ହଷ୍ଟେଲରେ ୯୪ ଛାତ୍ରୀ ଭୋକିଲା ରହିବା ଘଟଣା: ଦେଢ ମାସ ପରେ ପ୍ରଧାନଶିକ୍ଷୟିତ୍ରୀ ନିଲମ୍ବିତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 15, 2022

ହଷ୍ଟେଲରେ ୯୪ ଛାତ୍ରୀ ଭୋକିଲା ରହିବା ଘଟଣା: ଦେଢ ମାସ ପରେ ପ୍ରଧାନଶିକ୍ଷୟିତ୍ରୀ ନିଲମ୍ବିତ

କରଞ୍ଜିଆ(ଦୀପକ କୁମାର ମହାନ୍ତ): ଭୋକର ଦାଉ ସହି ନ ପାରି ୯୪ ଛାତ୍ରୀ କାନ୍ଦି କାନ୍ଦି ବ୍ଲକ କାର୍ଯ୍ୟାଳୟକୁ ଯାଇ ନିଜ ଗୁହାରୀ ଜଣାଇବା ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଶିକ୍ଷା ବିଭାଗ । ସମ୍ପୃକ୍ତ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ଆଦିବାସୀ ଅଧ୍ୟୁଷିତ ମୟୁରଭଞ୍ଜ ଜିଲ୍ଲାର ଠାକୁରମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଘଟିଥିବା ଏହି ଘଟଣା ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ପ୍ରାୟ ଦେଢ ମାସ ପରେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଶିକ୍ଷା ବିଭାଗ ।

ନିଲମ୍ବିତ ପ୍ରଧାନ ଶିକ୍ଷୟତ୍ରୀଜଣକ ହେଉଛନ୍ତି ଲୁମେଶ୍ୱରୀ ନାଏକ। ସେ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ଏବଂ ଏସ.ଏସ.ଡି(SSD) ଛାତ୍ରୀ ନିବାସ ଦାୟିତ୍ୱ ତୁଲାଉ ଥିଲେ

ଏସ.ଏସ.ଡି ଛାତ୍ରୀ ନିବାସର ଛାତ୍ରୀ ମାନେ ଖାଇବାକୁ ନପାଇ ଗତ ଅକ୍ଟୋବର ମାସ ୨୩ ତାରିଖ ଦିନ  ବ୍ଲକ କାର୍ଯ୍ୟାଳୟରେ  ପହଞ୍ଚି କାନ୍ଦିବା ଘଟଣାରେ ପ୍ରଧାନ ଶିକ୍ଷୟତ୍ରୀଙ୍କ ବିରୁଦ୍ଧରେ ତଦନ୍ତ ହୋଇଥିଲା ତଦନ୍ତ ପରେ ସଂପୂର୍କ୍ତ ପ୍ରଧାନ ଶିକ୍ଷୟତ୍ରୀଙ୍କୁ ବ୍ଲକ ଶିକ୍ଷା ଅଧିକାରୀ ନିଲମ୍ବିତ କରିଛନ୍ତି ନିଲମ୍ବନ ପରେ ଏହି ଦାୟିତ୍ୱରେ ବର୍ତ୍ତମାନର ଶିକ୍ଷୟତ୍ରୀ ଜୟନ୍ତୀ ପଣ୍ଡାଙ୍କୁ କାର୍ଯ୍ୟଭାର ଗ୍ରହଣ କରିବାକୁ ନିର୍ଦେଶ ଦିଆଯାଇଛି ତେବେ ଏପରି ଜଣେ  ଦାୟିତ୍ୱହୀନ କାର୍ଯ୍ୟ କରିଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ କ’ଣ ପାଇଁ ଦେଢ ମାସ ସମୟ ଲାଗିଗଲା ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ସୂଚନାଯୋଗ୍ୟ, ଠାକୁରମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀ ନିବାସରେ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରୀ ନିବାସରେ ୯୪ ଜଣ ଛାତ୍ରୀ ରୁହନ୍ତି। ହଷ୍ଟେଲରେ ଗ୍ୟାସ ସରି ଯାଇଥିବାରୁ ଗତ  ଅକ୍ଟୋବର ୨୬ ତାରିଖ ରାତିରେ ପିଲାମାନେ କିଛି ଖାଇବାକୁ  ପାଇ ନ ଥିବା ଅଭିଯୋଗ କରିଥିଲେ। ଏହାପର ଦିନ  ସେମାନେ ମଧ୍ୟାହ୍ନ ପର୍ଯ୍ୟନ୍ତ ଭୋକ ଉପାସରେ ରହିଥିଲେ। ତାପରେ ଆଉ ଭୋକ ସମ୍ଭାଳି ନ ପାରି ଦୁଃଖ ଜଣାଇବାକୁ କାନ୍ଦି କାନ୍ଦି ବିଡ଼ିଓଙ୍କ ପାଖକୁ ଯାଇଥିଲେ। ତେବେ  ଉକ୍ତ ଦିନ  ବ୍ଲକ କାର୍ଯ୍ୟାଳୟର ବନ୍ଦ ଥିବାରୁ ପିଲାମାନେ ବ୍ଲକ କାର୍ଯ୍ୟାଳୟର ଗେଟ୍‌ ଆଗରେ ଧାରଣାରେ ବସିଥିଲେ। ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି  ପିଲାମାନଙ୍କୁ ବୁଝାସୁଝା କରିବା ସହ ଖିଆପିଲା ବ୍ୟବସ୍ଥା କରିଥିଲେ।

 ସ୍କୁଲରେ ପିଲାମାନଙ୍କ ଭବିଷ୍ୟତ ଗଢ଼ିବା ସହ ସେମାନଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇ ଦେବାକୁ ବ୍ୟବସ୍ଥା ହେବା ସତ୍ତ୍ୱେ ଏପରି ଗୁରୁତର ତ୍ରୁଟିକୁ  ଆଦୌ ବରଦାସ୍ତ କରାଯିବ ନାହିଁ ବୋଲି କହି ଏହାକୁ ତୀବ୍ର ସମାଲୋଚନା କରିଥିଲେ ବୁଦ୍ଧିଜୀବୀ ।

The post ହଷ୍ଟେଲରେ ୯୪ ଛାତ୍ରୀ ଭୋକିଲା ରହିବା ଘଟଣା: ଦେଢ ମାସ ପରେ ପ୍ରଧାନଶିକ୍ଷୟିତ୍ରୀ ନିଲମ୍ବିତ appeared first on Odisha Reporter.



from Odisha Reporter https://ift.tt/gBpZbJI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages