ରାୟପୁର: ଛତିଶଗଡ଼ର ଧାମତ୍ରୀ ଜିଲ୍ଲାରେ ଘଟିଛି ଅଭାବନୀୟ ଘଟଣା। ଜଣେ ୨୫ ବର୍ଷୀୟ ଯୁବତୀଙ୍କୁ ତାଙ୍କ ପ୍ରେମିକ ଚା’ ଦୋକାନରେ ପିଟିପିଟି ହତ୍ୟା କରିଛନ୍ତି। ଯୁବତୀ ଜଣଙ୍କ ମାଗରଲୋଡ ସହରରେ ଯୁବତୀ ଜଣଙ୍କ ଗୋଟିଏ ଚା’ ଦୋକାନ କରିଥିଲେ। ସେହିଠାରେ ହିଁ ପ୍ରେମିକ ତାଙ୍କୁ ହତ୍ୟା କରିଛନ୍ତି।
ଏସପି ପ୍ରଶାନ୍ତ ଠାକୁର କହିଛନ୍ତି, “ସୋମବାର ସନ୍ଧ୍ୟାରେ ଏହି ଘଟଣା ଘଟିଥିଲା। ଅଭିଯୁକ୍ତ ପ୍ରେମିକ ତାଙ୍କ ଗର୍ଲଫ୍ରେଣ୍ଡ ରେଶମୀ ସାହୁଙ୍କ ପାଖରେ ପହଞ୍ଚିଥିଲା। ଏହାପରେ ସେ ଅତର୍କିତ ଭାବେ ଗୋଟିଏ କାଠଫାଳିଆରେ ତାଙ୍କୁ ଆକ୍ରମଣ କରି ଫେରାର ହୋଇଯାଇଥିଲେ।
ରକ୍ତାକ୍ତ ଅବସ୍ଥାରେ ରେଶମୀ ତଳେ ପଡ଼ିଥିବା ବେଳେ ଗାଁ ଲୋକମାନେ ପୁଲିସ୍କୁ ଖବର ଦେଇଥିଲେ। ପୁଲିସ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ହସ୍ପିଟାଲ ନେଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।”
ରେଶମୀ ଓ ଅଭିଯୁକ୍ତଙ୍କ ମଧ୍ୟରେ ଦୀର୍ଘ ୪ ବର୍ଷ ହେଲା ପ୍ରେମ ସମ୍ପର୍କ ଥିଲା। ତେବେ ବିଗତ କିଛି ଦିନ ହେଲେ ରେଶମୀ ତାଙ୍କ ପ୍ରେମିକକୁ ଅଣଦେଖା କରୁଥିଲେ। ସେ ଆଉ କାହାକୁ ଭଲ ପାଉଥିବା ସନ୍ଦେହ କରି ପ୍ରେମିକ ଜଣଙ୍କ ତାଙ୍କ ସହ ବାରମ୍ବର ଝଗଡ଼ା ମଧ୍ୟ କରୁଥିଲେ।
ଘଟଣା ଦିନ ମଧ୍ୟ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ରାଗି ଯାଇ ପ୍ରେମିକ ଜଣଙ୍କ ମାଗରଲୋଡ ନଗର ପଞ୍ଚାୟତ ଅଫିସ ନିକଟରେ ଚା’ ଦୋକାନ କରିଥିବା ରେଶମୀ ସାହୁଙ୍କ ପାଖରେ ପହଞ୍ଚିଥିଲେ। ସେଠାରେ ମଧ୍ୟ ଦୁଇ ଜଣଙ୍କ ପାଟିତୁଣ୍ଡ ହୋଇଥିଲା। ପାଟତୁଣ୍ଡ ବେଳେ ପ୍ରେମିକ ଗୋଟିଏ କାଠ ଫାଳିଆରେ ରେଶମୀଙ୍କୁ ଆକ୍ରମଣ କରି ଫେରାର ହୋଇଯାଇଥିଲେ। ଅଭିଯୁକ୍ତ ପ୍ରେମିକଙ୍କ ଘର ଖିସୋରା ଗାଁରେ। ତାଙ୍କୁ ପୁଲିସ ଗିରଫ କରି ଅଧିକ ତଦନ୍ତ କରୁଛି।
The post ଚା’ ଦୋକାନରେ ପ୍ରେମିକାଙ୍କୁ ପିଟିପିଟି ହତ୍ୟା କଲା ପ୍ରେମିକ appeared first on Odisha Reporter.
from Odisha Reporter https://ift.tt/qPCrFN0
No comments:
Post a Comment