ୱାଶିଂଟନ୍: ତାଣ୍ଡବ ରଚିଛି ବମ୍ ସାଇକ୍ଲୋନ୍। ଭୟଙ୍କର ବରଫ ଝଡ଼ରେ ଅସ୍ତବ୍ୟସ୍ତ ଆମେରିକା। ପ୍ରବଳ ବରଫପାତ ଓ ଥଣ୍ଡା ଯୋଗୁଁ ଏଠାରେ ୧୯ ଜଣଙ୍କ ମୃତ୍ୟୁ ହୋଇଛି। ବରଫ ଝଡ଼ ଲାଗି ଲକ୍ଷାଧିକ ଘରେ ବିଦ୍ୟୁତ ସରବରାହ ବନ୍ଦ ରହିଛି। ରାସ୍ତାଘାଟ ଚାରିଆଡେ ବରଫର ମୋଟା ଆସ୍ତରଣ ଜମି ରହିଛି। ଲୋକେ ଘରୁ ବାହାରିବା ମୁସକିଲ ହୋଇପଡିଛି। ଫଳରେ ନ୍ୟୁୟର୍କ ସହର ସମେତ ଅଧିକାଂଶ ରାଜ୍ୟରେ ଖ୍ରୀଷ୍ଟମାସ ଉତ୍ସବ ଫିକା ପଡିଛି।
ରିପୋର୍ଟ ମୁତାବକ, ଆମେରିକାରରେ ବରଫ ଝଡ ଯୋଗୁଁ ଏଠାରେ ଦ୍ରୁତ ଗତିରେ ତାପମାତ୍ରା ଖସିବରେ ଲାଗିଛି। ବିଭିନ୍ନ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ବିଯୁକ୍ତ ୪୫ ଡିଗ୍ରୀ ଉପରେ ରହିଛି। ଥଣ୍ଡା ପବନ ଓ ତୁଷାରପାତ ଯୋଗୁଁ ନ୍ୟୁୟର୍କରେ ଏମରଜେନ୍ସି ପରିସ୍ଥିତି ଘୋଷଣା କରାଯାଇଛି। ଏଥିସହ ସହରର ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରକୁ ମଧ୍ୟ ବନ୍ଦ କରାଯାଇଛି।
ଅନ୍ୟପଟେ ଦୁର୍ଘଟଣା, ଗଛ ପଡିବା ଓ ସାଇକ୍ଲୋନର ଅନ୍ୟ ପ୍ରଭାବ ଯୋଗୁଁ ଲୋକଙ୍କ ମୃତ୍ୟୁ ହୋଇଥିବା ନେଇ ଅଧିକାରୀମାନେ ସୂଚନା ଦେଇଛନ୍ତି। ଆମେରିକାର ବଫେଲୋ ଅଞ୍ଚଳରେ ଅତିକମ୍ରେ ତିନି ଜଣଙ୍କ ମୃତ୍ୟୁ ହୋଇଛି। ବରଫ ଝଡ଼ ଯୋଗୁଁ ବିଭିନ୍ନ ସ୍ଥାନରେ ଘର ଭାଙ୍ଗିବା ସହ ବିଦ୍ୟୁତ ଖଣ୍ଟ ସବୁ ଉପୁଡି ପଡିଛି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ତୁଷାର ଝଡ ବେଳେ ଲୋକଙ୍କୁ ସଚେତନ କରାଇବା ସହ ଘରୁ ନ ବାହାରିବା ପାଇଁ ନିବେଦନ କରିଛନ୍ତି।
ସେଠାକାର ରୋଗ ନିୟନ୍ତ୍ରଣ ଓ ପ୍ରତିରୋଧ କେନ୍ଦ୍ର ତଥା ସିଡିସିର ସୂଚନା ମୁତାବକ, ଆମରିକାରେ ବର୍ତ୍ତମାନ ସୁଦ୍ଧା ଅତିକମ୍ରେ ୧୮ ମିଲିଅନ୍ ଲୋକେ ଅସୁସ୍ଥ ହୋଇଛନ୍ତି। ସେଥିମଧ୍ୟରୁ ୧ ଲକ୍ଷ ୯୦ ହଜାର ଲୋକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।
The post ଭୟଙ୍କର ବରଫ ଝଡ଼, ୧୯ ମୃତ appeared first on Odisha Reporter.
from Odisha Reporter https://ift.tt/sJeAv9x
No comments:
Post a Comment