ପୁଣି ଡରାଇଲା କରୋନା: ଟେଷ୍ଟିଂ ଟ୍ରାକିଂ,ଟ୍ରିଟ୍ ଓ ଟିକାକରଣ ଉପରେ ଗୁରୁତ୍ୱ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 23, 2022

ପୁଣି ଡରାଇଲା କରୋନା: ଟେଷ୍ଟିଂ ଟ୍ରାକିଂ,ଟ୍ରିଟ୍ ଓ ଟିକାକରଣ ଉପରେ ଗୁରୁତ୍ୱ

ନୂଆଦିଲ୍ଲୀ: ଚୀନରେ କୋଭିଡର ଭୟାବହତାକୁ ଦେଖି ସତର୍କ କେନ୍ଦ୍ର ସରକାର। ପୁଣି ଫେରିଲା କୋଭିଡ୍ ଆଡଭାଇଜରୀ। ସମ୍ଭାବ୍ୟ କରୋନା ଡର ଭିତରେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀମାନଙ୍କ ବୈଠକ ପରେ କେନ୍ଦ୍ର ପକ୍ଷରୁ ଏଇ ଆଡଭାଇଜରୀ ଜାରି କରାଯାଇଛି।

ଏହି ଆଡଭାଇଜରୀରେ ପ୍ରିକସନ୍ ଡୋଜ୍ ନେବାକୁ ଲୋକଙ୍କ ଭିତରେ ସଚେତନତା ସୃଷ୍ଟି ପାଇଁ ପରାମର୍ଶ ଦିଆଯାଇଛି। ଟେଷ୍ଟିଂ, ଟ୍ରାକ୍, ଟ୍ରିଟ୍ ଓ ଭ୍ୟାକ୍ସିନେସନ୍ ଉପରେ ଗୁରୁତ୍ୱ ଦିଆଯାଇଛି। ଆଗକୁ ଉତ୍ସବ ସମୟ ଥିବାରୁ, ଏଥିପାଇଁ ଆବଶ୍ୟକ ପ୍ରସ୍ତୁତି ସାଙ୍ଗକୁ ଗହଳି ଏଡ଼ାଇବା, ଗହଳି ଯାଗାରେ ମାସ୍କ ପିନ୍ଧିବା ନିଶ୍ଚିତ କରିବାକୁ ପରାମର୍ଶ ଦିଆଯାଇଛି।

ସେହିପରି ସମ୍ଭାବ୍ୟ ସ୍ଥିତିର ମୁକାବିଲା ପାଇଁ ହସ୍ପିଟାଲର ବ୍ୟବସ୍ଥା ସବୁ କିଭଳି ରହିଛି ଜାଣିବାକୁ ଡ୍ରାଏ ରନ୍ କରିବାକୁ ମଧ୍ୟ କୁହାଯାଇଛି। ନୂଆ ଭାରିଏଣ୍ଟ ଚିହ୍ନଟ ପାଇଁ ଜିନମ୍ ସିକୁଏନସିଂ ସାଙ୍ଗକୁ ପ୍ରତିଟି ଲୋକଙ୍କୁ କିଭଳି ଟିକାକରଣ କରାଯାଇ ପାରିବ ସେ ନେଇ ଜିଲ୍ଲାସ୍ତରରେ ଏହି ଅଭିଯାନକୁ ବଢ଼ାଇବାକୁ ନିର୍ଦ୍ଦେଶ ହୋଇଛି।

The post ପୁଣି ଡରାଇଲା କରୋନା: ଟେଷ୍ଟିଂ ଟ୍ରାକିଂ,ଟ୍ରିଟ୍ ଓ ଟିକାକରଣ ଉପରେ ଗୁରୁତ୍ୱ appeared first on Odisha Reporter.



from Odisha Reporter https://ift.tt/LtnPlxV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages