ଲକ୍ଷ୍ନୌ: ବହୁଚର୍ଚ୍ଚିତ ଦିଲ୍ଲୀ ଶ୍ରଦ୍ଧା ୱକର ହତ୍ୟା ମାମଲାରେ ଦିନକୁ ଦିନ ନୂଆ ନୂଆ ଖୁଲାସା ହେଉଛି। ଅଭିଯୁକ୍ତ ଅଫତାବ ଅମୀନ ପୁନାୱାଲାକୁ ପୁଲିସ ରିମାଣ୍ଡରେ ନେଇ ଘନ ଘନ ଜେରା ଚଳାଇଛି। ତା’ର ନାର୍କୋ ଟେଷ୍ଟ କରିବା ପାଇଁ ପୁଲିସ ପ୍ରସ୍ତୁତି ଚଳାଇଛି। ଏହାରି ଭିତରେ ଏହି ହତ୍ୟାକାଣ୍ଡକୁ ନେଇ ପୂରା ଦେଶରେ ହଇଚଇ ସୃଷ୍ଟି ହୋଇଛି। ଅନେକ ଅଫତାବଙ୍କ ଏଭଳି ନୃଶଂସ ହତ୍ୟାକାଣ୍ଡକୁ ବିରୋଧ କରିବା ସହ କ୍ରୋଧ ପ୍ରକାଶ କରିଛନ୍ତି। ଏହି ତାଲିକାରେ ଏବେ ବିଶ୍ୱ ହିନ୍ଦୁ ପରିଷଦର ନେତା ସ୍ୱାଧୀ ପ୍ରାଚୀଙ୍କ ନାଁ ମଧ୍ୟ ଯୋଡି ହୋଇଛି।
ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସ୍ୱାଧୀ ପ୍ରାଚୀ କହିଛନ୍ତି, ହିନ୍ଦୁମାନେ ଏକଜୁଟ ହୁଅନ୍ତି। କାନ ଖୋଲ ଏବଂ ଶୁଣ। ସେମାନଙ୍କୁ ସମାନ ଭାଷାରେ ଉତ୍ତର ଦିଅ। ଅଫତାବ ଶ୍ରଦ୍ଧାଙ୍କୁ ୩୫ ଖଣ୍ଡରେ କାଟି ହତ୍ୟା କରିଛି, ତାକୁ ମଧ୍ୟ ୫୦୦ ଖଣ୍ଡ କରି କଟାଯାଉ। ଏଭଳି ଉଚିତ ଜାବବ ଦେଲେ ଆଉ କୌଣସି ଝିଅର ମୃତ୍ୟୁ ହେବ ନାହିଁ।
କେବଳ ସେତିକି ନୁହେଁ ସ୍ୱାଧୀ ପ୍ରାଚୀ ହିନ୍ଦୁ ଝିଅମାନଙ୍କୁ ମୁସଲମାନ ପୁଅମାନଙ୍କ ସହ ବନ୍ଧୁତା ଓ ପ୍ରେମ କରିବାକୁ କଠୋର ବାରଣ କରିଛନ୍ତି। ଏଥିସହ ପରିବାର ଲୋକଙ୍କୁ ନିଜ ଝିଅ ଉପରେ ନଜର ରଖିବାକୁ କହିଛନ୍ତି। ନିଜ ଝିଅମାନଙ୍କୁ ରକ୍ଷା କରିବାକୁ ସେ ଉପଦେଶ ଦେଇଛନ୍ତି। ଏଭଳି କରିବା ଦ୍ୱାରା ଆଉ କୌଣସି ଝିଅ ଲଭ୍ ଜିହାଦର ଶିକାର ହେବ ନାହିଁ ବୋଲି ସେ କହିଛନ୍ତି।
ଏଥିସହ ସେ ଉତତ୍ତରପ୍ରଦେଶର ଯୋଗୀ ସରକାରଙ୍କୁ ୟୁପିରେ ଥିବା ବେଆଇନ ମଦରାସା ଉପରେ ବୁଲଡୋଜର ଚଳାଇବା ପାଇଁ ଅପିଲ କରିଛନ୍ତି। ଏହି ସ୍ଥାନରେ ସରକାରୀ ହସ୍ପିଟାଲ ତିଆରି କରିବାକୁ ସେ ଦାବି କରିଛନ୍ତି।
ସୂଚନା ମୁତାବକ, ଦିଲ୍ଲୀ ଶ୍ରଦ୍ଧା ହତ୍ୟା ମାମଲାରେ ଧରାପଡିଥିବା ଅଫତାବର ନାର୍କୋ ଟେଷ୍ଟ ହେବ। ଏଥିପାଇଁ ପ୍ରସ୍ତୁତି ଚଳାଇଛି ପୁଲିସ। ଅଫତାବକୁ ପଚାରିବା ପାଇଁ ଦିଲ୍ଲୀ ପୁଲିସ ୪୦ ଟି ପ୍ରଶ୍ନ ପ୍ରସ୍ତୁତ କରିଛି। ଆସନ୍ତାକାଲି ଅର୍ଥାତ ସୋମବାର ପୁଲିସ ଅଫତାବଙ୍କ ନାର୍କୋ ଟେଷ୍ଟ କରିବ। ଏଥିପାଇଁ ପୁଲିସ ପୂର୍ବରୁ କୋର୍ଟରେ ଆବେଦନ କରିଥିଲା।
ଏହି ମାମଲାରେ ପୁଲିସ ଦିଲ୍ଲୀ, ମୁମ୍ବାଇ, ଗୁରଗାଁଓ, ଡେରାଡୁନ ଏବଂ ହିମାଚଳ ପ୍ରଦେଶର କିଛି ଜାଗାକୁ ତଦନ୍ତ କରିଛି। ଅଭିଯୁକ୍ତଙ୍କ ବିରୋଧରେ ଦୃଢ ପ୍ରମାଣ ଯୋଗାଡ କରିବାକୁ ପୁଲିସ ଲାଗିପଡିଥିବା କୁହାଯାଉଛି।
The post ଅଫତାବର ୫୦୦ ଖଣ୍ଡ କରାଯାଉ: ସ୍ୱାଧୀ ପ୍ରାଚୀ appeared first on Odisha Reporter.
from Odisha Reporter https://ift.tt/Cgn4eYE
No comments:
Post a Comment