ଗ୍ୟାଙ୍ଗଷ୍ଟର ମୁଖତାର ଅନସାରୀ ଏବଂ ସହଯୋଗୀଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 15, 2022

ଗ୍ୟାଙ୍ଗଷ୍ଟର ମୁଖତାର ଅନସାରୀ ଏବଂ ସହଯୋଗୀଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଗ୍ୟାଙ୍ଗଷ୍ଟର ତଥା ପୂର୍ବତନ ବିଧାୟକ ମୁଖତାର ଅନସାରୀ ଏବଂ ତାଙ୍କ ସହଯୋଗୀ  ଭିମ ସିଂହଙ୍କୁ  ଗାଜିଆବାଦର ଏକ କୋର୍ଟ ୧୦ ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି।  ଉଭୟଙ୍କୁ ୫ଟି ହତ୍ୟା ଏବଂ ହତ୍ୟା ଉଦ୍ୟମ ମାମଲାରେ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି।  ଏହି ହତ୍ୟାକାଣ୍ଡରେ ଶିକାର ହୋଇଥିବା କନଷ୍ଟେବଳ ରଘୁବଂଶ ସିଂହ ଏବଂ ଗାଜିଆବାଦର ଅତିରିକ୍ତ ଏସପିଙ୍କ ନାମ ମଧ୍ୟ ରହିଛି। ଭୟଙ୍କୁ ଅତି ନୃଶଂସ ଭାବେ ହତ୍ୟା କରାଯାଇଛି। ମୁକ୍ତାର ଅନସାରୀ ଏବଂ ତାଙ୍କ ସହଯୋଗୀ  ଭିମ ସିଂହଙ୍କୁ  ଗ୍ୟାଙ୍ଗଷ୍ଟର ଆକ୍ଟରେ ୧୦ ବର୍ଷ ଜେଲଦଣ୍ଡ ସହ ୫ ଲକ୍ଷ ଟଙ୍କା ଜରିମାନା ଲଗାଯାଇଛି । ଉତ୍ତରପ୍ରଦେଶ ମାଫିଆରାଜ୍ ଭାବେ କୁଖ୍ୟାତି ଲାଭ କରିଥିବା ବେଳେ ଯୋଗୀ ଆଦିତ୍ୟନାଥ ସରକାରଙ୍କ ସମୟରେ ଏହି ରାୟ ଆସିବା ପ୍ରଶଂସାଯୋଗ୍ୟ ବୋଲି କୁହାଯାଉଛି। ଗତ ୩ ମାସରେ ମୁକ୍ତାର ଅନସାରୀଙ୍କୁ ଆଜିକୁ ମିଶାଇ ୩ ଥର ଦଣ୍ଡଶୁଣାଣି ହୋଇଛି।

ଉତ୍ତରପ୍ରଦେଶର ଯୋଗୀ ସରକର ଅପରାଧୀଙ୍କ ବିରୋଧରେ ଜିରୋ ଟଲେରେନ୍ସ ନୀତି ଆପଣାଇଛନ୍ତି।  ଏହାପୂର୍ବରୁ ଗୁରୁବାର କୋର୍ଟରେ ମୁଖତାର ଅନସାରୀ ଓ ତାଙ୍କ ସହଯୋଗୀ ଭୀମ ସିଂଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲା । ଦଣ୍ଡ ବିଧାନ ବେଳେ ଭୀମ ସିଂ କୋର୍ଟରେ ହାଜର ହୋଇଥିବା ବେଳେ ମୁକ୍ତାରଙ୍କୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ହାଜର କରାଯାଇଥିଲା । ମୁକ୍ତାର ଓ ତାଙ୍କ ସହଯୋଗୀ ଭୀମ ସିଂଙ୍କ ନାମରେ ୧୯୯୬ ମସିହାରେ ମାମଲା ରୁଜୁ ହୋଇଥିଲା । ୨୬ ବର୍ଷ ପରେ କୋର୍ଟ ସେହି ମାମଲାରେ ବାହୁବଳୀ ନେତା ମୁଖତାର ଓ ତାଙ୍କ ସହଯୋଗୀ ଭୀମ ସିଂଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି ।

ମୁଖତାର ଉପରେ ରୁଜୁ ହୋଇଥିବା ମାମଲା ମଧ୍ୟରେ ରାଜେନ୍ଦ୍ର ସିଂ ହତ୍ୟାକାଣ୍ଡ, ବଶିଷ୍ଠ ତିୱାରୀ ଓରଫ ମାଲା ଗୁରୁ ହତ୍ୟାକାଣ୍ଡ, ଅବଧେଶ ରାୟ ହତ୍ୟାକାଣ୍ଡ, କନେଷ୍ଟବଳ ରଘୁବଂଶ ସିଂ ହତ୍ୟାକାଣ୍ଡ ସହ ଗାଜିପୁରର ଆଡିସନାଲ ଏସପି ଏବଂ ଅନ୍ୟ ପୋଲିସକର୍ମୀ ଉପରେ ମରଣାତ୍ମକ ଆକ୍ରମଣ ଭଳି ମାମଲା ରହିଛି ।

 

The post ଗ୍ୟାଙ୍ଗଷ୍ଟର ମୁଖତାର ଅନସାରୀ ଏବଂ ସହଯୋଗୀଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ appeared first on Odisha Reporter.



from Odisha Reporter https://ift.tt/j0fF5PZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages