ବେଙ୍ଗାଲୁରୁ: ବଢ଼ିଲା ଚିନ୍ତା। କର୍ଣ୍ଣାଟକରେ ଚିହ୍ନଟ ହେଲା ପ୍ରଥମ ଜିକା ଭାଇରସ। ପୁଣେର ଲ୍ୟାବ ରିପୋର୍ଟ ମୁତାବକ, ରାଜ୍ୟର ରାଇଚୁର ଜିଲ୍ଲାରେ ଜଣେ ୫ ବର୍ଷୀୟ ଝିଅ ଏହି ଭାଇରସରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ କେ ସୁଧାକର ସୂଚନା ଦେଇଛନ୍ତି। ଦକ୍ଷିଣାଞ୍ଚଳରେ ଏହା ହେଉଛି ପ୍ରଥମ ଜିକା ଭାଇରସ୍ ମାମଲା।
ସେପଟେ ଏହି ଜିକା ଭାଇରସ ମମଲା ସାମ୍ନାକୁ ଆସିବା ପରେ ପୂରା ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ଲୋକମାନଙ୍କୁ ଭୟଭୀତ ନେହେବା ପାଇଁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ସରକାର ଏହି ଭାଇରସ୍ ବିରୋଧରେ ସମସ୍ତ ପ୍ରକାରର ସତର୍କତା ଅବଲମ୍ବନ କରୁଛନ୍ତି ବୋଲି ଆଶ୍ୱାସନା ଦେଇଛନ୍ତି। ସ୍ୱାସ୍ଥ୍ୟସେବା ଉପରେ ନଜର ରଖାଯାଇଛି। ଡାକ୍ତରଙ୍କୁ ଆଲର୍ଟ ମୋଡରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଏହା ପୂର୍ବରୁ ଡିସେମ୍ବର ୮ ତାରିଖରେ ପୁଣେରେ ଏକ ଜିକା ଭାଇରସ୍ ମାମଲା ଚିହ୍ନଟ ହୋଇଥିଲା। ୫ ତାରିଖରେ ପରୀକ୍ଷା ପାଇଁ ୩ଟି ନମୁନା ପଠାଯାଇଥିବା ବେଳେ ସେଥିରୁ ୨ଟି ନେଗେଟିଭ୍ ଆସିଥିଲା ଓ ଜଣଙ୍କ ଶରୀରରେ ଜିକା ଭାଇରସ୍ ଚିହ୍ନଟ ହୋଇଥିଲା।
ଜିକା ଭାଇରସ କିଭଳି ହୁଏ, ଲକ୍ଷଣ କ’ଣ?
ଏଡିସ୍ ଇଜିପ୍ଟି ମଶା କାମୁଡ଼ିବା ଦ୍ୱାରା ଜିକା ସଂକ୍ରମଣ ହୁଏ। ଏହି ମଶା ଡେଙ୍ଗୁ ଓ ଚିକୁନ୍ଗୁନିଆ ସଂକ୍ରମଣ ପାଇଁ ମଧ୍ୟ ଦାୟୀ। ଜ୍ୱର, ଚର୍ମରେ ଦାଗ, ମାଂସପେଶୀ ଓ ଗଣ୍ଠି ଯନ୍ତ୍ରଣା, ମୁଣ୍ଡବିନ୍ଧା ଆଦି ଜିକା ଭାଇରସ ସଂକ୍ରମଣର ଲକ୍ଷଣ। ଏହି ଭାଇରସର ଲକ୍ଷଣଗୁଡ଼ିକ ସାଧାରଣତଃ ସାମାନ୍ୟ ଏବଂ ୨ରୁ ୭ ଦିନ ପର୍ଯ୍ୟନ୍ତ ଏହା ରହିଥାଏ।
The post କର୍ଣ୍ଣାଟକରେ ଚିହ୍ନଟ ହେଲା ପ୍ରଥମ ଜିକା ଭାଇରସ୍, ବଢ଼ିଲା ଚିନ୍ତା appeared first on Odisha Reporter.
from Odisha Reporter https://ift.tt/m8XLpFD
No comments:
Post a Comment