୧୭ ଡିସେମ୍ବର, ଶନିବାର: ନୂତନ କର୍ମସଂସ୍ଥାନ ମିଳିପାରେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 16, 2022

୧୭ ଡିସେମ୍ବର, ଶନିବାର: ନୂତନ କର୍ମସଂସ୍ଥାନ ମିଳିପାରେ

ମେଷ:  କର୍ମକ୍ଷେତ୍ରରେ ନାନା ପ୍ରକାର ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ଯାନବାହାନ ଚଳାଚଳ କଲାବେଳେ ବିଶେଷ ସତର୍କ ରୁହନ୍ତୁ। ମହିଳାମାନେ ଶାରୀରିକ କଷ୍ଟ ପାଇପାରନ୍ତି ।

 ବୃଷ:  ନୂତନ କର୍ମସଂସ୍ଥାନ ମିଳିପାରେ । ଚେଷ୍ଟା କଲେ ପଦୋନ୍ନତି ମଧ୍ୟ ହୋଇପାରେ । କିନ୍ତୁ ଉଚ୍ଚପଦସ୍ଥ ଅଧିକାରୀଙ୍କ ସହ ମତାନ୍ତର ମନାନ୍ତର ହୋଇପାରେ । ମହିଳାମାନେ ଧର୍ମପରାୟଣା ହେବେ ।

ମିଥୁନ: ଆଶା କରୁଥିବା ଦିଗରୁ ଅର୍ଥ, ମାନ ସମ୍ମାନ ଲାଭ କରିବେ। ବ୍ୟବସାୟ ବାଣିଜ୍ୟରେ ଆୟ ବୃଦ୍ଧି ଘଟିବ, ଗୁରୁଜନଙ୍କ ସ୍ନେହ ଆର୍ଶୀବାଦ ଲାଭ କରିବେ। କୌଣସି ସାମାଜିକ କାର୍ଯ୍ୟରେ ଯୋଗଦେବାକୁ ପଡ଼ିପାରେ ।

କର୍କଟ: କର୍ମକ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷ ଆପଣଙ୍କ କାର୍ଯ୍ୟରେ ସନ୍ତୋଷ ଅନୁଭବ କରିବେ, ଆର୍ଥିକ ଦୃଷ୍ଟିରୁ ଲାଭବାନ ହେବେ।  ଅପ୍ରିୟ ସତ କଥା କହି ଦୋଷୀ ସାବ୍ୟସ୍ତ ହୋଇ ମନସ୍ତାପ କରିବେ। ମଧ୍ୟାହ୍ନ ପରେ ବ୍ୟବସାୟିକ କ୍ଷେତ୍ରରେ ଆପଣଙ୍କ ପାଇଁ ପରିସ୍ଥିତି ଅନୁକୂଳ ରହିବ।

ସିଂହ : କ୍ରୋଧ ଏବଂ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ । ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ। ଆୟ ତୁଳନାରେ ବ୍ୟୟ ଅଧିକ ହୋଇଯିବ, ଫଳରେ ଧାର କରଜ କରିବାକୁ ପଡିପାରେ । ବହୁ ଦିନର ସ୍ୱପ୍ନ  ବାସ୍ତବରେ ପରିଣତ ହୋଇପାରେ, ଉଚ୍ଚ ଅଧିକାରୀଙ୍କ ସହିତ ବାଦବିବାଦ କରନ୍ତୁ ନାହିଁ।

କନ୍ୟା  :  ଆକସ୍ମିକ ଅର୍ଥ ଖର୍ଚ୍ଚ ହୋଇପାରେ, ଦୂରଯାତ୍ରା କରିବାକୁ ପଡିପାରେ।  ମହିଳାମାନେ ଘରେ ବିଭିନ୍ନ ପ୍ରକାରର କାର୍ଯ୍ୟରେ ବ୍ୟସ୍ତ ରହିବେ, ଛାତ୍ରଛାତ୍ରୀମାନେ ପାଠପଢା ପ୍ରତି ମନୋନିବେଶ କରିବେ ।

ତୁଳା: ସାଙ୍ଗମାନଙ୍କୁ ଅଧିକ ବିଶ୍ୱାସ କଲେ ବ୍ୟବସାୟ କାର୍ଯ୍ୟର ଗତି ବୃଦ୍ଧି ପାଇବ। ନୂତନ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ହାତେ ମାପି ଚାଖଣ୍ଡେ ଚାଲିବା ଉଚିତ୍ । ଯାନବାହାନ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇପାରେ।

ବିଚ୍ଛା: ସାଧାରଣ ଲୋକମାନେ ଆପଣଙ୍କ ବ୍ୟକ୍ତିତ୍ୱ ଆଗରେ ନତମସ୍ତକ ହେବେ । ଦାମୀ ଯାନ ଏବଂ ବିଳାସପୂର୍ଣ୍ଣ ସାମଗ୍ରୀ କ୍ରୟ କରିବା ପାଇଁ ମନ ବଳେଇପାରନ୍ତି । ଦାମ୍ପତ୍ୟ ସଂପର୍କରେ ପରସ୍ପର ପ୍ରତି ସମର୍ପିତ ହେବେ।

ଧନୁ: ସମ୍ପତ୍ତି ପ୍ରସଙ୍ଗରେ ସଫଳତା ମିଳିବା ସହ କ୍ୟାରିଅରରେ ବିଶେଷ ସଫଳତା ପାଇବେ । ସକାରାତ୍ମକ ଚିନ୍ତା ମନକୁ ଆସିବା ଫଳରେ ଘରେ ସୁଖ ଶାନ୍ତିର ପରିବେଶ ରହିବ । ଅନ୍ୟ ପ୍ରଭାବରେ ପ୍ରଭାବିତ ହୋଇ କୌଣସି ନିଷ୍ପତ୍ତି ନେବାଠାରୁ ଦୂରେଇ ରୁହନ୍ତୁ ।

ମକର: କର୍ମକ୍ଷେତ୍ରରେ ପଦୋନ୍ନତି ପାଇଁ ଟିକେ ଚିନ୍ତିତ ହୋଇପାରନ୍ତି । ଅନାବଶ୍ୟକ ଖର୍ଚ୍ଚ ଉପରେ ଅଙ୍କୁଶ ଲଗେଇଲେ ଆର୍ଥିକ ସମସ୍ୟା ଦୂର ହୋଇଯିବ। ରାସ୍ତାଘାଟରେ ଅତ୍ୟନ୍ତ ସତର୍କତା ସହ ଯାତାୟାତ କରିବା ଉଚିତ୍ ।

କୁମ୍ଭ: ପାରିବାରିକ କାର୍ଯ୍ୟରେ ବ୍ୟସ୍ତ ରହିବେ ଓ ବ୍ୟବସାୟରେ ଆଶାତୀତ ଲାଭବାନ ହେବେ । ମାଲିକମାନେ ଆପଣଙ୍କ ଲକ୍ଷ୍ୟ ପୂରଣ କରିବାରେ ସାହାଯ୍ୟ କରିବେ । ଯାନବାହାନ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇପାରେ ।

ମୀନ: ରାଜନୈତିକ କ୍ଷେତ୍ରରେ ଉଚ୍ଚ ପଦାଧିକାରୀଙ୍କ ସହ ସମ୍ପର୍କ ମଜବୁତ ହେବ । ସମସ୍ତ ପ୍ରୟାସ ଫଳପ୍ରଦ ହେବା ଫଳରେ ଲୋକମାନେ ଆପଣଙ୍କ ବ୍ୟକ୍ତିତ୍ୱ ପ୍ରତି ଇର୍ଷା କରିପାରନ୍ତି  । ଅଧ୍ୟୟନରେ ଆପଣ ଭଲ ଲାଭ ପାଇବେ ଓ ଭବିଷ୍ୟତ ଯୋଜନାରେ ଟଙ୍କା ବିନିଯୋଗ କରିପାରନ୍ତି ।

The post ୧୭ ଡିସେମ୍ବର, ଶନିବାର: ନୂତନ କର୍ମସଂସ୍ଥାନ ମିଳିପାରେ appeared first on Odisha Reporter.



from Odisha Reporter https://ift.tt/J2P9X87

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages