କ୍ୟାପିଟାଲ ହିଂସା ପାଇଁ ଟ୍ରମ୍ପଙ୍କୁ ଦାୟୀ କଲା ତଦନ୍ତ କମିଟି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 19, 2022

କ୍ୟାପିଟାଲ ହିଂସା ପାଇଁ ଟ୍ରମ୍ପଙ୍କୁ ଦାୟୀ କଲା ତଦନ୍ତ କମିଟି

ୱାଶିଂଟନ୍‌: ବଢ଼ିଲା ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅଡୁଆ। ଗତବର୍ଷ ଜାନୁଆରୀ ୬ ତାରିଖରେ ଆମେରିକାର କ୍ୟାପିଟାଲ ବିଲ୍ଡିଂ ପରିସରେ ହୋଇଥିବା ହିଂସା ମାମଲାରେ ଟ୍ରମ୍ପଙ୍କୁ ଦାୟୀ କରିଛି ତଦନ୍ତ କମିଟି। ବର୍ତ୍ତମାନ ବୁଧବାର ଜଷ୍ଟିସ୍ କମିଟି ଏହା ଉପରେ ଚୂଡାନ୍ତ ରିପୋର୍ଟ ପ୍ରକାଶ କରିବେ।

ଏହି ମାମଲାର ଯାଞ୍ଚ କରୁଥିବା ସ୍ୱତନ୍ତ୍ର ତଦନ୍ତ କମିଟି ସୋମବାର ଏହାର ଅନ୍ତିମ ଶୁଣାଣି କରିଥିଲା। ଏହି ତଦନ୍ତ ପ୍ୟାନେଲର ଉପାଧ୍ୟକ୍ଷ ଲିଜ୍ ଚେନି କହିଛନ୍ତି, ଏହି ମାମଲାରେ ଯେଉଁ ସବୁ ପ୍ରମାଣ ମିଳିଛି ତାହା ଟ୍ରମ୍ପଙ୍କ ଦ୍ୱାରା ହୋଇଥିବା ନୈତିକ ବିଫଳତା ଆଡକୁ ଇସାରା କରୁଛି । ଏହି ଘଟଣା ପାଇଁ ଡୋନାଲ୍ଡ ଟ୍ରମ୍ପ ହିଁ ଦାୟୀ। ହିଂସା ଘଟୁଥିବା ବେଳେ ସେ କାହିଁକି ହସ୍ତକ୍ଷେପ କଲେ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି।

ସିଏନ୍‌ଏନ୍‌ର ରିପୋର୍ଟ ମୁତାବକ, ସୋମବାର ଏହି ମାମଲାକୁ ନେଇ ତଦନ୍ତ କମିଟିରେ ଶେଷ ସର୍ବସାଧାରଣ ଅଧିବେଶନ ଆୟୋଜିତ ହୋଇଥିଲା। ଏହି ଶୁଣାଣିରେ କ୍ୟାପିଟାଲ ହିଲ୍‌ରେ ହୋଇଥିବା ହିଂସାରେ ଟ୍ରମ୍ପଙ୍କ ଭୂମିକାକୁ ନେଇ କମିଟି ବିସ୍ତୃତ ଯାଞ୍ଚର ଅନ୍ତିମ ରିପୋର୍ଟ ରଖିଥିଲା।

ସେପଟେ ଏହି ଘଟଣାକୁ ନେଇ ଡୋନାଲ୍ଡ ଟ୍ରମ୍ପ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ତାଙ୍କୁ ଫସାଇ ଦିଆଯାଉଥିବା ନେଇ ସେ ଅଭିଯୋଗ ଆଣିଛନ୍ତି। ତାଙ୍କ ବିରୋଧରେ ମିଛ ଅଭିଯୋଗ କରାଯାଇଛି। ହ୍ୱାଇଟ୍ ହାଉସର ରେସ୍‌ରୁ ତାଙ୍କୁ ବାହାର କରିବା ପାଇଁ ଗୃହର ସାଂସଦମାନେ ଏପରି ଷଡଯନ୍ତ୍ର ରଚିଥିବା ସେ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ୨୦୨୧ ଜାନୁଆରୀ ୬ ତାରିଖରେ ୱାଶିଂଟନ୍ ଡିସିର କ୍ୟାପିଟାଲ ହିଲ୍ ନିକଟରେ ହଜାର ହଜାର ଲୋକେ ଏକାଠି ହୋଇଥିଲେ। ଏହି ଲୋକଙ୍କ ମଧ୍ୟରେ ଅଧିକାଂଶ ଟ୍ରମ୍ପଙ୍କ ସମର୍ଥକ ଥିଲେ। ସମସ୍ତେ ୱାଶିଂଟନ ଡିସିର କ୍ୟାପିଟାଲ ହିଲ୍ ଉପରେ ଆକ୍ରମଣ କରିଥିଲେ। ୨୦୨୦ ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ଯାଞ୍ଚ ପ୍ରକ୍ରିୟାରେ ଏମାନେ କଂଗ୍ରେସର ମିଳିତ ଅଧିବେଶନକୁ ବାଧା ଦେଇଥିଲେ। ଏହି ଘଟଣାରେ ପୁଲିସ ସମେତ ଅନେକ ଲୋକ ଆହତ ହୋଇଥିଲେ।

The post କ୍ୟାପିଟାଲ ହିଂସା ପାଇଁ ଟ୍ରମ୍ପଙ୍କୁ ଦାୟୀ କଲା ତଦନ୍ତ କମିଟି appeared first on Odisha Reporter.



from Odisha Reporter https://ift.tt/VfIbGSl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages