପାଡ଼ି ଦେଲେ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 21, 2022

ଘରୁ ଡାକି ନେଇ ହତ୍ୟା କରି ଫୋପାଡ଼ି ଦେଲେ!

ଧର୍ମଗଡ଼(ଇଙ୍ଗିତ ପଣ୍ଡା): ଜଣେ ବ୍ୟକ୍ତିଙ୍କୁ ଘରୁ ଡାକି ନେଇ ତାଙ୍କୁ ହତ୍ୟା କରି ଫୋପାଡ଼ି ଦେଇଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଧର୍ମଗଡ ଥାନା ଅନ୍ତର୍ଗତ ତମ୍ବାଛଡା ଠାରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ ଅମୁର୍ଲାପଦର ଗାଁର ଗୋପି ସୁନାନୀ।

ଅଭିଯୋଗ ଅନୁସାରେ, ଗତକାଲି ଜଳେଶ୍ୱର ଓ ମଦନ ଗୋପିଙ୍କୁ ଘରୁ ଡାକିନେଇ ପଲସା ନେଇ ଯାଇଥିଲେ। ଗୋପି ରାତି ୮ଟା ପର୍ଯ୍ୟନ୍ତ ପରିବାର ଲୋକଙ୍କ ଯୋଗାଯୋଗରେ ଥିଲେ। ଘରୁ ଫେରୁଥିବା ମଧ୍ୟ କହିଥିଲେ। ହେଲେ ରାତିରେ ଆଉ ଘରକୁ ଫେରି ନଥିଲେ। ତାଙ୍କ ଫୋନ୍‌ ମଧ୍ୟ ସୁଇଚ୍‌ଅଫ୍‌ ଆସିଥିଲା।  ପରେ ପରିବାର ଲୋକ ଖୋଜାଖୋଜି କରିଥିଲେ। ହେଲେ ପାଇ ନଥିଲେ। ଆଜି ସକାଳେ ଗୋପିଙ୍କ ମୃତଦେହ ତମ୍ବାଛଡା ରାସ୍ତାରେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏନେଇ ପୁଲିସ ଓ ପରିବାର ଲୋକଙ୍କୁ ଖବର ଦେଇଥିଲେ।

ପୁଲିସ ଓ ସାଇଣ୍ଟିଫିକ୍‌ ଟିକ୍ ପହଞ୍ଚି ଘଟଣାର ତଦନ୍ତ କରୁଛି। ଗୋପିଙ୍କ ମୃତଦେହ ନିକଟରେ ତାଙ୍କ ବାଇକ୍ ପଡ଼ିଛି। ଅନ୍ୟପକ୍ଷରେ ହତ୍ୟାକାରୀକୁ ଗିରଫ ଓ  ନ୍ୟାୟ ଦାବିରେ ଗୋପିଙ୍କ ସ୍ତ୍ରୀ ଓ ସ୍ଥାନୀୟ ଲୋକେ ତମ୍ବାଛଡାଠାରେ  ରାସ୍ତାରୋକ କରିଛନ୍ତି। ଜଳେଶ୍ୱର ଓ ମଦନ ଗୋପିଙ୍କୁ ହତ୍ୟା କରିଥିବା ତାଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି।

The post ଘରୁ ଡାକି ନେଇ ହତ୍ୟା କରି ଫୋପାଡ଼ି ଦେଲେ! appeared first on Odisha Reporter.



from Odisha Reporter https://ift.tt/Hd29m40

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages