ନୂଆଦିଲ୍ଲୀ: ସୀମାରେ ଭାରତ-ଚାଇନା ସଂଘର୍ଷକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧି ମୋଦି ସରକାରଙ୍କୁ ଟାର୍ଗେଟ କରିଥିବା ବେଳେ ଏହାର ଜବାବ ରଖିଛି ବିଜେପି। ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କ ନାତି ରାହୁଲ ଗାନ୍ଧି ଭାରତୀୟ ସେନାକୁ ଅପମାନିତ କରିଛନ୍ତି । ଚାଇନାର ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଭାରତ ସରକାର ଶୋଇଥିବା ଗତକାଲି ରାହୁଲ ଗାନ୍ଧି କହିଥିଲେ। ଏହାର ଜବାବରେ ବିଜେପି ରାହୁଲ ଗାନ୍ଧିଙ୍କୁ ପାଲଟା ବାଣ ମାରିଛି। ବିଜେପି କହିଛି ଯେ, ରାହୁଲ ଗାନ୍ଧି ସେନାବାହିନୀକୁ ହତାଶ କରିବାକୁ ଉଦ୍ୟମ କରିଛନ୍ତି। ବିଜେପି ନେତା ରାଜ୍ୟବର୍ଦ୍ଧନ ସିଂହ ରଠୋର କହିଛନ୍ତି ଯେ, ରାହୁଲ ଗାନ୍ଧି ଅନୁଭବ କରୁଛନ୍ତି ଯେ ଚୀନ୍ ସହିତ ବୁଝାମଣା ହେବା ଉଚିତ୍। ଚାଇନା ସହିତ ସେ ଏତେ ନିକଟତର ହୋଇଯାଇଛନ୍ତି ଯେ, ଆଗକୁ ଚାଇନା କଣ କରିବା ତାଙ୍କୁ ଜଣା। ସେ କହିଛନ୍ତି ରାହୁଲ ଗାନ୍ଧି ଭାରତ ଯୋଡ଼ୋ ଯାତ୍ରାରେ ଭାରତୀୟ ସେନାବାହିନୀକୁ ନେଇ ଯେଉଁ ବୟାନ ଦେଇଛନ୍ତି ତାହା ଅପମାନଜନକ ଏବଂ ଦ୍ୱନ୍ଦ୍ୱାତ୍ମକ।
ଇଏ ସେଇ ଭାରତ ନୁହେଁ ଯାହାଙ୍କ ଜେଜେ ଜବାହରଲାଲ ନେହରୁ ଦେଶର ୩୨,୨୪୨ ସ୍କୟାର କିଲୋମିଟର ହରାଇ ଥିଲା। ସେତେଳେ ହିଁ ନେହରୁ ଶୋଇଥିଲେ। କିନ୍ତୁ ଏବେକାର ଭାରତ ସେୟା ନୁହଁ। ୧୯୬୨ ଯୁଦ୍ଧର ସ୍ଥିତିକୁ ଅବତାରଣା କରି ଏହା କହିଛନ୍ତି ରାଠୋର। ନୂଆଦିଲ୍ଲୀରେ ସେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଜାତୀୟ ସୁରକ୍ଷାକୁ ନେଇ ରାହୁଲ ଗାନ୍ଧି ଦାୟିତ୍ୱହୀନ ମନ୍ତବ୍ୟ ଦେଇଛନ୍ତି। ରହୁଲ ଗାନ୍ଧିଙ୍କ ଜେଜେ ବାପା ନେହରୁ ଭାରତର ଜମି ହରାଛନ୍ତି। ତେଣୁ ସେ ଭାବୁଛନ୍ତି ଚାଇନା ସହିତ କିଛି ଗୋଟେ ବୁଝାମଣା ହେବା ଉଚିତ। ଗତକାଲି ରାହୁଲ ଗାନ୍ଧି କହିଥିଲେ ଯେ, ଚାଇନା ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି, କିନ୍ତୁ ଭାରତ ସରକାର ଶୋଇଛି।
ଚାଇନା ପଟୁ ବିପଦକୁ ଭାରତ ସରକାର ଅଣଦେଖା କରିବାକୁ ଚେଷ୍ଟା କରିଛନ୍ତି। ଚୀନ୍ ୨୦ ଭାରତୀୟ ଯବାନଙ୍କୁ ହତ୍ୟା କରିଛି ଏବଂ ଏହା ଅରୁଣାଚଳପ୍ରଦେଶରେ ଆମ ଯବାନଙ୍କୁ ପିଟିଛି। ରାହୁଲ କହିଛନ୍ତି, ଚୀନ୍ ପଟୁ ବିପଦକୁ ମୁଁ ସ୍ପଷ୍ଟ ଦେଖି ପାରୁଛି। ଯୁଦ୍ଧ ପାଇଁ ଚୀନ୍ ପ୍ରସ୍ତୁତ ହେଉଥିବା ବେଳେ ସରକାର ସଠିକ ରଣନୈତିକ ଉପାୟରେ କାମ କରୁନାହାନ୍ତି। ଭାରତ ଯୋଡ଼ୋ ଯାତ୍ରାକୁ ୧୦୦ ଦିନ ପୂର୍ତ୍ତି ଅବସରରେ ରାହୁଲ ଶୁକ୍ରବାର ଜୟପୁରରେ ଏକ ସାମ୍ବାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଇ ଏହି ଟିପ୍ପଣୀ ଦେଇଥିଲେ।
The post ରାହୁଲ ଗାନ୍ଧିଙ୍କୁ ଜବାବ ଦେଲା ବିଜେପି-କହିଲା ଇଏ ନେହରୁ ଭାରତ ନୁହଁ appeared first on Odisha Reporter.
from Odisha Reporter https://ift.tt/rw5xUZY
No comments:
Post a Comment