କୁଲଦୀପଙ୍କୁ ୫ ୱିକେଟ, ବାଂଲାଦେଶ ୧୫୦ ରନରେ ଅଲଆଉଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 15, 2022

କୁଲଦୀପଙ୍କୁ ୫ ୱିକେଟ, ବାଂଲାଦେଶ ୧୫୦ ରନରେ ଅଲଆଉଟ

ଢାକା: ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତର ଜଲୱା ଦେଖିବାକୁ ମିଳିଛି। କୁଲଦୀପ ଯାଦବଙ୍କ ଘାତକ ବୋଲିଂ ଯୋଗୁ ବାଂଲାଦେଶ ତା’ର ପ୍ରଥମ ଇନିଂସରେ କେବଳ ୧୫୦ ରନ କରିବାକୁ ସକ୍ଷମ ହୋଇଛି। ଏପରି କି ଘରୋଇ ଟିମ ପ୍ରଥମ ଇନିଂସରେ ଫଲୋଅନ ଖାଇଛି।

ପ୍ରଥମ ଇନିଂସ ଭାରତ ୪୦୪ ରନ କରିଥିଲା। ବାଂଲାଦେଶ ୧୫୦ ରନରେ ଅଲଆଉଟ ହେବାରୁ ଦଳକୁ ପ୍ରଥମ ଇନିଂସରେ ୨୫୪ ରନର ଲିଡ୍‌ ମିଳିଛି। ସେହିପରି ବାଂଲାଦେଶ ପ୍ରଥମ ଇନିଂସରେ ଫଲୋଅନ ଖାଇଥିଲେ ମଧ୍ୟ ଭାରତ ପୁଣି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଦଳ ପାଖରେ ୨୫୪ ରନର ଲିଡ୍‌ ବର୍ତ୍ତମାନ ସୁଦ୍ଧା ରହିଛି। ତେଣୁ ଦ୍ୱିତୀୟ ଇନିଂସରେ ଦ୍ରୁତଗତିରେ ରନ କରି ବାଂଲାଦେଶକୁ ବଡ଼ ଟାର୍ଗେଟ ଦେବା ଲକ୍ଷ୍ୟରେ ଦଳ ରହିଛି।

ବୁଧବାର ଠାରୁ ଆରମ୍ଭ ହୋଇଥିବା ପ୍ରଥମ ଟେଷ୍ଟର ଦ୍ୱିତୀୟ ଦିନରେ ଭାରତ ୪୦୪ ରନ କରି ଅଲଆଉଟ ହୋଇଯାଇଥିଲା। ଏହାପରେ ପ୍ରଥମ ଇନିଂସ ଆରମ୍ଭ କରିଥିବା ବାଂଲାଦେଶ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲେ। ବିଶେଷ କରି ମହମ୍ମଦ ସିରାଜ ଓ କୁଲଦୀପ ଯାଦବଙ୍କ ଘାତକ ବୋଲିଂ ଆଗରେ ବାଂଲାଦେଶ ବ୍ୟାଟିଂ ଲାଇନ ଅପ୍‌ ଛିନଛତ୍ର ହୋଇଯାଇଥିଲା। ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ବାଂଲାଦେଶ ୮ ୱିକେଟ ହରାଇ ମାତ୍ର ୧୩୩ ରନ କରିଥିଲା।

ତେବେ ଇନଫର୍ମ ମେହଦି ହାସନ ମିରଜା କ୍ରିଜ୍‌ରେ ଥିବାରୁ ଦଳ ତୃତୀୟ ଦିନରେ ତାଙ୍କ ଠାରୁ କିଛି ବଡ଼ ଶଟ୍‌ର ଆଶା କରିଥିଲା। ହେଲେ କୁଲଦୀପ ଯାଦବ ଓ ମହମ୍ମଦ ସିରାଜ ସେମିତି ହେବାକୁ ଦେଇ ନଥିଲେ। ତୃତୀୟ ଦିନ ଖେଳ ଆରମ୍ଭ ହେବାର କିଛି ସମୟ ମଧ୍ୟରେ କୁଲଦୀପ ଗତକାଲିର ଅପରାଜିତ ବ୍ୟାଟର ଇବାଦତ ହୁସେନ(୧୭)ଙ୍କୁ ଆଉଟ କରି ବାଂଲାଦେଶକୁ ପ୍ରଥମ ଝଟକା ଦେଇଥିଲେ। ସେହିପରି ପ୍ରଥମ ଇନିଂସରେ ନିଜର ୫ମ ୱିକେଟ ଦଖଲ କରିଥିଲେ। ଦ୍ୱିତୀୟ ଦିନରେ ସେ ବାଂଲାଦେଶର ୪ ଜଣ ବ୍ୟାଟରଙ୍କୁ ପ୍ୟାଭିଲିୟନ ପଠାଇଥିଲେ।

ତଥାପି ମିରାଜ ଲଢ଼େଇ କରିବା ସହ ଭାରତକୁ ୱିକେଟ ଦେଇ ନଥିଲେ। ଆରମ୍ଭରୁ କୁଲଦୀପ ଓ ସିରାଜ ଆଟାକ କରୁଥିବା ବେଳେ ଅଧିନାୟକ କେଏଲ ରାହୁଲ ହଠାତ୍‌ ଅକ୍ଷର ପଟେଲଙ୍କୁ ବୋଲିଂ କରିବାକୁ ଦେଇଥିଲେ। ସେ ନିରାଶ ନ କରି ବଡ଼ ଶଟ ଖେଳିବାକୁ ଚେଷ୍ଟା କରୁଥିବା ମିରାଜ(୨୫)ଙ୍କୁ ଋଷଭ ପନ୍ତଙ୍କ ହାତରେ ଷ୍ଟମ୍ପିଂ କରି ଦେଇଥିଲେ। ମିରାଜ ଆଉଟ ହେବା ସହ ବାଂଲାଦେଶର ପ୍ରଥମ ଇନିଂସ ୧୫୦ ରନରେ ଅଟକି ଯାଇଥିଲା। ବାଂଲାଦେଶ ଆଜି କେବଳ ୧୭ ରନ କରିଥିବା ବେଳେ ନିଜର ଶେଷ ଦୁଇ ୱିକେଟ ହରାଛି।

ଭାରତ ଏବେ ତା’ର ଦ୍ୱିତୀୟ ଇନିଂସ ଆରମ୍ଭ କରିଛି। ଭାରତ ପକ୍ଷରୁ ପ୍ରଥମ ଇନିଂସରେ କୁଲଦୀପ ଯାଦବ ୫ ୱିକେଟ ନେଇଥିବା ବେଳେ ମହମ୍ମଦ ସିରାଜ ୩ଟି, ଅକ୍ଷର ପଟେଲ ଓ ଉମେଶ ଯାଦବ ଗୋଟିଏ ଲେଖାଏ ସଫଳତା ପାଇଛନ୍ତି।

The post କୁଲଦୀପଙ୍କୁ ୫ ୱିକେଟ, ବାଂଲାଦେଶ ୧୫୦ ରନରେ ଅଲଆଉଟ appeared first on Odisha Reporter.



from Odisha Reporter https://ift.tt/WfqOk6Y

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages