ଭଦ୍ରକ (ପାର୍ଥସାରଥୀ ନାୟକ): ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ତହସିଲ ଅନ୍ତର୍ଗତ ବୈତରଣୀ ନଦୀର ମଣିନାଥପୁର ବାଲି ଘାଟରୁ ଏକ ହାଇୱା ଯୋଗେ ବେଆଇନ ବାଲି ଚାଲାଣ ହେଉଥିବା ବେଳେ ଏହାକୁ ଷୋଳମପୁର ଛକ ନିକଟରେ ସ୍ଥାନୀୟ ସରପଞ୍ଚ ପରମାନନ୍ଦ ନାୟକଙ୍କ ନେତୃତ୍ୱରେ ଗ୍ରାମବାସୀ ଅଟକାଇଥିଲେ। କାଗଜପତ୍ର ଯାଞ୍ଚ ପରେ ଉକ୍ତ ହାଇୱା ଉପରେ ତହସିଲଦାରଙ୍କ ପକ୍ଷରୁ ୩୦ ହଜାର ୬୫ ଟଙ୍କା ଫାଇନ୍ ପକାଯାଇଥିଲା।
ଧରାପଡ଼ିଥିବା ହାଇୱାଟିରେ ଚୋରାରେ ବାଲି ଚାଲାଣ ହେଉଥିବା ନେଇ ଲୋକଙ୍କ ପାଖରେ ପୂର୍ବରୁ ସୂଚନା ପହଞ୍ଚି ଥିଲା। ମଣିନାଥପୁର-ଭଣ୍ଡାରିପୋଖରୀ ପୂର୍ତ୍ତ ରାସ୍ତାର ଷୋଳମପୁର ଛକ ନିକଟରେ ବାଲି ବୋଝେଇ ହାଇୱାଟି ପହଞ୍ଚିବା ପରେ ଲୋକେ ଏହାକୁ ଅଟକାଇ ନିର୍ଦ୍ଦିଷ୍ଟ କାଗଜପତ୍ର ଦେଖାଇବାକୁ କହିଥିଲେ। କିନ୍ତୁ ଗାଡ଼ି ଡ୍ରାଇଭର କାଗଜପତ୍ର ଦେଖାଇ ପାରି ନଥିଲେ। ଏହା ପରେ ରାଜସ୍ୱ ବିଭାଗ ଓ ପୁଲିସ୍କୁ ସୂଚନା ଦେଇଥିଲେ ଲୋକେ।
ଘଟଣାସ୍ଥଳରେ ଆରଆଇ ଓ ପୁଲିସ୍ ଅଧିକାରୀ ପହଞ୍ଚି ବାଲି ବୋଝେଇ ହାଇୱାଟିକୁ ତହସିଲ କାର୍ଯ୍ୟାଳୟ ପରିସରକୁ ନେଇଥିଲେ। ସେଠାରେ ଏହି ହାଇୱା ଗାଡ଼ ଠାରୁ ୩୦ ହଜାର ୬୫ ଟଙ୍କା ଜରିମାନା ଆଦାୟ କରାଯାଇଥିବା ତହସିଲଦାର ସରୋଜକାନ୍ତ ନାୟକ ସୂଚନା ଦେଇଛନ୍ତି।
The post ହାଇୱାରେ ବାଲି ଚୋରା ଚାଲାଣ ବେଳେ ଅଟକାଇଲେ ଗ୍ରାମବାସୀ; ୩୦ ହଜାର ତଣ୍ଡ ଗଣିଲା appeared first on Odisha Reporter.
from Odisha Reporter https://ift.tt/D1TgAbr
No comments:
Post a Comment