ହାଇଦ୍ରାବାଦ: ଶୋଇଥିବା ଅବସ୍ଥାରେ ଜିଅନ୍ତା ଜଳିଗଲେ। ରାତିରେ ଶୋଇଥିବା ବେଳେ ପୋଡ଼ି ହୋଇ ୬ ଜଣ ଜୀବନ୍ତ ଦଗ୍ଦ ହୋଇଛନ୍ତି । ତେଲେଙ୍ଗାନାର ମଞ୍ଚରିଆଲା ଜିଲାରେ ଶୁକ୍ରବାର ବିଳମ୍ବିତ ରାତିରେ ଏମିତି ଏକ ଅଭାବନୀୟ ଘଟଣା ଘଟିଛି। ଘରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ପରିବାରର ୬ ଜଣଙ୍କ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ମୃତକ ହେଲେ ଘରର ମାଲିକ ଶିବୟା (୫୦), ତାଙ୍କ ପତ୍ନୀ ପଦ୍ମ (୪୫), ପଦ୍ମଙ୍କ ବଡ଼ ଭଉଣୀଙ୍କ ଝିଅ ମୌନିକା (୨୩) ଏବଂ ତାଙ୍କର ଦୁଇ ଝିଅ। ମାଣ୍ଡାମାରି ସର୍କଲ ଇନ୍ସପେକ୍ଟର ପ୍ରମୋଦ କୁମାର କହିଛନ୍ତି, ଶିବୟା ଏବଂ ତାଙ୍କ ପତ୍ନୀ ପଦ୍ମ ତେଲେଙ୍ଗାନାର ମାଣ୍ଡାମାରି ମଣ୍ଡଳର ଭେଙ୍କଟାପୁରରେ ରହୁଥିଲେ।
ତାଙ୍କ ଘରକୁ ସମ୍ପର୍କୀୟମାନେ ମଧ୍ୟ ଆସିଥିଲେ। ପଡ଼ୋଶୀମାନେ ଘରେ ନିଆଁ ଲାଗିଥିବାର ଦେଖି ତୁରନ୍ତ ଗ୍ରାମବାସୀଙ୍କୁ ଏବଂ ପରେ ପୋଲିସକୁ ସୂଚନା ଦେଇଥିଲେ। ହେଲେ ପୁଳିସ ପହଞ୍ଚିବା ବେଳକୁ ପୁରା ଘରେ ନିଆଁ ଲାଗିଯାଇଥିଲା। ତେବେ ଅଗ୍ନିକାଣ୍ଡର କାରଣ ଜଣାପଡି ନଥିବା ବେଳେ ତଦନ୍ତ କରାଯାଉଛି ବୋଲି ପୁଲିସ ଅଧିକାରୀ କହିଛନ୍ତି।
The post ଶୋଇଥିବା ଅବସ୍ଥାରେ ପରିବାରର ୬ ଜୀବନ୍ତ ଦଗ୍ଧ appeared first on Odisha Reporter.
from Odisha Reporter https://ift.tt/bNdgAlH
No comments:
Post a Comment