ବିଶ୍ୱକପ ଫାଇନାଲରେ ମେସିଙ୍କ ଆର୍ଜେଣ୍ଟିନା, ହାରିଲା କ୍ରୋଏସିଆ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 13, 2022

ବିଶ୍ୱକପ ଫାଇନାଲରେ ମେସିଙ୍କ ଆର୍ଜେଣ୍ଟିନା, ହାରିଲା କ୍ରୋଏସିଆ

ଦୋହା: କତାରରେ ବିଶ୍ୱକପ ଜିତିବାକୁ ଲକ୍ଷ୍ୟ ନେଇ ଆସିଥିବା ଲିଓନେଲ ମେସିଙ୍କ ଆର୍ଜେଣ୍ଟିନା ଫାଇନଲରେ ପ୍ରବେଶ କରିଛି। ୨୦୧୮ ବିଶ୍ୱକପର ରନର୍ସଅପ କ୍ରୋଏସିଆକୁ ୩-୦ ଗୋଲରେ ପରାସ୍ତ କରି ଆର୍ଜେଣ୍ଟିନା ୬ଷ୍ଠ ଥର ପାଇଁ ଫିଫା ଫୁଟବଲ ବିଶ୍ୱକପ ଫାଇନାଲ ଟିକେଟ ହାତେଇଛି।

ମଙ୍ଗଳବାର ବିଳମ୍ବିତ ରାତିରେ ଖେଳା ଯାଇଥିବା ପ୍ରଥମ ସେମି ଫାଇନାଲରେ ମେସିଙ୍କ ଜଲୱା ଦେଖିବାକୁ ମିଳିଛି। ସେ ଏହି ମ୍ୟାଚ୍‌ରେ ଗୋଟିଏ ଗୋଲ କରିଥିବା ବେଳେ ଆଉ ଗୋଟିଏରେ ସହଯୋଗ କରିଥିଲେ। ଆର୍ଜେଣ୍ଟିନାର ଅନ୍ୟତମ ଷ୍ଟାର ଖେଳାଳି ଜୁଲିଆନ ଆଲଭାରେଜ ଦୁଇଟି ଗୋଲ ସ୍କୋର କରିଛନ୍ତି।

ଏହି ବିଜୟ ସହ ଏଯାଏ ଦୁଇ ଥର ବିଶ୍ୱକପ ଜିତିଥିବା ଆର୍ଜେଣ୍ଟିନା ତୃତୀୟ ଥର ପାଇଁ ଟ୍ରଫିର ନିକଟତର ହୋଇଛି। ମେସିଙ୍କର ଏହା ସମ୍ଭବତଃ ଶେଷ ବିଶ୍ୱକପ। ତେଣୁ ଦଳ ବିଜୟ ସହ ଏହି ମହାନ ଫୁଟବଲରଙ୍କୁ ବିଦାୟ ଦେବାକୁ ଲକ୍ଷ୍ୟ ରଖିଛି। ଆଜି ରାତି ୧୨.୩୦ରେ ଦ୍ୱିତୀୟ ସେମିରେ ମରକ୍କୋ ଓ ୨୦୧୮ରେ ବିଶ୍ୱକପ ଜିତିଥିବା ଫ୍ରାନ୍ସ ମୁହାଁମୁହିଁ ହେବେ। ସେହିପରି ଶନିବାର କ୍ରୋଏସିଆ ତୃତୀୟ ସ୍ଥାନ ପାଇଁ ମରକ୍କୋ କିମ୍ବା ଫ୍ରାନ୍ସ ମଧ୍ୟରୁ ଜଣଙ୍କ ସହ ଖେଳିବ।

ଆର୍ଜେଣ୍ଟିନା ଓ କ୍ରୋଏସିଆ ମ୍ୟାଚ ଆରମ୍ଭରୁ ବେଶ ରୋମାଞ୍ଚକର ଥିଲା। ଘନଘନ ଆଟାକ ଓ କାଉଣ୍ଟର ଆଟାକରେ ପୂରା ଲୁସାଇଲ ଷ୍ଟାଡିୟମ ଉଠିଥିଲା ପଡ଼ିଥିଲା। ତେବେ ୩୪ତମ ମିନିଟ୍‌ରେ ଆର୍ଜେଣ୍ଟିନାକୁ ମିଳିଥିଲା ପେନାଲ୍‌ଟି କିକ୍‌। ଜୁଲିଆନ୍‌ ଆଲ୍‌ଭାରେଜ୍‌ କ୍ରୋଏସିଆ ଡି’ ଭିତରେ ଥିବା ବେଳେ ଗୋଲ କିପର ଡୋମିନିଚ୍‌ ଲିଭାକୋଭିଚ୍‌ ତାଙ୍କୁ ଅଟକାଇବା ପାଇଁ ଫାଉଲ ମାରିଥିଲେ। ଏଥିପାଇଁ ଆର୍ଜେଣ୍ଟିନାକୁ ପେନାଲ୍ଟି ମିଳିଥିଲା। ଏହାକୁ ମେସି ଅତି ସହଜରେ ଗୋଲ୍‌ରେ ପରିଣତ କରି ଆର୍ଜେଣ୍ଟିନାକୁ ୧-୦ରେ ଆଗୁଆ କରି ଦେଇଥିଲେ।

ଏଥିସହ ଚଳିତ ବିଶ୍ୱକପରେ ୫ଟି ଗୋଲ କରି ଗୋଲ୍ଡେନ୍‌ ବୁଟ୍‌ ଦୌଡ଼ରେ ନିଜକୁ ସାମିଲ କରିଥିଲା। ମେସିଙ୍କ ବ୍ୟତୀତ ଫ୍ରାନ୍ସର ଏମବାପେ ମଧ୍ୟ ସମାନ ୫ ଗୋଲ ସହ ଗୋଲ୍ଡେନ ବୁଟ୍‌ ଦୌଡ଼ରେ ରହିଛନ୍ତି। ସେହିପରି ମେସି ବିଶ୍ୱକପରେ ଆର୍ଜେଣ୍ଟିନା ପାଇଁ ଏଯାଏ ୧୧ଟି ଗୋଲ କରିବାର ରେକର୍ଡ ମଧ୍ୟ କରିଛନ୍ତି।

ମ୍ୟାଚ୍‌ର ୩୯ତମ ମିନିଟ୍‌ରେ ଆଲଭାରେଜ ଅତ୍ୟନ୍ତ ଚମତ୍କାର ଢଙ୍ଗରେ ଗୋଲ କରି ହାଫଟାଇମ ସୁଦ୍ଧା ଆର୍ଜେଣ୍ଟିନାକୁ ୨-୦ରେ ଆଗୁଆ କରି ଦେଇଥିଲେ। ଲୁକା ମୋଡ୍ରିଚ୍‌ଙ୍କ କ୍ରୋଏସିଆ କମବ୍ୟାକ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଆର୍ଜେଣ୍ଟିନାର ରକ୍ଷଣଭାଗକୁ ଭେଦ କରିବା ଦଳ ପକ୍ଷେ ସମ୍ଭବ ହୋଇ ନଥିଲା।

ଦଳ ଚାପ ଅନୁଭବ କରୁଥିବା ବେଳେ ଏହାର ଫାଇଦା ୭୧ତମ ମିନିଟ୍‌ରେ ପୁଣି ଆର୍ଜେଣ୍ଟିନା ଉଠାଇଥିଲା। ମେସି ଓ ଆଲଭାରେଜଙ୍କ ଯୋଡ଼ି ମିଳିତ ଭାବେ ତୃତୀୟ ଗୋଲ ସ୍କୋର କରିଥିଲେ। ମେସି ବେଶ ଚମତ୍କାର ଢଙ୍ଗରେ କ୍ରୋଏସିଆ ରକ୍ଷଣ ଭାଗକୁ ଭେଦ କରି ଡି’ ମଧ୍ୟରେ ପହଞ୍ଚିଥିଲେ। ଏହାକୁ ଅଟକାଇବା ପାଇଁ ଲିଭାକୋଭିଚ୍‌ ଚେଷ୍ଟା କରୁଥିବା ବେଳେ ତାଙ୍କୁ ଚକମା ଦେଇ ମେସି ବେଶ ସୁନ୍ଦର ଭାବେ ଆଲଭାରେଜଙ୍କୁ ବଲ ପାସ କରିଥିଲେ। ସେ ମଧ୍ୟ କୌଣସି ତ୍ରୁଟି ନ କରି ଏହାକୁ ଗୋଲରେ ପରିଣତ କରିଦେଇଥିଲେ। ଏଥିସହ ଆର୍ଜେଣ୍ଟିନା ୩-୦ରେ ଆଗୁଆ ହୋଇ ଯାଇଥିଲା।


୦-୩ରେ ପଛୁଆ ଥିବା କ୍ରୋଏସିଆ କମବ୍ୟାକ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଆଉ ଏହା ସମ୍ଭବ ହୋଇ ପାରି ନଥିଲା। ଶେଷରେ ଆର୍ଜେଣ୍ଟିନା ମ୍ୟାଚ୍‌ ଜିତି ପ୍ରଥମ ଦଳ ଭାବେ ଫିଫା ବିଶ୍ୱକପ ଫାଇନାଲରେ ପ୍ରବେଶ କରିଛି।

୨୦୧୪ରେ ଆର୍ଜେଣ୍ଟିନା ଫାଇନାଲରେ ପ୍ରବେଶ କରିଥିଲେ ମଧ୍ୟ ଜର୍ମାନୀ ଠାରୁ ୧-୦ରେ ହାରିଯାଇଥିଲା। ୧୯୭୮ ଓ ୧୯୮୬ରେ ବିଶ୍ୱକପ ଜିତିଥିବା ଆର୍ଜେଣ୍ଟିନା ପାଖରେ ପୁଣିଥରେ ଚାମ୍ପିୟନ ହେବାର ସୁଯୋଗ ସୃଷ୍ଟି ହୋଇଛି।

The post ବିଶ୍ୱକପ ଫାଇନାଲରେ ମେସିଙ୍କ ଆର୍ଜେଣ୍ଟିନା, ହାରିଲା କ୍ରୋଏସିଆ appeared first on Odisha Reporter.



from Odisha Reporter https://ift.tt/p76sn0m

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages