ଦିଲ୍ଲୀ ପୁଲିସଙ୍କୁ ଗ୍ୟାଙ୍ଗଷ୍ଟରଙ୍କ ଧମକ, ପଞ୍ଜାବରେ ରଖିପାରିବେନି ପାଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 13, 2022

ଦିଲ୍ଲୀ ପୁଲିସଙ୍କୁ ଗ୍ୟାଙ୍ଗଷ୍ଟରଙ୍କ ଧମକ, ପଞ୍ଜାବରେ ରଖିପାରିବେନି ପାଦ

ନୂଆଦିଲ୍ଲୀ: ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ୍‌କୁ ଗ୍ୟାଙ୍ଗଷ୍ଟରଙ୍କ ଖୋଲା ଧମକ। ପଞ୍ଜାବରେ ରଖିପରିବେନି ପାଦ। ଯଦି ତୁମମାନଙ୍କୁ ଆମ ପଞ୍ଜାବ ରାସ୍ତାରେ ଦେଖିବୁ ତେବେ ପରିସ୍ଥିତି ଭଲ ହେବନି। ସମସ୍ତଙ୍କ ସାମ୍ନାରେ ମାଡ ମାରିବୁ। ଏଭଳି କିଛି ଧମକ ମିଳିବା ପରେ ଦିଲ୍ଲୀ ପୁଲିସ ସ୍ପେଶାଲ ସେଲ୍‌ର ସୁରକ୍ଷା ବଢ଼ାଇ ଦିଆଯାଇଛି।

ଲୋକପ୍ରିୟ ପଞ୍ଜାବୀ ସିଙ୍ଗ ସିଦ୍ଧୁ ମୁସେୱାଲା ହତ୍ୟାକାଣ୍ଡର ତଦନ୍ତ କରୁଥିବା ଦିଲ୍ଲୀ ପୁଲିସ ଅଧିକାରୀଙ୍କ ସୁରକ୍ଷା ବଢ଼ାଇ ଦିଆଯାଇଛି। ଏଥିରେ ୧୨ ଜଣ ଅଧିକାରୀ ସାମିଲ ଅଛନ୍ତି। ସ୍ପେଶାଲ ସିପି ଏଚଖଜିଏସ୍ ଧାଲିବାଲ, ଡିସିପି ସ୍ପେଶାଲ ସେଲ୍ ମନୀଷ ଚନ୍ଦ୍ରା, ଡିସିପି ରାଜୀବ ରଞ୍ଜନଙ୍କୁ ୱାଇ କ୍ୟାଟେଗୋରୀ ସୁରକ୍ଷା ମିଳିଛି। ୨୪ ଘଣ୍ଟା ଧରି ସେମାନଙ୍କୁ ସୁରକ୍ଷା ଯୋଗଇଦିଆଯିବ।

ଏହା ବ୍ୟତୀତ ହତ୍ୟା ମାମଲାର ତଦନ୍ତ କରୁଥିବା ଅନ୍ୟ ପୁଲିସ ଅଧିକାରୀଙ୍କ ମଧ୍ୟ ସୁରକ୍ଷା କଡାକଡି କରାଯାଇଛି। ପ୍ରତ୍ୟେକ ମୁହୂର୍ତ୍ତରେ ସେମାନଙ୍କ ସହିତ ଏକ କମାଣ୍ଡୋ ଉପସ୍ଥିତ ରହିବେ। ଏନେଇ ଦିଲ୍ଲୀ ପୁଲିସ ଖୋଦ୍ ସୂଚନା ଦେଇଛି। ଧମକ ମିଳିବା ପରେ ଦିଲ୍ଲୀ ପୁଲିସ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି।

ପଞ୍ଜାବର ଗ୍ୟାଙ୍ଗଷ୍ଟର ହରବିନ୍ଦର ରିଣ୍ଡାଙ୍କ ସହଯୋଗୀ ଲଖବୀର ଲଣ୍ଡା ସୋସିଆଲ ମିଡିଆ ମାଧ୍ୟମରେ ସ୍ପେଶାଲ ସେଲର ଅଧିକାରୀମାନଙ୍କୁ ଧମକ ଦେଇଥିଲେ। ସେ କହିଥିଲେ ଯେ ଆମ ପାଖରେ ସ୍ପେଶାଲ୍ ସେଲର ସେହି ସମସ୍ତ ଅଧିକାରୀଙ୍କ ଫଟୋ ଅଛି। ଯଦି ଆମେ ଆପଣଙ୍କୁ ପଞ୍ଜାବ ରାସ୍ତାରେ ଦେଖିବୁ ତେବେ ପରିସ୍ଥିତି ଭଲ ହେବ ନାହିଁ।

ଏହା ବ୍ୟତୀତ ସ୍ପେଶାଲ ସେଲର କୌଣସି ଅଧିକାରୀ ପଞ୍ଜାବରେ ପ୍ରବେଶ କରିପାରିବେ ନାହିଁ ବୋଲି ମଧ୍ୟ ଧମକ ଦିଆଯାଇଥିଲା। ତେବେ ଏହି ଧମକ ମିଳିବା ପରେ ଆଗକୁ ସ୍ପେଶାଲ୍ ସେଲର ଏହି ଅଧିକାରୀଙ୍କ ଉପରେ ଆକ୍ରମଣ ହେବା ଯୋଜନା ଥାଇପାରେ ବୋଲି ଅନୁମାନ କରାଯାଇ, ଏମାନଙ୍କ ସୁରକ୍ଷା ବଢ଼ାଇ ଦିଆଯାଇଛି।

ଉଲ୍ଲେଖଯୋଗ୍ୟ, ପଞ୍ଜାବି ସିଙ୍ଗର ସିଦ୍ଧୁ ମୁସେୱାଲାଙ୍କୁ ମେ’ ୨୯ ତାରିଖରେ ବିଚ୍ ରାସ୍ତାରେ ଗୁଳି କରି ହତ୍ୟା କରାଯାଇଥିଲା। ଏହି ହତ୍ୟା ଘଟଣା ପୂରା ଦେଶକୁ ଦୋହଲାଇ ଦେଇଥିଲା। ମୁସେୱାଲାଙ୍କ ହତ୍ୟାର ପ୍ରାୟ ଦୁଇ ଘଣ୍ଟା ପରେ ଲରେନ୍ସ ଗ୍ୟାଙ୍ଗର ଗୋଲ୍ଡି ବ୍ରାର ଏଥିପାଇଁ ନିଜକୁ ଦାୟୀ କରିଥିଲା।

The post ଦିଲ୍ଲୀ ପୁଲିସଙ୍କୁ ଗ୍ୟାଙ୍ଗଷ୍ଟରଙ୍କ ଧମକ, ପଞ୍ଜାବରେ ରଖିପାରିବେନି ପାଦ appeared first on Odisha Reporter.



from Odisha Reporter https://ift.tt/ISwGf0U

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages