ନୂଆଦିଲ୍ଲୀ: ଭାରତୀୟ ଟେନିସ ଷ୍ଟାର ସାନିଆ ମିର୍ଜା ଓ ପାକିସ୍ତାନ କ୍ରିକେଟର ସୋଏବ ମଲ୍ଲିକଙ୍କ ବୈବାହିକ ଜୀବନରେ ଦେଖାଦେଇଥିବା ଝଡ଼ ନେଇଛି ଟ୍ୱିଷ୍ଟ। ଉଭୟ ଅଲଗା ହୋଇଥିବା ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ଚର୍ଚ୍ଚା ହେଉଥିବା ବେଳେ ଏନେଇ ଉଭୟ ଷ୍ଟାର କିନ୍ତୁ ଅଫିସିଆଲି କିଛି ଘୋଷଣା କରି ନାହାନ୍ତି। କିଛି ଦିନ ପୂର୍ବେ ସାନିଆ ଇମୋସନାଲ ହୋଇ କରିଥିବା ପୋଷ୍ଟରୁ ଉଭୟଙ୍କ ମଧ୍ୟରେ ବ୍ରେକ୍ଅପ୍ ହୋଇଥିବା ଫ୍ୟାନ୍ସ ଆକଳନ କରିଥିଲେ। ଏବେ କିନ୍ତୁ ସୋଏବଙ୍କ ପୋଷ୍ଟ ଫ୍ୟାନ୍ସଙ୍କୁ କନଫ୍ୟୁଜ କରିଛି।
ସୋଏବ କିଛି ଦିନ ପୂର୍ବେ ନିଜ ଇନଷ୍ଟାର ବାୟୋଡାଟା ଏଡିଟ କରିଥିବା ବେଳେ ସେଥିରେ ଯାହା ଉଲ୍ଲେଖ କରିଛନ୍ତି ତାହା ଦେଖିଲେ ଉଭୟ ସତରେ ଅଲଗା ହୋଇଛନ୍ତି ନା ଏହା ସେମାନଙ୍କ ପବ୍ଲିସିଟି ଷ୍ଟଣ୍ଡ ବୋଲି କନଫ୍ୟୁଜ ହେଉଛନ୍ତି ଫ୍ୟାନ୍ସ। ଏଯାଏ ଉଭୟଙ୍କ ସମ୍ପର୍କକୁ ନେଇ ସୋଏବ ମଲ୍ଲିକ ମୁହଁ ଖୋଲି ନ ଥିବା ବେଳେ ଏବେ ନିଜ ଇନଷ୍ଟା ବାୟୋରେ ସେ ‘ Husband to a superwoman @mirzasaniar’ ବୋଲି ଉଲ୍ଲେଖ କରିଛନ୍ତି। ଏବେ ଏହି ପୋଷ୍ଟ ଦେଖିବା ପରେ ଉଭୟଙ୍କ ସମ୍ପର୍କରେ କିଛି ଫାଟ ଥିବା ପରି ବିଶ୍ୱାସ କରି ପାରୁ ନାହାନ୍ତି ଉଭୟଙ୍କ ଫ୍ୟାନ୍ସ ।
ଉଭୟଙ୍କ ଫ୍ୟାନ୍ସଙ୍କ ମତରେ ଉଭୟ ସାନିଆ ଓ ସୋଏବ ମଲ୍ଲିକ ଓଟିଟି ପ୍ଲାଟଫର୍ମରେ ‘ The Mirza Malik Show ’ ଶୋ’ରେ ଖୁବ୍ଶୀଘ୍ର ଏକାଠି ନଜର ଆସିବେ। ଏହାର ପ୍ରମୋ ଭିଡିଓ ରିଲିଜ ହୋଇ ସାରିଥିବା ବେଳେ ତାହାକୁ ଦର୍ଶକ ଖୁବ୍ ପସନ୍ଦ ବି କରିଛନ୍ତି। ଏହି ଶୋ’ର ପ୍ରମୋସନ ପାଇଁ ଉଭୟ ଏପରି ପବ୍ଲିସିଟି ଷ୍ଟଣ୍ଡ କରୁଥିବା ଆଲୋଚନା ହେଉଛି। ତେବେ ସତ କ’ଣ ଓ କେବେ ତାହା ଉପରୁ ପରଦା ହଟୁଛି ତାହା ଉପରେ ସମସ୍ତଙ୍କ ନଜର ।
The post ସୋଏବଙ୍କ ପୋଷ୍ଟ କଲା କନଫ୍ୟୁଜ, ସତରେ କ’ଣ ହୋଇଛି ବିଚ୍ଛେଦ? appeared first on Odisha Reporter.
from Odisha Reporter https://ift.tt/2U7K9xs
No comments:
Post a Comment