ସୋଶାଲ ମିଡିଆରେ ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପ ଓ ବିବେକ ଅଗ୍ନିହୋତ୍ରୀ ମୁହାଁମୁହିଁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 15, 2022

ସୋଶାଲ ମିଡିଆରେ ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପ ଓ ବିବେକ ଅଗ୍ନିହୋତ୍ରୀ ମୁହାଁମୁହିଁ

ମୁମ୍ବାଇ; ବଲିଉଡର ଦୁଇ ଫିଲ୍ମ ନିର୍ମାତା ବିବେକ ଅଗ୍ନିହୋତ୍ରୀ ଓ ଅନୁରାଗ କଶ୍ୟପ ସୋଶାଲ ମିଡିଆରେ ବାକଯୁଦ୍ଧ କରିଛନ୍ତି। ଦି କଶ୍ମୀର ଫାଇଲ୍ସର ନିର୍ଦ୍ଦେଶକ ଅଗ୍ନିହୋତ୍ରୀ ପ୍ରଥମେ ଟ୍ୱିଟ କରି ଅନୁରାଗ ଦେଇଥିବା ଗୋଟିଏ ବୟାନରେ ସେ ଏକମତ ନୁହନ୍ତି ବୋଲି କହିଥିଲେ। ଏହାର ଜବାବ ଅନୁରାଗ ଦେବାରୁ ଦୁହିଁଙ୍କ ମଧ୍ୟରେ ବାକଯୁଦ୍ଧ ଦେଖିବାକୁ ମିଳିଛି।

ଅଗ୍ନିହୋତ୍ରୀ ଟ୍ୱିଟରରେ ଅନୁରାଗ ଦେଇଥିବା ଗୋଟିଏ ଇଣ୍ଟରଭ୍ୟୁର ଶୀର୍ଷକର ସ୍କ୍ରିନଶଟ୍‌ ଶେୟାର କରିଥିଲେ। କାନ୍ତାର ଓ ପୁଷ୍ପା ଭଳି ଫିଲ୍ମ ଇଣ୍ଡଷ୍ଟ୍ରୀକୁ ଧ୍ୱଂସ କରିଦେଉଛନ୍ତି ବୋଲି ଅନୁରାଗ କୁଆଡ଼େ କହିଥିବା ଉକ୍ତ ସ୍କ୍ରିନଶଟ୍‌ରେ ରହିଥିଲା। ଏହାକୁ ଶେୟାର କରି ଅଗ୍ନିହୋତ୍ରୀ କହିଥିଲେ ଯେ “ମୁଁ ସଂପୂର୍ଣ୍ଣ, ସଂପୂର୍ଣ୍ଣ, ସଂପୂର୍ଣ୍ଣ ଭାବେ ବଲିଉଡ୍‌ର ଏକମାତ୍ର ମିଲର୍ଡଙ୍କ କଥାରେ ଏକମତ ନୁହେଁ। ଆପଣମାନେ ରାଜି କି?”


ଅନୁରାଗ କେଉଁ ପରିପ୍ରେକ୍ଷୀରେ ଏକଥା କହିଥିଲେ ଜଣାନାହିଁ। କିନ୍ତୁ କେବଳ ସ୍କ୍ରିନ ଶଟ୍‌ ଛାଡ଼ି ଅଗ୍ନିହୋତ୍ରୀ ତାଙ୍କୁ ଟାର୍ଗେଟ କରିଥିଲେ। ଏହାର ଜବାବରେ ଅନୁରାଗ ଲେଖିଛନ୍ତି, “ସାର୍‌ ଏହା ଆପଣଙ୍କର ଭୁଲ ନୁହେଁ। ଆପଣ ମୋ ଇଣ୍ଟରଭ୍ୟୁକୁ ଯେଉଁଭଳି ଟ୍ୱିଟ କରିଛନ୍ତି, ଆପଣଙ୍କ ଫିଲ୍ମଗୁଡ଼ିକର ରିସର୍ଚ୍ଚ ମଧ୍ୟ ସେମିତି ହୋଇଥାଏ। ଆପଣଙ୍କର ଓ ଆପଣଙ୍କ ମିଡିଆର ମଧ୍ୟ ସମାନ ସ୍ଥିତି। କିଛି ବି ଅସୁବିଧା ନାହିଁ, ଆଗାମୀ ଦିନରେ ଟିକିଏ ଗୁରୁତ୍ୱ ଦେଇ ରିସର୍ଚ୍ଚ କରିନେବେ।”

ବାସ୍‌ ଏହି ଟ୍ୱିଟ ପରେ ଅଗ୍ନିହୋତ୍ରୀ ପ୍ରତିକ୍ରିୟାଶୀଳ ହୋଇ ଉଠିଛନ୍ତି। ଦି କଶ୍ମୀର ଫାଇଲ୍ସ ଉପରେ ସେ ୪ ବର୍ଷ ରିସର୍ଚ୍ଚ କରିଥିଲେ ବୋଲି ଦାବି କରିଛନ୍ତି। ଏଥିସହ ଏହାକୁ ଭୁଲ ପ୍ରମାଣିତ କରିବାକୁ ଚ୍ୟାଲେଞ୍ଜ ଦେଇଛନ୍ତି। ଏହାବାଦ ନିକଟରେ ରିଲିଜ୍‌ ହୋଇ ଭଲ ବ୍ୟବସାୟ କରି ପାରି ନଥିବା ଅନୁରାଗ କଶ୍ୟପଙ୍କ ଦୋବାରା ଫିଲ୍ମକୁ ମଧ୍ୟ ସେ ପରୋକ୍ଷରେ କଟାକ୍ଷ କରିଛନ୍ତି।

ଅଗ୍ନିହୋତ୍ରୀ କହିଛନ୍ତି, “ଭୋଳାନାଥ, ଆପଣ ଦୟା କରି ଦି କଶ୍ମୀର ଫାଇଲ୍ସ ଉପରେ ୪ ବର୍ଷ ଧରି ହୋଇଥିବା ରିସର୍ଚ୍ଚ ମିଛ ବୋଲି ପ୍ରମାଣ କରି ଦେଖାନ୍ତୁ। ଗିରିଜା ଟିକ୍କୋ, ବିକେ ଗଞ୍ଜୁ, ଏୟାରଫୋର୍ସ କିଲିଂ, ନଦିମାର୍ଗ ଭଳି ଘଟଣା ସବୁ ମିଛି। ୭୦୦ ପଣ୍ଡିତଙ୍କ ଭିଡିଓ ମିଛ। ହିନ୍ଦୁ କେବେ ବି ମରି ନାହାନ୍ତି। ଆପଣ ଏସବୁ ପ୍ରମାଣ କରି ଦିଅନ୍ତୁ, ‘ଦୋବାରା’ ଏପରି ଭୁଲ ହେବନି।”

ଦୁଇ ଫିଲ୍ମ ନିର୍ମାତଙ୍କ ବାକଯୁଦ୍ଧକୁ ନେଇ ସୋଶାଲ ମିଡିଆ ମଧ୍ୟ ଦୁଇ ଭାଗ ହୋଇଯାଇଛି। କିଛି ଅଗ୍ନିହ୍ରୋତୀଙ୍କୁ ସମର୍ଥନ କରିତଥିବା ବେଳେ ଆଉ କିଛି ଅନୁରାଗଙ୍କ ସପକ୍ଷରେତ ରଖିଛନ୍ତି।

The post ସୋଶାଲ ମିଡିଆରେ ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପ ଓ ବିବେକ ଅଗ୍ନିହୋତ୍ରୀ ମୁହାଁମୁହିଁ appeared first on Odisha Reporter.



from Odisha Reporter https://ift.tt/6OGr7Nq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages