କାବୁଲ: ବନ୍ଧୁକ ମୁନରେ ଆଫଗାନିସ୍ତାନକୁ ଦଖଲ କରିଥିବା ତାଲିବାନ ଧୀରେଧୀରେ ମହିଳାଙ୍କ ସ୍ୱାଧୀନତାକୁ ସଙ୍କୁଚିତ କରିବା ଆରମ୍ଭ କରିଛି। ପ୍ରଥମେ ମହିଳାମାନଙ୍କୁ ତାଲିବାନ ସରକାର ପାର୍କ ମନା କରିଥିଲା। ଏବେ ସେମାନଙ୍କ ପାଇଁ ନୂଆ ନିର୍ଦ୍ଦେଶନାମା ଜାରି କରାଯାଇଛି।
ନୂଆ ନିର୍ଦ୍ଦେଶରେ ଆଫାଗନିସ୍ତାନର କୌଣସି ମହିଳାଙ୍କୁ ଜିମ ଭିତରେ ପ୍ରବେଶ ପାଇଁ ଅନୁମତି ମିଳିବ ନାହିଁ ବୋଲି କୁହାଯାଇଛି। ଏହାର ଅର୍ଥ ମହିଳାମାନେ ଆଉ ଜିମ ଯାଇ ନିଜକୁ ଫିଟ ରଖିବାକୁ ବ୍ୟାୟାମ କରିପାରିବେ ନାହିଁ।
କାବୁଲରେ ଥିବା ଜଣେ ଅଧିକାରୀ ନିଜ ନାଁ ଗୋପନ ରଖି କହିଛନ୍ତି, ମହିଳାଙ୍କ ସ୍ୱାଧୀନତା ଓ ଅଧିକାର ଉପରେ ତାଲିବାନ ହମଲା କରିବାରେ ଲାଗିଛି। ମହିଳାଙ୍କୁ ଚାରି କାନ୍ଥ ମଧ୍ୟରେ ବନ୍ଦ କରି ରଖିବା ପାଇଁ ତାଲିବାନ ପକ୍ଷରୁ ସେମାନଙ୍କ ପାର୍କ ଓ ଜିମ ପ୍ରବେଶ ଉପରେ କଟକଣା ଲଗାଯାଇଛି।
ତାଲିବାନ ସରକାରର ଜଣେ ମୁଖପାତ୍ର କହିଛନ୍ତି, ଜିମରେ ମହିଳାଙ୍କ ପ୍ରବେଶ ଉପରେ ବ୍ୟାନ ଲଗାଯାଇଛି। କାରଣ ଲୋକମାନେ ଜିମରେ ଲିଙ୍ଗଗତ ପାର୍ଥକ୍ୟକୁ ମାନୁ ନାହାନ୍ତି। ଉଭୟ ପୁରୁଷ ଓ ମହିଳାମାନେ ଏକାଠି ଜିମରେ ବ୍ୟାୟାମ କରୁଛନ୍ତି। ସେହିପରି ଜିମ ଭିତରେ ମହିଳାମାନେ ହିଜାବ ପରିଧାନ କରୁନାହାନ୍ତି।
ପାର୍କରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳୁଛି। ତେଣୁ ମହିଳାଙ୍କ ପାର୍କ ଓ ଜିମ ପ୍ରବେଶ ଉପରେ ରୋକ ଲଗାଯାଇଛି। ଚଳିତ ସପ୍ତାହରୁ ହିଁ ଏହି ନିୟମ କାର୍ଯ୍ୟକାରୀ ହେଉଛି। ତାଲିବାନ ସରକାର ଦୀର୍ଘ ୧୫ ମାସ ହେଲା ମହିଳାଙ୍କ ପାଇଁ ପାର୍କ ଓ ଜିମ କେମିତି ବନ୍ଦ ନ ହେବେ, ସେଦିଗରେ ଅନେକ ଚେଷ୍ଟା କରିଥିଲେ। ଏଥିପାଇଁ ପୁରୁଷ ଓ ମହିଳାଙ୍କ ପାଇଁ ଅଲଗା ଅଲଗା ଦିନ ମଧ୍ୟ ଲାଗୁ କରାଯାଇଥିଲା।
କିନ୍ତୁ କେହି ବି ଏହାକୁ ମାନୁନାହାନ୍ତି। ସମସ୍ତେ ଏହାକୁ ଉଲ୍ଲଙ୍ଘନ କରୁଥିଲେ। ଅଧିକାଂଶ ଦିନ ଆମେ ଉଭୟ ମହିଳା ଓ ପୁରୁଷଙ୍କୁ ଏକାଠି ପାର୍କ ଭିତରେ ବୁଲୁଥିବା ଦେଖିଛୁ। ସେମାନେ ହିଜାବ ନିୟମ ମଧ୍ୟ ମାନୁନାହାନ୍ତି। ତେଣୁ ବାଧ୍ୟ ହୋଇ ଆମେ ମହିଳାଙ୍କ ପାଇଁ ବର୍ତ୍ତମାନ ସମୟରେ ଜିମ ଓ ପାର୍କ ବନ୍ଦ କରିଛୁ ବୋଲି ସେ କହିଛନ୍ତି।
ବ୍ୟାନ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ସମସ୍ତଙ୍କୁ କୁହାଯାଇଛି। ସେହିପରି ପାର୍କ ଓ ଜିମର ବ୍ୟବହାର ମହିଳାମାନେ କରୁଛନ୍ତି କି ନାହିଁ, ତା’ର ଯାଞ୍ଚ ମଧ୍ୟ ତାଲିବାନ ପକ୍ଷରୁ କରାଯିବ।
ଅନ୍ୟପକ୍ଷରେ ଆଫଗାନିସ୍ତାନର ମହିଳାଙ୍କ କଥା ବୁଝିବା ପାଇଁ ନିୟୋଜିତ ଜାତିସଂଘର ସ୍ୱତନ୍ତ୍ର ପ୍ରତିନିଧି ଆଲିସନ ଡାଭିଡିଆନ ଏପରି ବ୍ୟାନ ନିଷ୍ପତ୍ତିକୁ ନିନ୍ଦା କରିଛନ୍ତି।
The post ମହିଳାଙ୍କୁ ଜିମ ମନା, ଜାରି ହେଲା ନିର୍ଦ୍ଦେଶନାମା appeared first on Odisha Reporter.
from Odisha Reporter https://ift.tt/zrGkKXu
No comments:
Post a Comment