କ୍ଲିଣ୍ଟନ ‘ସାପ’ ମନ୍ତବ୍ୟ ଦୋହରାଇ ପାକିସ୍ତାନ ଉପରେ ବର୍ଷିଲେ ଏସ୍‌ ଜୟଶଙ୍କର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 15, 2022

କ୍ଲିଣ୍ଟନ ‘ସାପ’ ମନ୍ତବ୍ୟ ଦୋହରାଇ ପାକିସ୍ତାନ ଉପରେ ବର୍ଷିଲେ ଏସ୍‌ ଜୟଶଙ୍କର

ମିଳିତ ଜାତିସଂଘ: ପୁଣିଥରେ ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନ ଉପରେ ବର୍ଷିଛନ୍ତି ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର। ପାକିସ୍ତାନ ଆତଙ୍କବାଦର କେନ୍ଦ୍ରସ୍ଥଳ ବୋଲି ପୂରା ବିଶ୍ୱ ଜାଣିଛି। ଅଢ଼େଇ ବର୍ଷ କରୋନା କାଳରେ ସମସ୍ତଙ୍କ ସ୍ମରଣଶକ୍ତି ଟିକିଏ କିମି ଯାଇଛି, ହେଲେ ଅନ୍ତର୍ଜାତୀୟ ସମୂହ ଭଲ ଭାବେ ଜାଣିଛନ୍ତି ଯେ ଆତଙ୍କବାଦର ଉତ୍ପତ୍ତି ସ୍ଥଳ କେଉଁଠି ରହିଛି ବୋଲି ମିଳିତ ଜାତିସଂଘରେ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତରରେ ଜୟଶଙ୍କର କହିଛନ୍ତି।

ଏଥିସହ ଆମେରିକା ପୂର୍ବତନ ବୈଦେଶିକ ମନ୍ତ୍ରୀ ହିଲାରୀ କ୍ଲଣ୍ଟନ ପାକିସ୍ତାନ ଉଦ୍ଦେଶ୍ୟରେ ଦେଇଥିବା ସାପ ମନ୍ତବ୍ୟକୁ ମଧ୍ୟ ଜୟଶଙ୍କର ଉଠାଇ ଇସଲାମାବାଦକୁ ଟାର୍ଗେଟ କରିଛନ୍ତି।

ଜାତିସଂଘ ସୁରକ୍ଷା ପରିଷଦରେ ‘Global Counterterrorism Approach: Challenges and Way Forward’ ଶୀର୍ଷକ ଆଲୋଚନାରେ ଅଧ୍ୟକ୍ଷତା କରିବା ପରେ ଜୟଶଙ୍କର ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ। ଏହି ସମୟରେ ସେ କହିଛନ୍ତି, “ଏବେ ସେମାନେ(ପାକିସ୍ତାନ ସରକାର) ଯାହା କହିଲେ ବି ପ୍ରକୃତ ସତ ସମସ୍ତେ ଜାଣିଛନ୍ତି। ପୂରା ବିଶ୍ୱ ସେମାନଙ୍କୁ ଆତଙ୍କବାଦର ଉତ୍ପତ୍ତି ସ୍ଥଳ ଭାବେ ବିଚାର କରୁଛି। ସେହି ଦୃଷ୍ଟି ବଦଳି ନାହିଁ। ମୁଁ ଜାଣିଛି ଆମେ ସମସ୍ତେ ଦୀର୍ଘ ଅଢ଼େଇ ବର୍ଷ ହେଲା କୋଭିଡ ସହ ଲଢ଼େଇ କରୁଥିଲେ। ଆମ ମଧ୍ୟରୁ ଅଧିକାଂଶ ଲୋକଙ୍କ ମୁଣ୍ଡରେ ଥିବା ସ୍ମରଣ ଶକ୍ତି ସାମାନ୍ୟ ହ୍ରାସ ପାଇ ଯାଇଛି।

କିନ୍ତୁ ମୁଁ ଆପଣମାନଙ୍କୁ ନିଶ୍ଚିତ କରିବାକୁ ଚାହେଁ ଯେ ବିଶ୍ୱ ସମୂହ ଆତଙ୍କବାଦ କେଉଁଠି ଆରମ୍ଭ ହେଉଛି, ସେକଥା ଭୁଲି ନାହିଁ। କେଉଁ ସ୍ଥାନରେ ସବୁ କିଛିର ଯୋଜନା ହେଉଛି, ସେକଥା ମଧ୍ୟ କେହି ଭୁଲି ନାହାନ୍ତି। ତେଣୁ ମୁଁ ଏତିକି କହିବାକୁ ଚାହୁଁଛି ଯେ ଆକାଶରୁ କଥା ତୋଳି କିଛି କହିବା ଓ କଳ୍ପନା କରିବା ପୂର୍ବରୁ ସେମାନେ ପ୍ରଥମେ ନିଜ କଥା ବିଚାର କରନ୍ତୁ। ସେମାନଙ୍କ ସ୍ଥିତି କ’ଣ ସେମାନେ ନିଜେ ସମୀକ୍ଷା କରନ୍ତୁ।”

ନିକଟରେ ପାକିସ୍ତାନର ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ହୀନା ରବ୍ବାନି ଖାର ଅଭିଯୋଗ କରିଥିଲେ ଯେ “ଭାରତ ଠାରୁ ଆତଙ୍କବାଦର ବ୍ୟବହାର ଆଉ କୌଣସି ଦେଶ ଭଲ ଭାବେ ବ୍ୟବହାର କରିବା ଜାଣିନାହାନ୍ତି।” ଏ ସଂକ୍ରାନ୍ତ ପ୍ରଶ୍ନର ଉତ୍ତର ଦେବା ବେଳେ ଜୟଶଙ୍କର କ୍ଲିଣ୍ଟନଙ୍କ ସାପ ମନ୍ତବ୍ୟ କଥା ଉଠାଇଛନ୍ତି।

କ୍ଲିଣ୍ଟନ ୨୦୧୧ରେ ତତ୍କାଳୀ ପାକ୍‌ ବୈଦେଶିକ ମନ୍ତ୍ରୀ ଖାରଙ୍କ ସହ ମିଳିତ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏହି ସମୟରେ ସେ କହିଥିଲେ ଯେ “ଆପଣ ନିଜ ବଗିଚାରେ ସାପ ରଖିବେ ଓ ଆଶା କରିବେ ଯେ ସେମାନେ କେବଳ ପଡ଼ୋଶୀଙ୍କୁ କାମୁଡ଼ନ୍ତୁ? ଆପଣଙ୍କର କିଛି କ୍ଷତି ନ କରନ୍ତୁ?”

ଜୟଶଙ୍କର ଏହାକୁ ଆଧାର କରି ପାକିସ୍ତାନକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, “ମୁଁ ମନ୍ତ୍ରୀ ହୀନା ରବ୍ବାନି ଖର ଦେଇଥିବା ବୟାନକୁ ପଡ଼ିଛି। ଏହାକୁ ପଢ଼ିବା ପରେ ପ୍ରାୟ ଦଶନ୍ଧି ତଳର ଗୋଟିଏ କଥା ମୋ ମନକୁ ଆସୁଛି। ହିଲାରୀ କ୍ଲିଣ୍ଟନ ସେତେବେଳେ ପାକିସ୍ତାନ ଗସ୍ତ କରିଥିଲେ। ହୀନା ରବ୍ବାନି ଖର ମଧ୍ୟ ମନ୍ତ୍ରୀ ଥିଲେ। ତାଙ୍କ ପାଖରେ ଛିଡ଼ା ହୋଇ କ୍ଲିଣ୍ଟନ କହିଥିଲେ ଯେ ଯଦି ତୁମେ ନିଜ ବଗିଚାରେ ସାପ ରଖିବ, ତା’ହେଲେ ତୁମେ କେବଳ ସାପ ପଡ଼ୋଶୀଙ୍କୁ କାମୁଡ଼ୁ ବୋଲି ଆଶା କରିପାରିବ ନାହିଁ। ସାପ ଦରକାର ପଡ଼ିଲେ ସେମାନଙ୍କୁ ରଖିଥିବା ଲୋକଙ୍କୁ ମଧ୍ୟ କାମୁଡ଼ି ଦେଇପାରନ୍ତି। କିନ୍ତୁ ଆପଣମାନେ ଭଲ ଭାବେ ଜାଣିଛନ୍ତି ଯେ ପାକିସ୍ତାନ କାହାର ଭଲ ପରାମର୍ଶକୁ ଗ୍ରହଣ କରେ ନାହିଁ। ଫଳସ୍ୱରୂପ ସେଠାରେ କ’ଣ ସବୁ ଘଟୁଛି, ସେସବୁ ଆପଣମାନେ ଦେଖୁଛନ୍ତି।”

The post କ୍ଲିଣ୍ଟନ ‘ସାପ’ ମନ୍ତବ୍ୟ ଦୋହରାଇ ପାକିସ୍ତାନ ଉପରେ ବର୍ଷିଲେ ଏସ୍‌ ଜୟଶଙ୍କର appeared first on Odisha Reporter.



from Odisha Reporter https://ift.tt/NrC8fZw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages