ପ୍ରମାଣ ଦେଲେ ରାଜନୀତି ଛାଡ଼ି ଦେବେ ଶରତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 11, 2022

ପ୍ରମାଣ ଦେଲେ ରାଜନୀତି ଛାଡ଼ି ଦେବେ ଶରତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପଦ୍ମପୁର ଉପ-ନିର୍ବାଚନ ପାଇଁ ବିଜେଡି ଓ କଂଗ୍ରେସ ମଧ୍ୟରେ ଡିଲ୍ ହୋଇଥିଲା ବୋଲି ଶନିବାର ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଥିଲେ। ରବିବାର କଂଗ୍ରେସର ବରିଷ୍ଠ ବିଧାୟକ ସୁରେଶ କୁମାର ରାୟଉରାୟ ମଧ୍ୟ ଏହା ସତ୍ୟ ବୋଲି କହିଛନ୍ତି। ତେବେ ବିରୋଧୀ ବିଜେପି ଓ ନିଜ ଦଳର କିଛି ନେତାଙ୍କ ଏଭଳି ମନ୍ତବ୍ୟକୁ ଖଣ୍ଡନ କରିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ। ସେ କହିଛନ୍ତି ଯେ ଯଦି ଏନେଇ କେହି ପ୍ରମାଣ ଦେବେ, ତା’ହେଲେ ସେ ସବୁ ଦିନ ପାଇଁ ରାଜନୀତି ଛାଡ଼ି ଦେବେ।

ଦିଲ୍ଲୀ ଗସ୍ତରେ ଥିବା ଶରତ କହିଛନ୍ତି, ବିଜେଡି ସହିତ କଂଗ୍ରେସର କୌଣସି ବୁଝାମଣା ହୋଇନାହିଁ। ଯେଉଁ ନେତାମାନେ ଏ କଥା କହୁଛନ୍ତି, ସେମାନେ ଭୁଲ୍ କହୁଛନ୍ତି। ଯଦି କିଛି ପ୍ରମାଣ ଅଛି, ତା’ହେଲେ ମୋତେ ଦେଖାନ୍ତୁ। ଯଦି ମୁଁ ନବୀନ ପଟ୍ଟନାୟକଙ୍କ ସହିତ ବା ଅନ୍ୟ କୌଣସି ବିଜେଡି ନେତାଙ୍କ ସହିତ କଥା ହୋଇଥାଏ ଅବା କୌଣସି ପ୍ରକାର ଡିଲ୍ ହୋଇଥାଏ ବୋଲି ସେମାନେ ପ୍ରମାଣ ଦିଅନ୍ତି, ତା’ହେଲେ ମୁଁ ସବୁ ଦିନ ପାଇଁ ରାଜନୀତି ଛାଡ଼ିଦେବି। ଯଦି ପ୍ରମାଣ ନାହିଁ, ତା’ହେଲେ ମିଥ୍ୟା କଥା କହି ଲୋକଙ୍କୁ ବିଭ୍ରାନ୍ତ କରନ୍ତୁ ନାହିଁ।

କେବଳ ପଦ୍ମପୁର ନୁହେଁ, ଆମେ ଏହା ପୂର୍ବରୁ ବି ଆଉ ୫/୭ଟି ନିର୍ବାଚନରେ ଏଭଳି ରେଜଲ୍ଟ ଦେଖିଛୁ। ତେଣୁ ପରବର୍ତ୍ତୀ ସମୟରେ ରଣନୀତି ପରିବର୍ତ୍ତନ କରାଯିବ ବୋଲି ଶରତ କହିଛନ୍ତି।

ବିଜେଡି ସହିତ ଡିଲ୍ ନେଇ ମିଡିଆ ଆଗରେ କୌଣସି ମନ୍ତବ୍ୟ ନଦେବାକୁ ପିସିସି ସଭାପତି ତାଙ୍କ ଦଳୀୟ ନେତାମାନଙ୍କୁ ଅନୁରୋଧ କରିଛନ୍ତି। ଏ ନେଇ ପ୍ରମାଣ ଥିଲେ ତାଙ୍କ ପାଖକୁ ଅବା ହାଇକମାଣ୍ଡଙ୍କ ପାଖକୁ ଯିବାକୁ ସେ ଅନୁରୋଧ କରିଛନ୍ତି। ଦଳ ଭିତରର କଥା ଦଳ ଭିତରେ ରହିବା ଉଚିତ୍ ବୋଲି ସେ କହିଛନ୍ତି। ପଦ୍ମପୁରରେ ଦଳ ପାଇଁ ପ୍ରଚାର କରିଥିବା ସମସ୍ତ ନେତାଙ୍କୁ ଧନ୍ୟବାଦ ଦେବା ସହିତ କଂଗ୍ରେସର ୯ରୁ ୯୦ ଆସନ ସ୍ୱପ୍ନ ନିଶ୍ଚୟ ପୂରା ହେବ ବୋଲି କହିଛନ୍ତି।

ସୂଚନାଯୋଗ୍ୟ, ଗତକାଲି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଥିଲେ ଯେ କଂଗ୍ରେସ ଭୋଟ୍ ବିଜେଡିକୁ ଟ୍ରାନ୍ସଫର ହେବ ବୋଲି ପ୍ରତିଶ୍ରୁତି ପାଇବା ପରେ ମୁଖ୍ୟମନ୍ତ୍ରୀ ନିର୍ବାଚନ ପ୍ରଚାର କରିବାକୁ ପଦ୍ମପୁର ଯାଇଥିଲେ। ଭୁବନେଶ୍ୱରରେ କଂଗ୍ରେସ ନେତୃବୃନ୍ଦଙ୍କ ସହିତ ବିଜେଡି ଏହି ଡିଲ୍ କରିଥିଲା। ସେହିପରି ଆଜି କଂଗ୍ରେସର ବରିଷ୍ଠ ବିଧାୟକ ସୁରେଶ କୁମାର ରାଉତରାୟ କହିଥିଲେ ଯେ ଏହି ଡିଲ୍ କଥା ସଂପୂର୍ଣ୍ଣ ସତ୍ୟ। ଦଳର ଯେତେ ବିଶିଷ୍ଟ ନେତା ପଦ୍ମପୁର ଯାଇଥିଲେ, ସେମାନେ ଦଳକୁ ହରାଇବାକୁ ସେଠାକୁ ଯାଇଥିଲେ। ତେବେ ଚକ୍ରାନ୍ତକାରୀଙ୍କ ମଧ୍ୟରେ ପିସିସି ସଭାପତି ଶରତ ପଟ୍ଟନାୟକ ନାହାନ୍ତି ବୋଲି ସେ କହିଥିଲେ।

The post ପ୍ରମାଣ ଦେଲେ ରାଜନୀତି ଛାଡ଼ି ଦେବେ ଶରତ appeared first on Odisha Reporter.



from Odisha Reporter https://ift.tt/hmL1QJY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages