ମାତିଲେ ବୟକଟ ପାର୍ଟି: ପଠାନ ଫିଲ୍ମକୁ ବିରୋଧ, ଶାହରୁଖଙ୍କ କୁଶପୁତ୍ତଳିକା ଦାହ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 14, 2022

ମାତିଲେ ବୟକଟ ପାର୍ଟି: ପଠାନ ଫିଲ୍ମକୁ ବିରୋଧ, ଶାହରୁଖଙ୍କ କୁଶପୁତ୍ତଳିକା ଦାହ

ଇନ୍ଦୋର: ବଲିଉଡର କିଙ୍ଗ ଶାହରୁଖ ଖାନଙ୍କ ଆଗାମୀ ଫିଲ୍ମ ପଠାନ ବିରୋଧରେ ମାତିଛନ୍ତି ବୟକଟ ପାର୍ଟି। ପଠାନ ଫିଲ୍ମକୁ  ବୟନକଟ କରିବା ପାଇଁ ସେମାନେ ଦାବି କରିଛନ୍ତି। ସୋଶାଲ ମିଡିଆରେ ବୟକଟ ପଠାନ ଟ୍ରେଣ୍ଡ କରୁଥିବା ବେଳେ ମଧ୍ୟପ୍ରଦେଶର ଇନ୍ଦୋରରୁ ଆଉ ଏକ ଚିତ୍ର ସାମ୍ନାକୁ ଆସିଛି।

ଏଠାରେ ବୟକଟ ପାର୍ଟିର କିଛି ଲୋକ ଶାହରୁଖଙ୍କ ପଠାନ ଫିଲ୍ମକୁ ଜୋରଦାର ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏଥିସହ ସେମାନେ ଶାହରୁଖ କୁଶପୁତ୍ତଳିକା ଦାହ ମଧ୍ୟ କରିଛନ୍ତି। ପଠାନ ଫିଲ୍ମରେ ଥିବା ବେଶରମ ରଙ୍ଗ ଗୀତ ରିଲିଜ୍‌ ହେବା ପରଠାରୁ ଏପରି ବିରୋଧର ନିଆଁ ଜଳିବା ଆରମ୍ଭ ହୋଇଛି।

ବେଶରମ ରଙ୍ଗ ଗୀତରେ ଆପତ୍ତିଜନକ ଦୃଶ୍ୟ ସହ ଗେରୁଆ ରଙ୍ଗର ପୋଷାକ ପିନ୍ଧି ଫିଲ୍ମର ହିରୋଇନ ଦୀପିକା ପାଦୁକୋନ ହିରୋ ଶାହରୁଖଙ୍କ ସହ ରୋମାନ୍ସ କରୁଛନ୍ତି। ଏହାକୁ ବୟକଟ ପାର୍ଟି ଜୋରଦାର ବିରୋଧ କରିଛନ୍ତି। ମଧ୍ୟପ୍ରଦେଶ ମନ୍ତ୍ରୀ ନରୋତ୍ତମ ମିଶ୍ରା ମଧ୍ୟ ଫିଲ୍ମକୁ ବ୍ୟାନ କରାଯିବା ଦରକାର ବୋଲି କହିଛନ୍ତି। ତାଙ୍କର ବ୍ୟାନ ବୟାନ ପରେ ବୟକଟ ପାର୍ଟି ରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ବୀର ଶିବାଜୀ ନାମକ ଗୋଟିଏ ସଂଗଠନର କିଛି ସଦସ୍ୟ ଇନ୍ଦୋରର ମୁଖ୍ୟ ରାସ୍ତାରେ ପ୍ରଥମେ ଏକାଠି ହୋଇଥିଲେ। ଏହାପରେ ସେମାନେ ପଠାନ ଓ ବେଶରମ ରଙ୍ଗ ଗୀତ ବିରୋଧରେ ନାରାବାଜୀ କରିଥିଲେ। ଶେଷରେ ଶାହରୁଖଙ୍କ କୁଶପୁତ୍ତଳିକା ଦାହ କରିଥିଲେ।

ବୟକଟ ପାର୍ଟି ଆସନ୍ତା ଜାନୁଆରୀ ମାସରେ ରିଲିଜ ହେବାକୁ ଥିବା ପଠାନ ଉପରେ ବ୍ୟାନ ଲଗାଯାଉ ବୋଲି କହିଛନ୍ତି। ଏଥିସହ ବେଶରମ ରଙ୍ଗରେ ଥିବା ବିଷୟବସ୍ତୁ ଦ୍ୱାରା ହିନ୍ଦୁ ସଂପ୍ରଦାୟର ଲୋକମାନେ କୁଆଡ଼େ ଅପମାନବୋଧ ହେଉଛନ୍ତି ବୋଲି ସେମାନେ ଦାବି କରିଛନ୍ତି।

୨୦୨୩ର ବହୁପ୍ରତିକ୍ଷୀତ ଫିଲ୍ମ ପଠାନର ପ୍ରଥମ ଗୀତ ବେଶରମ ରଙ୍ଗ ନିକଟରେ ରିଲିଜ୍‌ ହୋଇଛି। ଏହା ରିଲିଜ୍‌ ହେବା ଦିନ ଠାରୁ ପଠାନ ଓ ଗୀତ ବିରୋଧରେ ବୟକଟ ପାର୍ଟି ମାତିଛନ୍ତି। ଉକ୍ତ ଗୀତରେ ଦୀପିକା ବିଭିନ୍ନ ରଙ୍ଗର ପୋଷାକ ପିନ୍ଧି ରୋମାନ୍ସ କରୁଛନ୍ତି। ଏହା ପଦରେ କମଳା ବା ଗେରୁଆ ରଙ୍ଗର ପୋଷାକ ମଧ୍ୟ ରହିଛି। ଗେରୁଆ ରଙ୍ଗର ବ୍ୟବହାର ହୋଇଥିବାରୁ ବୟକଟ ପାର୍ଟି ଏହାକୁ ବିରୋଧ କରୁଛନ୍ତି।

ଏହାର ଅର୍ଥ ଫିଲ୍ମରେ କେଉଁ ରଙ୍ଗ ବ୍ୟବହାର ହେବ, ସେକଥା ମଧ୍ୟ ବୟକଟ ପାର୍ଟି ଠିକ କରିବେ ବୋଲି ପରୋକ୍ଷରେ ସମସ୍ତଙ୍କୁ ଜଣାଇବାକୁ ଚେଷ୍ଟା କରିଛନ୍ତି। ଏହାପୂର୍ବରୁ ବ୍ରହ୍ମାସ୍ତ୍ର, ଲାଲସିଂହ ଚଡ୍ଡା ଓ ଆଦିପୁରୁଷ ଭଳି ଅନେକ ବଲିଉଡ୍‌ ଫିଲ୍ମକୁ ମଧ୍ୟ ବୟକଟ ପାର୍ଟି ବିରୋଧ କରିବାର ନଜିର ରହିଛି।

The post ମାତିଲେ ବୟକଟ ପାର୍ଟି: ପଠାନ ଫିଲ୍ମକୁ ବିରୋଧ, ଶାହରୁଖଙ୍କ କୁଶପୁତ୍ତଳିକା ଦାହ appeared first on Odisha Reporter.



from Odisha Reporter https://ift.tt/vPmsECW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages