ନୟାଗଡ଼(ଓଡ଼ିଶା ରିପୋର୍ଟର): ବାଉଁଶ ବୁଦାରୁ ମିଳିଲା ପୁଅର ସାଇକେଲ। ହେଲେ ୨ ଦିନ ହେଲା ଟ୍ୟୁସନ ଯାଇ ଘରକୁ ଫେରିନାହିଁ ପୁଅ। ପୁଅର ଫେରିବା ବାଟକୁ ଅନାଇ ଧର୍ଯ୍ୟହରା ହୋଇପଡ଼ିଲେଣି ବାପାମା’। ମା’ ବାଇଆଣି ପରି ପୁଅକୁ ଖୋଜିହେଉଛି। ଏଭଳି ଦୁଃଖଦ ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ କୁରାଳ ସୁବୁଦ୍ଧି ସାହିରେ। ପୁଅକୁ କିଏ ଅପହରଣ କରି ନେଇଥିବା ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି। ନିଖୋଜ ଶିଶୁ ଜଣଙ୍କ ହେଲେ କାଳିଆ ପାତ୍ରଙ୍କ ପୁଅ ଅମ୍ରିତ ପାତ୍ର। ତାଙ୍କୁ ୧୨ ବର୍ଷ ହୋଇଥିଲା।
ଅମ୍ରିତ ଗୁରୁବାର ଦିନ ୫ଟା ସମୟରେ ଟ୍ୟୁସନ ହେବା ପାଇଁ ଗାଁ ପାଖକୁ ଯାଇଥିଲେ। ସନ୍ଧ୍ୟା ୭ଟା ୧୫ ମିନିଟ୍ରେ ଅମ୍ରିତଙ୍କ ଟ୍ୟୁସନ ଛୁଟି ହୋଇଥିଲା। ସେ ସାଇକେଲ ନେଇ ଘରକୁ ବାହାରିଥିଲେ। ହେଲେ ସେ ଘରକୁ ଫେରି ନ ଥିଲେ। ଟ୍ୟୁସନ ଛୁଟି ହେବା ସମୟ ଗଡ଼ିଯିବାରୁ ଅମିତଙ୍କ ମା’ ପୁଅକୁ ଖୋଜାଖୋଜି କରିଥିଲେ,ହେଲେ ପାଇ ନଥିଲେ। ପରେ ପୁଅର ସାଇକେଲ ଘରଠୁ ୫୦ ମିଟର ଦୂରରେ ମିଳିଥିଲା। ପୁଅକୁ ଅପହରଣ କରାଯାଇଥିବା ଅମ୍ରିତଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ନିଖୋଜ ଅମ୍ରିତଙ୍କୁ ଖୋଜାଖୋଜି କରୁଛି। ଏପର୍ଯ୍ୟନ୍ତ ତାଙ୍କର କୌଣସି ପତ୍ତା ମିଳିନାହିଁ।
ଅମିତଙ୍କ ମା’ କହିଛନ୍ତି, ପୁଅର ସାଇକେଲ ବାଉଁଶ ବୂଦାରୁ ମିଳିଲା। ହେଲେ ପୁଅ ଘରକୁ ଆସିଲାନି। ମୋ ପୁଅକୁ ଅପହରଣ କରାଯାଇଛି।
The post ୨ଦିନ ହେଲା ଟ୍ୟୁସନ ଯାଇ ଫେରିନି ପୁଅ, ଲୁହ ଗଡ଼ାଉଛି ମା’ appeared first on Odisha Reporter.
from Odisha Reporter https://ift.tt/0JY64s8
No comments:
Post a Comment