ଏକାଧିକ ସାମ୍ବାଦିକଙ୍କ ଟ୍ୱିଟର ଆକାଉଣ୍ଟକୁ ସସ୍‌ପେଣ୍ଡ କଲେ ଏଲନ ମସ୍କ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 15, 2022

ଏକାଧିକ ସାମ୍ବାଦିକଙ୍କ ଟ୍ୱିଟର ଆକାଉଣ୍ଟକୁ ସସ୍‌ପେଣ୍ଡ କଲେ ଏଲନ ମସ୍କ

ସାନ ଫ୍ରାନ୍ସିକୋ: ଏକାଧିକ ସାମ୍ବାଦିକଙ୍କ ଟ୍ୱିଟର ଆକାଉଣ୍ଟକୁ ସସ୍‌ପେଣ୍ଡ କରିଛନ୍ତି କମ୍ପାନୀର ନୂଆ ମାଲିକ ଏଲନ ମସ୍କ। ଏହି ସାମ୍ବାଦିକମାନେ ସମ୍ଭବତଃ ଟ୍ୱିଟରରେ ଘଟୁଥିବା ଘଟଣା ବିରୋଧରେ ଖବର ପ୍ରକାଶ କରିବା ସହ ମସ୍କଙ୍କୁ ଟାର୍ଗେଟ କରୁଥିବାରୁ ସେମାନଙ୍କ ଆକାଉଣ୍ଟକୁ ସସପେଣ୍ଡ କରାଯାଇବା ସନ୍ଦେହ କରାଯାଉଛି।

ଆକାଉଣ୍ଟ ସସ୍‌ପେଣ୍ଡ ହୋଇଥିବା ସାମ୍ବାଦିକଙ୍କ ମଧ୍ୟରେ ନ୍ୟୁୟର୍କ ଟାଇମ୍ସ, ସିଏନଏନ, ଟାଇମ୍ସ ଓ ୱାଶିଂଟନ ପୋଷ୍ଟର ରିପୋର୍ଟରମାନେ ରହିଛନ୍ତି। ସେମାନେ ଆକାଉଣ୍ଟ ଖୋଲିବା ମାତ୍ରେ ଏହା ସସ୍‌ପେଣ୍ଡ ହୋଇଯାଇଥିବା ଦେଖିବାକୁ ମିଳୁଛି।
କ’ଣ ପାଇଁ ପ୍ରକୃତରେ ସାମ୍ବାଦିକମାନଙ୍କ ଆକାଉଣ୍ଟକୁ ସସପେଣ୍ଡ କରାଯାଇଛି, ସେକଥା ଟ୍ୱିଟର କହିନାହିଁ।

କିନ୍ତୁ ସମସ୍ତ ସସପେଣ୍ଡ ଆକାଉଣ୍ଟଧାରୀ ସାମ୍ବାଦିକମାନେ କିଛି ଦିନ ହେଲା ଟ୍ୱିଟର ମାଲିକ ତଥା ଶିଳ୍ପପତି ଏଲନ ମସ୍କଙ୍କ ବିରୋଧରେ ରିପୋର୍ଟ ଛାପୁଥିଲେ। ଏଥିସହ ମସ୍କ ମାଲିକ ହେବା ପରେ କେମିତି ଟ୍ୱିଟରରେ ନିୟମ ବାରମ୍ବାର ବଦଳୁଛି, ସେ ବିଷୟରେ ବିଶ୍ଲେଷଣ କରି ତାଙ୍କୁ ସମାଲୋଚନା କରିଥିଲେ।

ଟେଲର ଲୋରେଞ୍ଜ ନାମକ ଜଣେ ମହିଳା ସାମ୍ବାଦିକ ଟ୍ୱିଟ କରି କହିଛନ୍ତି ଯେ “ମସ୍କ ଏବେ ତାଙ୍କୁ ସମାଲୋଚନା କରୁଥିବା ସାମ୍ବାଦିକମାନଙ୍କ ଟ୍ୱିଟର ଆକାଉଣ୍ଟକୁ ବ୍ୟାନ କରିବା ଆରମ୍ଭ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ନ୍ୟୁୟର୍କ ଟାଇମ୍ସ, ୱାଶିଂଟନ ପୋଷ୍ଟ ଓ ସିଏନଏନର ଜଣେ ସାମ୍ବାଦିକଙ୍କ ଆକାଉଣ୍ଟକୁ ସସପେଣ୍ଡ ହୋଇ ସାରିଲାଣି। ମୋ ଟାଇମ ଲାଇନରେ ମଧ୍ୟ ସମସ୍ୟା ସୃଷ୍ଟି ହେଉଛି ଓ ଲୋକମାନେ ନିୟମିତ ଭାବେ ମୋ ଟ୍ୱିଟକୁ ରିପୋର୍ଟ ମାରିବା ଆରମ୍ଭ କରିଛନ୍ତି। ତେଣୁ ମୁଁ ମଧ୍ୟ ଖୁବଶୀଘ୍ର ବ୍ୟାନ ହୋଇଯିବି ବୋଲି ଆଶଙ୍କା କରୁଛି।”

ଏହି ଟ୍ୱିଟର କ୍ରିନଶଟ୍‌କୁ ଶେୟାର କରି ଜଣେ ଟ୍ୱିଟର ବ୍ୟବହାର କରି ଲେଖିଛନ୍ତି ଯେ ମେଲ୍ଟ ଡାଉନ। ଏହାର ଜବାବରେ ମସ୍କ କହିଛନ୍ତି, “ସମାନ ଡୋକ୍ସିଂ ନିୟମ ସମସ୍ତଙ୍କ ଭଳି ସାମ୍ବାଦିକମାନଙ୍କ କ୍ଷେତ୍ରରେ ମଧ୍ୟ ଲାଗୁ ହୋଇଛି।” ଜଣଙ୍କ ବ୍ୟକ୍ତିଗତ ତଥ୍ୟକୁ ଶେୟାର କରିବା ଘଟଣାକୁ ଡୋକ୍ସଂ କୁହାଯାଏ। ଏହାକୁ ଟ୍ୱିଟର ନିୟମ ଅନୁସାରେ ବ୍ୟାନ କରିଥାଏ। ତେଣୁ ମସ୍କ ସେହି ଆଧାରରେ ସାମ୍ବାଦିକଙ୍କ ଆକାଉଣ୍ଟକୁ ସସପେଣ୍ଡ କରାଯାଇଥିବା ସଫେଇ ଦେଇଛନ୍ତି।

ମସ୍କ ଆଉ ଏକ ଟ୍ୱିଟରେ କହିଛନ୍ତି, “ମୋତେ ଦିନ ରାତି ସମାଲୋଚନା କରିବାରେ କୌଣସି ଅସୁବିଧା ନାହିଁ। କିନ୍ତୁ ମୋ ରିୟଲ ଟାଇମ ଲୋକେସନ ଓ ମୋ ପରିବାରକୁ ଟାର୍ଗେଟ କରି ତଥ୍ୟ ସାର୍ବଜନୀନ କରିବା ଆଦୌ ଗ୍ରହଣୀୟ ନୁହେଁ।” ତେବେ ସସପେଣ୍ଡ ସମ୍ପର୍କରେ ଟ୍ୱିଟର ପକ୍ଷରୁ ବିଧିବଦ୍ଧ ଭାବେ କୌଣସି ପ୍ରତିକ୍ରିୟା ଦିଆଯାଇ ନାହିଁ।


ଏହାପୂର୍ବରୁ ମସ୍କଙ୍କ ପ୍ରାଇଭେଟ୍‌ ଜେଟର ରିୟଲ ଟାଇମ ତଥ୍ୟକୁ ଟ୍ରାକିଂ କରୁଥିବା ଗୋଟିଏ ଟ୍ୱିଟର ଆକାଉଣ୍ଟକୁ ସସପେଣ୍ଡ କରାଯାଇଥିଲା।

The post ଏକାଧିକ ସାମ୍ବାଦିକଙ୍କ ଟ୍ୱିଟର ଆକାଉଣ୍ଟକୁ ସସ୍‌ପେଣ୍ଡ କଲେ ଏଲନ ମସ୍କ appeared first on Odisha Reporter.



from Odisha Reporter https://ift.tt/KL3VQgG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages