ସ୍ୱାମୀ ଆସିଥିବା ଭାବି କବାଟ ଖୋଲିଦେଲେ, କଳାକନା ବୁଲାଇଦେଲେ ଲୁଟେରା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 15, 2022

ସ୍ୱାମୀ ଆସିଥିବା ଭାବି କବାଟ ଖୋଲିଦେଲେ, କଳାକନା ବୁଲାଇଦେଲେ ଲୁଟେରା

କେନ୍ଦୁଝର(ପ୍ରଣୟ ପାଣି): ବିଳମ୍ବିତ ରାତିରେ ସ୍ୱାମୀ ଆସି କବାଟ ବାଡ଼ାଉଥିବା ଭାବି ଘରର ଦ୍ୱାର ଖୋଲିଦେଲେ ମହିଳା। ହେଲେ ସ୍ୱାମୀ ତ ନ ଥିଲେ, ମାରଣାସ୍ତ୍ର ଧରି ଛିଡ଼ା ହୋଇଥିଲେ ୩ ଲୁଟେରା।  ସେମାନେ ଜୋରଜବରଦସ୍ତ ଘରେ ପଶି ଛୁରୀ, ଭୁଜାଲି ଦେଖାଇ ଲୁଟିନେଲେ ପ୍ରାୟ ୧୫ ଲକ୍ଷର ସୁନା। ଏପରି ଘଟଣା କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅଧୀନ ନାୟକ ସାହିରେ ଘଟିଛି। ଲୁଟ୍‌ର ଶିକାର ହୋଇଥିବା ଦମ୍ପତି ହେଉଛନ୍ତି ସନାତନ ନାଏକ ଓ ତପସ୍ଵିନୀ ନାଏକ ।

ଗତକାଲି ରାତିରେ ସନାତନ ଘରେ ନ ଥିବା ବେଳେ ନିଜ ୩ ପିଲାଙ୍କ ସହ ତପସ୍ଵିନୀ ଥିଲେ। ରାତି ପ୍ରାୟ ୧ଟା ପରେ କେହି କବାଟ ଠକ୍‌, ଠକ୍‌ କରୁଥିବା ଶୁଣିବାକୁ ପାଇଲେ। ସେ ଆସି କବାଟ ଖୋଲି ଦେବାରୁ ୩ ମୁଖା ପିନ୍ଧା ଦୁର୍ବୃତ୍ତ ଛିଡ଼ା ହୋଇଥିବା ଦେଖିବାକୁ ପାଇଲେ।  ସେମାନେ ଜୋରଜବରଦସ୍ତ ଘର ଭିତରକୁ ପଶି ଯାଇଥିଲେ।

ସନାତନଙ୍କ ଘର ।

ଏହାପରେ ତପସ୍ୱିନୀଙ୍କ ବେକରେ ଭୁଜାଲି ଲଗାଇ ସବୁ ଟଙ୍କା, ସୁନା ଦେବାକୁ କହିଥିଲେ। ନଚେତ ସବୁ ପିଲାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ଏହା ଶୁଣି ତପସ୍ୱିନୀ ଭୟଭୀତ ହୋଇ ଘରେ ଥିବା ପ୍ରାୟ ୧୫ ଲକ୍ଷର ସୁନା ଦୁର୍ବୃତ୍ତଙ୍କୁ ଦେଇ ଦେଇଥିଲେ। ଏହାପରେ ସେମାନେ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ।

ଘଟଣା ସମ୍ପର୍କରେ ତପସ୍ୱିନୀ ତୁରନ୍ତ ନିଜ ସ୍ୱାମୀଙ୍କୁ ଫୋନ କରି ଜଣାଇଥିଲେ। କିଛି ସମୟ ମଧ୍ୟରେ ସନାତନ ନିଜ ସାଙ୍ଗମାନଙ୍କ ସହ ଘରେ ପହଞ୍ଚି ଚାରିଆଡ଼େ ଖୋଜାଖୋଜି କରିଥିଲେ ବି କାହାରି ଟେର ପାଇ ନ ଥିଲେ। ଏନେଇ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି। ପୁଲିସ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଲୁଟେରାଙ୍କ ପତ୍ତା ପାଇ ପାରି ନାହିଁ।

The post ସ୍ୱାମୀ ଆସିଥିବା ଭାବି କବାଟ ଖୋଲିଦେଲେ, କଳାକନା ବୁଲାଇଦେଲେ ଲୁଟେରା appeared first on Odisha Reporter.



from Odisha Reporter https://ift.tt/G8Y0Lpx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages