ଫାଦର ଷ୍ଟେନ ସ୍ୱାମୀଙ୍କୁ ଫସାଇଥିଲେ ହ୍ୟାକର୍ସ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 13, 2022

ଫାଦର ଷ୍ଟେନ ସ୍ୱାମୀଙ୍କୁ ଫସାଇଥିଲେ ହ୍ୟାକର୍ସ!

ନୂଆଦିଲ୍ଲୀ: ଭୀମା-କୋରେଗାଓଁ ହିଂସା ମାମଲାରେ ଗିରଫ ହୋଇ ଜେଲରେ ରହିବା ପରେ ଶେଷରେ ଅସୁସ୍ଥତା କାରଣରୁ ପ୍ରାଣ ହରାଇଥିବା ସାମାଜିକ କର୍ମୀ ଫାଦର ଷ୍ଟେନ ସ୍ୱାମୀଙ୍କ ସମ୍ପର୍କରେ ବଡ଼ ତଥ୍ୟ ସାମ୍ନାକୁ ଆସିଛି। ଯେଉଁ ମାଓବାଦୀ ଲିଙ୍କ ଓ ଦେଶ ବିରୋଧୀ କାର୍ଯ୍ୟକଳାପ ପାଇଁ ତାଙ୍କୁ ଏନଆଇଏ ଗିରଫ କରିଥିଲା, ବାସ୍ତବରେ ସେଥିରେ ତାଙ୍କର କୌଣସି ପ୍ରକାରର ଭୂମିକା ନଥିବା ଆମେରିକାର ଗୋଟିଏ ଲ୍ୟାବ ତା’ ରିପୋର୍ଟରେ କହିଛି।

ଷ୍ଟେନ ସ୍ୱାମୀଙ୍କ କମ୍ପ୍ୟୁଟରକୁ ହ୍ୟାକ କରାଯାଇଥିଲା। ତାଙ୍କୁ ଫସାଇବା ପାଇଁ ୪୪ଟି ଆପତ୍ତିଜନକ ଦସ୍ତାବିଜ ଏହା ମଧ୍ୟରେ ରଖାଯାଇଥିଲା। ତାଙ୍କ ନାଁରେ ବିଭିନ୍ନ ଲୋକଙ୍କୁ ଇ-ମେଲ ଓ ମାଓବାଦୀ କାର୍ଯ୍ୟକଳାପ ସମ୍ପର୍କରେ ଚିଠି ପଠାଯାଉଥିଲା ବୋଲି ଆମେରିକାର ଫରେନସିକ ଲ୍ୟାବ ଆରସେନଲ କନସଲଟିଂ କହିଛି।

ଏଲଗାର ପରିଷଦ ଓ ମାଓବାଦୀ ଲିଙ୍କରେ ତାଙ୍କୁ ଏନଆଇଏ ୨୦୨୦ ଅକ୍ଟୋବର ମାସରେ ଗିରଫ କରିଥିଲା। ସେବେଠାରୁ ସେ ଜେଲରେ ଥିଲେ। ଶେଷରେ ଗତବର୍ଷ ଜୁଲାଇ ୫ରେ ୮୩ ବର୍ଷୀୟ ଷ୍ଟେନ ସ୍ୱାମୀ ଅସୁସ୍ଥତା କାରଣରୁ ପ୍ରାଣ ହରାଇଥିଲେ। ୨୦୧୮ ଜାନୁଆରୀ ମାସରେ ରୁଜୁ ଭୀମା ଗୋରେଗାଓଁ ହିଂସା ମାମଲାରେ ତାଙ୍କୁ ଗିରଫ କରାଯାଇଥିଲା।

ଏହାପୂର୍ବରୁ ଆରସେନଲ ସମାନ ରିପୋର୍ଟ ଏହି ହିଂସା ଘଟଣାର ଅନ୍ୟତମ ଅଭିଯୁକ୍ତ ରୋନା ୱିଲସନ ଓ ସୁରେନ୍ଦ୍ର ଗାଡଲିଂଙ୍କ ସମ୍ପର୍କରେ ଦେଇଥିଲା। ଏହି ଦୁଇ ଜଣଙ୍କ କମ୍ପ୍ୟୁଟରରେ ମଧ୍ୟ କିଛି ଆପତ୍ତିଜନକ ଦସ୍ତାବିଜ୍‌ ଜାଣିଶୁଣି ରଖାଯାଇଥିବା ଲ୍ୟାବ କହିଥିଲା।

ତେବେ ଏହି ରିପୋର୍ଟରେ କୌଣସି ସତ୍ୟତା ନାହିଁ ବୋଲି ଏନଆଇଏ ପକ୍ଷରୁ ଅଭିଯୁକ୍ତଙ୍କ ଜାମିନ ଆବେଦନ ବେଳେ ଯୁକ୍ତି ରଖୁଥିବା ଆଡିସନାଲ ସିଲିସିଟର ଜେନେରାଲ ଅନୀଲ ସିଂହ ବାରମ୍ବାର କହି ଆସିଛନ୍ତି।

ଆରସେନଲ ଷ୍ଟେନ ସ୍ୱାମୀଙ୍କ ସମ୍ପର୍କରେ ପ୍ରକାଶ କରିଥିବା ରିପୋର୍ଟରେ କହିଛି ଯେ ୨୦୧୪ ପରଠାରୁ ନିୟମିତ ଷ୍ଟେନ ସ୍ୱାମୀଙ୍କ କମ୍ପ୍ୟୁଟରକୁ ହ୍ୟାକ କରାଯାଇଥିଲା।

ରିପୋର୍ଟ ୧,୨ ଓ ୩ରେ ଯେଉଁ ହ୍ୟାକର୍ସମାନେ ହ୍ୟାକ କରିଥିଲେ ରିପୋର୍ଟ ୪ରେ ମଧ୍ୟ ସମାନ ଗ୍ୟାଙ୍ଗର ହାତ ରହିଛି। ସେମାନେ ୨୦୧୪ ଅକ୍ଟୋବର ୧୯ରୁ ନିୟମିତ ଭାବେ ଷ୍ଟେନ ସ୍ୱାମୀଙ୍କ କମ୍ପ୍ୟୁଟରକୁ ହ୍ୟାକ କରୁଥିଲେ। ୨୦୧୯ ଜୁନ ୧୨ରେ ପୁଣେ ପୁଲିସ୍‌ ତାଙ୍କ କମ୍ପ୍ୟୁଟରକୁ ଜବତ କରିବା ପରେ ହ୍ୟାକ କରିବା ପ୍ରକ୍ରିୟା ବନ୍ଦ ହୋଇଥିଲା। ଏହି ସମୟସୀମା ମଧ୍ୟରେ ଷ୍ଟେନ ସ୍ୱାମୀଙ୍କ କମ୍ପ୍ୟୁଟର୍‌ରେ ୪୪ଟି ଆପତ୍ତିଜନକ ଦସ୍ତାବିଜ ବା ଅପରାଧୀକ କାର୍ଯ୍ୟକଳାପ ସଂକ୍ରାନ୍ତ କାଗଜପତ୍ର ଭର୍ତ୍ତି କରାଯାଇଥିଲା। ସେ ବିଭିନ୍ନ ବେଆଇନ କାର୍ଯ୍ୟକଳାପରେ ସାମିଲ ଥିବା ପ୍ରମାଣ କରିବା ପାଇଁ ଯୋଜନାବଦ୍ଧ ଭାବେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଥିଲା।

ଷ୍ଟେନ ସ୍ୱାମୀଙ୍କ ଟିମ୍‌ର ସଦସ୍ୟମାନେ ପୁଲିସ ଜବତ କରିଥିବା ବୈଦ୍ୟୁତିକ ପ୍ରମାଣର ସତ୍ୟାସତ୍ୟ ଯାଞ୍ଚ କରିବାକୁ ଆରସେନଲ ଲ୍ୟାବକୁ କହିଥିଲେ। ଏହାକୁ ଯାଞ୍ଚ କରି ଲ୍ୟାବ ୨୫ ପୃଷ୍ଠାର ରିପୋର୍ଟ ଦେଇଛି। ଏହି ରିପୋର୍ଟ ପରେ ଏନଆଇଏର ତଦନ୍ତକୁ ନେଇ ପ୍ରଶ୍ନ ଉଠିଛି।

ପ୍ରାଥମିକ ଅବସ୍ଥାରେ ଷ୍ଟେନ ସ୍ୱାମୀ ଝାରଖଣ୍ଡରେ ପାଦ୍ରୀ ଭାବେ କାମ କରୁଥିଲେ। ଏହାପରେ ସେ ଆଦିବାସୀଙ୍କ ଅଧିକାର ପାଇଁ କାମ କରିଥିଲେ। ଜଣେ ସାମାଜିକ ଓ ମାନବାଧିକାର କର୍ମୀ ଭାବେ ସେ ଝାରଖଣ୍ଡରେ ବିସ୍ଥାପନ ବିରୋଧୀ ଜନ ବିକାଶ ଆନ୍ଦୋଳନ ଆରମ୍ଭ କରିଥିଲେ।

୨୦୧୦ ମସିହାରେ ଷ୍ଟେନ ସ୍ୱାମୀ ‘ଜେଲରେ ଥିବା ବନ୍ଦୀମାନଙ୍କ ସତ୍ୟ’ ନାଁରେ ଗୋଟିଏ ବହି ଲେଖିଥିଲେ। ଏଥିରେ ନକ୍ସଲ ନାଁରେ କେମିତି ଆଦିବାସୀ ଯୁବକମାନଙ୍କୁ ଗିରଫ କରି ଜେଲରେ ରଖାଯାଉଛି ସେ ବିଷୟରେ ଉଲ୍ଲେଖ କରାଯାଇଥିଲା। ଏହାବାଦ ସେ ଆଦିବାସୀଙ୍କ ଉପରେ ହେଉଥିବା ନିର୍ଯାତନା ବିରୋଧରେ ମଧ୍ୟ ସ୍ୱର ଉଠାଉଥିଲେ।

The post ଫାଦର ଷ୍ଟେନ ସ୍ୱାମୀଙ୍କୁ ଫସାଇଥିଲେ ହ୍ୟାକର୍ସ! appeared first on Odisha Reporter.



from Odisha Reporter https://ift.tt/2waInNv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages