ସତ ଓଗାଳିଲେ ଅମୀୟକାନ୍ତ, ଅର୍ଚ୍ଚନା ନାଗଙ୍କୁ ଦେଇଥିଲେ ୭ଲକ୍ଷ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 22, 2022

ସତ ଓଗାଳିଲେ ଅମୀୟକାନ୍ତ, ଅର୍ଚ୍ଚନା ନାଗଙ୍କୁ ଦେଇଥିଲେ ୭ଲକ୍ଷ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବହୁ ଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କୁ  ୭ଟଙ୍କା ଦେଇଥିଲେ ବ୍ୟବସାୟୀ ଅମୀୟକାନ୍ତ ଦାସ। ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁଙ୍କ ଚିକିତ୍ସା ପାଇଁ ସେ ଏହି ଟଙ୍କା ଦେଇଥିବା ଇଡି ଆଗରେ ସତ ଓଗାଳିଛନ୍ତି। ଅର୍ଚ୍ଚନାଙ୍କୁ ସେ ସୋଶିଆଲ୍ ମିଡିଆରୁ ଜାଣିଥିବା ମଧ୍ୟ କହିଛନ୍ତି।

ଗତକାଲି ସକାଳେ ଅର୍ଚ୍ଚନା ନାଗ ହନିଟ୍ରାପ୍ ମାମଲାରେ ବ୍ୟବସାୟୀ ଅମୀୟକାନ୍ତ ଦାସଙ୍କୁ ଜେରା କରିଥିଲା ଇଡି। ଅମୀୟଙ୍କୁ ଇଡି ଅଧିକାରୀମାନେ ୮ ଘଣ୍ଟା ଧରି ଗୁଡ଼େଇ ତୁଡ଼େଇ ଅନେକ ପ୍ରଶ୍ନ ପଚାରିଥିଲେ। ଅମୀୟକାନ୍ତ ଦାସ ଭୁବନେଶ୍ୱରର ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ଭାବେ ପରିଚିତ। ୨୦୨୧-୨୨ରେ ତାଙ୍କ ସଂସ୍ଥାର ଚେକ୍‌ରୁ ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ଆକାଉଣ୍ଟରେ ୧୦ ଲକ୍ଷ ଟଙ୍କା ଡିପୋଜିଟ ହୋଇଥିଲା ବୋଲି ଜଣାପଡ଼ିଥିଲା। ଏହାର ଖୋଳତାଡ଼ କରିବା ପାଇଁ  ଇଡି ଅମୀୟଙ୍କୁ ସମନ କରିଥିଲା। ଗତକାଲି ସକାଳେ ଅମୀୟ ଇଡି ଅଫିସରେ ହାଜର ହୋଇଥିଲେ।

ଅର୍ଚ୍ଚନା ମାମଲାରେ ତଦନ୍ତକୁ ଜୋରଦାର କରିଥିବା ଇଡି ଏହା ଭିତରେ ଅନ୍ୟତମ ଅଭିଯୁକ୍ତ ତଥା ପୂର୍ବରୁ ଅକ୍ଷୟ ପରିଜାଙ୍କ ବିରୋଧରେ ଅଭିଯୋଗ ଆଣିଥିବା ଶ୍ରଦ୍ଧାଞ୍ଜଳି ବେହେରା ଆଜି ସକାଳେ ଇଡି ଅଫିସରେ ହାଜର ହୋଇଛନ୍ତି। ଆଜି ମଧ୍ୟ ସିନେ ପ୍ରଯୋଜକ ଅକ୍ଷୟ ପରିଜା ପୁଣି ଥରେ ଇଡି ଅଫିସରେ ହାଜର ହେବ। ଶ୍ରଦ୍ଧାଞ୍ଜଳି ଓ ଅକ୍ଷୟଙ୍କୁ ଇଡି ମୁହିଁମୁହିଁ ଜେରା କରିବ। ଉଭୟଙ୍କୁ ମୁହାଁମୁହିଁ ଜେରା କରିବା ସମୟରେ ବିଭିନ୍ନ ତଥ୍ୟ ସାମ୍ନାକୁ ଆସିବ ବୋଲି ଜଣାଯାଇଛି।

ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ବହୁ ହାଇପ୍ରୋଫାଇଲ ଲୋକଙ୍କ ନାଁ ଯୋଡ଼ି ହୋଇଛି। ଇଡିର ତଦନ୍ତ ପ୍ରକ୍ରିୟା ଅଧିକ ଗତିଶୀଳ ହୋଇଥିବାରୁ ଅର୍ଚ୍ଚନା ସହ ପୂର୍ବରୁ ଲିଙ୍କରେ ଥିବା ବହୁ ପ୍ରଭାବଶାଳୀଙ୍କ ଛାତି ଧଡ଼ଧଡ଼ ହେଉଥିବା ଚର୍ଚ୍ଚା ହେଉଛି।

 

The post ସତ ଓଗାଳିଲେ ଅମୀୟକାନ୍ତ, ଅର୍ଚ୍ଚନା ନାଗଙ୍କୁ ଦେଇଥିଲେ ୭ଲକ୍ଷ appeared first on Odisha Reporter.



from Odisha Reporter https://ift.tt/Kgywki6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages