ଆଇନଜୀବୀଙ୍କୁ ମହଙ୍ଗା ପଡ଼ିଲା ଆନ୍ଦୋଳନ: ବନ୍ଧା ହେଲେ ୧୨, କଚେରି ଛକରେ ୧୪୪ ଧାରା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 12, 2022

ଆଇନଜୀବୀଙ୍କୁ ମହଙ୍ଗା ପଡ଼ିଲା ଆନ୍ଦୋଳନ: ବନ୍ଧା ହେଲେ ୧୨, କଚେରି ଛକରେ ୧୪୪ ଧାରା

ସମ୍ବଲପୁର(ଓଡ଼ିଶା ରିପୋର୍ଟର): ଆଇନଜୀବୀଙ୍କୁ ମହଙ୍ଗା ପଡ଼ିଲା ଆନ୍ଦୋଳନ । ବିଚାରପତିଙ୍କ ଚାମ୍ବରରେ ପଶି ଭଙ୍ଗାରୁଜା କରିବା ଘଟଣାରେ ୧୨ ଜଣଙ୍କୁ ବାନ୍ଧିଛି ସମ୍ବଲପୁର ପୁଲିସ୍‌। ସେମାନଙ୍କ ମଧ୍ୟରୁ ଜାମିନ ନାମଞ୍ଜୁର ହେବାରୁ ୯ ଜଣଙ୍କୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି। ଆଗକୁ ଗିରଫଦାରୀ ଆହୁରି ବଢ଼ିପାରେ ବୋଲି ସୂଚନା ଦେଇଛନ୍ତି ସମ୍ବଲପୁର ଏସ୍‌ପି ବି. ଗଙ୍ଗାଧର ।

ଏଥିସହ ଆନ୍ଦୋଳନସ୍ଥଳ କଚେରି ଛକରେ ୧୪୪ ଧାରା ଲାଗୁ କରାଯାଇଛି। ଆନ୍ଦୋଳନସ୍ଥଳରେ ୨ଶହ ମିଟର ପରିସର ମଧ୍ୟରେ ପ୍ରବେଶ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦିଆଯାଇଛି। ଏହି ଘଟଣାକୁ ନେଇ ତୁମ୍ବିତୋଫାନ ହେବା ସହ ରାଜ୍ୟ ପୁଲିସ୍‌କୁ କଡ଼ା ଭର୍ତ୍ସନା କରିଥିଲେ ସୁପ୍ରିମକୋର୍ଟ । ଏହାପରେ ସମ୍ବଲପୁର ପୁଲିସ୍‌ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ଗତକାଲି ରାତିରେ ୧୨ ଜଣଙ୍କୁ ଗିରଫ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୯ ଜଣଙ୍କ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି।

ହିଂସାକାଣ୍ଡ ଘଟାଇଥିବା କାହାକୁ ଛଡ଼ା ଯିବିନ । କୋର୍ଟ ପରିସରରେ ଓ ଆଖପାଖରେ ଲାଗିଥିବା ସିସିଟିଭି ଫୁଟେଜ ଆଧାରରେ ଗିରଫଦାରୀକୁ ଆହୁରି ବଢ଼ାଯିବ ବୋଲି କହିଛନ୍ତି ସମ୍ବଲପୁର ଏସ୍‌ପି ବି. ଗଙ୍ଗାଧର ।

ସମ୍ବଲପୁରରେ ହାଇକୋର୍ଟ ପ୍ରତିଷ୍ଠା ଦାବିକୁ ନେଇ ଓକିଲମାନେ ଦୀର୍ଘ ଦିନ ହେଲା ଆନ୍ଦୋଳନ ଚଳାଇ ଆସିଥିବା ବେଳେ ଗତକାଲି ଏହା ତୀବ୍ର ରୂପ ଧାରଣ କରିଥିଲା। ବହୁ ସଂଖ୍ୟାରେ ଓକିଲ  ବିଚାରପତିଙ୍କ ଚାମ୍ବରରେ ପଶି ବ୍ୟାପକ ଭଙ୍ଗାରୁଜା କରିଥିଲେ। ଏହି ଅଭିଯୋଗରେ  ସମ୍ବଲପୁର ଜିଲ୍ଲା ବାର  ଆସୋସିଏସନର ୨୯ ଜଣ ଆଇନଜୀବୀଙ୍କ ଲାଇସେନ୍ସ ସସ୍ପେଣ୍ଡ କରିଛି ବାର୍ କାଉନ୍ସିଲ୍ ଅଫ ଇଣ୍ଡିଆ ।  ସେମାନଙ୍କ ଲାଇସେନକୁ ଆସନ୍ତା ୧୮ ମାସ ପର୍ଯ୍ୟନ୍ତ ନିଲମ୍ବନ କରାଯାଇଛି । ଏନେଇ ପ୍ରେସ୍ ବିଜ୍ଞପ୍ତିରେ ବାର୍ କାଉନସିଲ୍ ଅଫ୍ ଇଣ୍ଡିଆ ପକ୍ଷରୁ ସୂଚନା ଦିଆଯାଇଛି ।  ସେହିଭଳି ଅନ୍ୟାଦେଶ ପର୍ଯ୍ୟନ୍ତ ସମ୍ବଲପୁର ଜିଲ୍ଲା ବାର୍ ଆସୋସିଏସନର ସମସ୍ତ ଓକିଲଙ୍କ ଲାଇସେନ୍ସକୁ ସାମୟିକ ଭାବେ ସସ୍‌ପେଣ୍ଡ କରାଯାଇଛି ।

ଆନ୍ଦୋଳନ ବେଳେ ସାମିଲ ହୋଇ ହିଂସା ଘଟାଇବା, ବିଚାରପତିମାନଙ୍କୁ ଖରାପ ବ୍ୟବହାର ପ୍ରଦର୍ଶନ, ସ୍ଲୋଗାନ ଦେବା, ଜଜ୍‌ମାନଙ୍କ କୁଶପୁତ୍ତଳିକା ଦାହ କରିବା, ବାର କାଉନସିଲ୍‌ ଅଫ ଇଣ୍ଡିଆ ଓ ରାଜ୍ୟ ବାର କାଉନସିଲ୍ ସଦସ୍ୟଙ୍କ କୁଶପୁତ୍ତଳିକା ପୋଡ଼ିବା, କୋର୍ଟ ରୁମ ଭିତରକୁ ପଶିଭଙ୍ଗା ରୁଜା କରିବା, ପୁଲିସ ପ୍ରତି ଦୁର୍ବ୍ୟବହାର ପ୍ରଦର୍ଶନ କରିବା ଆଦି ଘଟଣାରେ ବାର କାଉନସିଲ୍ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ଗତ ନଭେମ୍ବର ୩୦ରେ ହୋଇଥିବା ଆନ୍ଦୋଳନର FIR ଅନୁୟାୟୀ ୨୯ ଜଣ ଓକିଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି ବାର କାଉନସିଲ୍ ଅଫ ଇଣ୍ଡିଆ ।   ଗତକାଲି ହୋଇଥିବା ହିଂସାତ୍ମକ ଆନ୍ଦୋଳନ ନେଇ ମଧ୍ୟ ରାଜ୍ୟ ବାର କାଉନସିଲ ପକ୍ଷରୁ ବାର କାଉନସିଲ ଅଫ ଇଣ୍ଡିଆକୁ ସୂଚନା ଦିଆଯାଇଛି । ତେବେ କାର୍ଯ୍ୟବନ୍ଦ  ଆନ୍ଦୋଳନରେ ଅନ୍ୟ ବାର ଆସୋସିଏସନ୍ ସାମିଲ ଥିବା ପ୍ରମାଣ ମିଳିଲେ ସେମାନଙ୍କ ବିରୋଧରେ ବି ସମାନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବାର କାଉି୍ସଲ୍ ଚେତାବନୀ ଦେଇଛି ।

ଆଜି ଅପରାହ୍ଣ ୫ଟା ସୁଦ୍ଧା ରାଜ୍ୟରେ ଆଇନଜୀବୀଙ୍କ ଆନ୍ଦୋଳନ ନେଇ ବାର କାଉନସିଲ୍ ଅଫ ଇଣ୍ଡିଆକୁ ସବିଶେଷ ସୂଚନା ଦେବ ରାଜ୍ୟ ବାର କାଉନସିଲ୍ ।  ଏହି ରିପୋର୍ଟ ଆଧାରରେ ଆସନ୍ତାକାଲି କାର୍ଯ୍ୟାନୁଷ୍ଠାନ ହେବ ବୋଲି ସୂଚନା ଦେଇଛି ବାର କାଉନସିଲ । ଅନ୍ୟପଟେ ନିଲମ୍ବିତ ଓକିଲ ଯେଭଳି କୌଣସି କୋର୍ଟ କାର୍ଯ୍ୟରେ ଭାଗ ନେଇ ନପାରିବେ ସେନେଇ ସମସ୍ତ କୋର୍ଟଙ୍କୁ ଅବଗତ କରାଇବା ପାଇଁ ସମ୍ବଲପୁର ଜିଲ୍ଲା ଦୌରାଜଜ୍ କୋର୍ଟଙ୍କ ରେଜିଷ୍ଟ୍ରାରଙ୍କୁ ଅନୁରୋଧ କରିଛି ବାର କାଉନ୍ସିଲ୍ ଅଫ ଇଣ୍ଡିଆ ।

ଏହି ଘଟଣାକୁ ନେଇ ରାଜ୍ୟ ପୁଲିସ୍ ଡିଜିଙ୍କୁ କଡ଼ା ଭର୍ସନା କରିଛନ୍ତି ସୁପ୍ରିମ୍‌କୋର୍ଟ। ଆନ୍ଦୋଳନର ଭିଡିଓ ଫୁଟେଜ୍ ଦେଖି ୨ଜଣିଆ ଖଣ୍ଡପୀଠ କହିଛନ୍ତି, ଆନ୍ଦୋଳନରତ ଆଇନଜୀବୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ହେବା ପୁଲିସର ବିଫଳତା। ଯଦି ଓଡ଼ିଶା ପୁଲିସ୍ ଏହି ଆନ୍ଦୋଳନକୁ ସମ୍ଭାଳିବାରେ ଅସମର୍ଥ ତେବେ, ଆମକୁ କୁହନ୍ତୁ। ଆମେ ଓଡ଼ିଶାରେ କୋର୍ଟର କାର୍ଯ୍ୟକାରିତା ନିଶ୍ଚିତ କରିବାକୁ ପାରାମିଲିଟାରୀ ଫୋର୍ସ ନିୟୋଜିତ କରିବୁ। କେବଳ ସେତିକି ନୁହେଁ, ଏନେଇ ଡିଜି ଓ ସମ୍ବଲପୁର ଆଇଜିଙ୍କୁ ବୁଧବାର ଭିଡିଓ କନ୍‌ଫରେନ୍ସିଂ ଜରିଆରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମ୍‌କୋର୍ଟ।

 

The post ଆଇନଜୀବୀଙ୍କୁ ମହଙ୍ଗା ପଡ଼ିଲା ଆନ୍ଦୋଳନ: ବନ୍ଧା ହେଲେ ୧୨, କଚେରି ଛକରେ ୧୪୪ ଧାରା appeared first on Odisha Reporter.



from Odisha Reporter https://ift.tt/Gq6mtlL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages