ରାହୁଲ ଗାନ୍ଧିଙ୍କ ସହ ଚାଲିବାରୁ ରଘୁରାମ ରାଜନଙ୍କୁ ଟାର୍ଗେଟ କଲା ବିଜେପି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 14, 2022

ରାହୁଲ ଗାନ୍ଧିଙ୍କ ସହ ଚାଲିବାରୁ ରଘୁରାମ ରାଜନଙ୍କୁ ଟାର୍ଗେଟ କଲା ବିଜେପି

ନୂଆଦିଲ୍ଲୀ: ଆରବିଆଇର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନଙ୍କୁ ସମାଲୋଚନା କରିଛି ବିଜେପି। ସେ ବୁଧବାର କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ୋ ଯାତ୍ରାରେ କିଛି ସମୟ ପାଇଁ ଚାଲିବାରୁ ବିଜେପି ତାଙ୍କ ଉପରେ କ୍ଷୁବ୍ଧ ହୋଇଛି। ରଘୁରାମ ରାଜନ ଅନ୍ୟ କଥାରେ ପରିଚାଳିତ ହେଉଥିବା ଜଣେ ବ୍ୟକ୍ତି। ସେ ଜଣେ ସୁବିଧାବାଦୀ ଲୋକ ବୋଲି ବିଜେପି କହିଛି।

ବିଜେପି ମିଡିଆ ସେଲର ମୁଖ୍ୟ ତଥା ସାଂସଦ ଅନୀଲ ବାଲୁନି କହିଛନ୍ତି, “ଆମେ ସବୁବେଳେ କହି ଆସୁଥିଲି ଯେ ରଘୁରାମ ରାଜନ ଜଣେ ନିରପେକ୍ଷ ବିଶେଷଜ୍ଞ ନୁହନ୍ତି। ଅନେକ ତାଙ୍କୁ ନିରପେକ୍ଷ ବିଶେଷଜ୍ଞ ଭାବେ ଚିତ୍ରଣ କରୁଥିଲେ। କଂଗ୍ରେସ ତାଙ୍କୁ ଆରବିଆଇ ଗଭର୍ଣ୍ଣର କରିଥିବାରୁ ସେ ଋଣ ଶୁଝିବା ପାଇଁ ନିଜର ମତ ରଖନ୍ତି।

ମହାମାରୀ, ଜିଓପଲଟିକାଲ ସ୍ଥିତି, ୟୁପିଏ ସରକାର ସମୟରେ ହୋଇଥିବା ଦୁର୍ନୀତି ସତ୍ତ୍ୱେ ଦେଶର ଅର୍ଥନୀତିକୁ ସଫଳତାର ସହ ମୋଦି ସରକାର ଆଗକୁ ନେଉଛନ୍ତି। ଏକାଧିକ ସଫଳତା ମଧ୍ୟ ମୋଦି ସରକାରଙ୍କୁ ମିଳିଛି। ତଥାପି ଏହାକୁ ରାଜନ ଅଣଦେଖା କରି ଚାଲିଥିଲେ। ଏହାପଛରେ ଥିବା ଉଦ୍ଦେଶ୍ୟ ଏବେ ସ୍ପଷ୍ଟ ହୋଇଯାଇଛି। ତାଙ୍କ ମତ କେଉଁଠୁ ଆସୁଥିଲା, ସେକଥା ସମସ୍ତେ ଜାଣି ପାରିଛନ୍ତି।” ବିଜେପିର ଅନ୍ୟ ନେତାମାନେ ମଧ୍ୟ ରାଜନଙ୍କୁ ସମାନ ଢଙ୍ଗରେ ଟାର୍ଗେଟ କରିଛନ୍ତି।

ଦେଶର ଅର୍ଥନୀତି ଦିନକୁ ଦିନ ତଳକୁ ଯାଉଥିବା ବେଳେ ରାଜନ ନିୟମିତ ଭାବେ ସରକାରଙ୍କ ନୀତି ଓ ପଦକ୍ଷେପ ଉପରେ ପ୍ରଶ୍ନ ଉଠାଉଥିଲେ। ଆରବିଆଇର ଜଣେ ପୂର୍ବତନ ଗଭର୍ଣ୍ଣର ଭାବେ ରାଜନ ନିଜର ମତ ରଖୁଥିବାରୁ ବିଜେପି ସରକାର ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହେଉଥିଲା। କିନ୍ତୁ ରାଜନ ବୁଧବାର ଭାରତ ଯୋଡ଼ୋ ଯାତ୍ରାରେ ସାମିଲ ହେବାରୁ ତାଙ୍କୁ ବିଜେପି ପରୋକ୍ଷରେ କଂଗ୍ରେସର ଏଜେଣ୍ଟ ବୋଲି ମଧ୍ୟ କହିବାକୁ ପଛାଇ ନାହିଁ।
ବିଜେପି ଜାତୀୟ ସମ୍ପାଦକ ସିଟି ରବି କହିଛନ୍ତି, ବଂଶବାଦର ଋଣ ପରିଶୋଧ କରିବା ପାଇଁ ରାଜନ ବୁଧବାର ରାହୁଲଙ୍କ ଯାତ୍ରରେ ଯୋଗ ଦେଇଥିଲେ। ଏଥିରୁ ସମସ୍ତେ ସବୁ କିଛି ବୁଝି ପାରୁଥିବେ ବୋଲି ସେ କହିଛନ୍ତି।

The post ରାହୁଲ ଗାନ୍ଧିଙ୍କ ସହ ଚାଲିବାରୁ ରଘୁରାମ ରାଜନଙ୍କୁ ଟାର୍ଗେଟ କଲା ବିଜେପି appeared first on Odisha Reporter.



from Odisha Reporter https://ift.tt/327DOhc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages