ମୁମ୍ବାଇ: ବି ଟାଉନ୍ର ଟୁ ବିୟୁ ଟିଫୁଲ ରୋଜେସ ଅଭିନେତ୍ରୀ କିଆରା ଆଡଭାନୀ ଓ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରାଙ୍କ ବିବାହ ତାରିଖ ସ୍ଥିର ହୋଇଛି। କିଆରା ନିଜ ଲଙ୍ଗ ଟାଇମ୍ ବୟଫ୍ରେଣ୍ଡ ସିଦ୍ଧାର୍ଥ ମାଲହୋତ୍ରାଙ୍କୁ ଜୀବନ ସାଥୀ କରିବେ। ଆସନ୍ତାବର୍ଷ ଫେବୃଆରୀ ୬ରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହେବେ। ଏନେଇ ଉଭୟଙ୍କ ପରିବାର ଲୋକ ରାଜି ହୋଇଥିବା ଇ-ଟାଇମ୍ସରେ ରିପୋର୍ଟ ପ୍ରକାଶ ପାଇଛି।
ଇ-ଟାଇମ୍ସରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, କିଆରା ଓ ସିଦ୍ଧାର୍ଥଙ୍କ ବାହାଘର ରାଜସ୍ଥାନର ଜୈସଲମରରେ ଅନୁଷ୍ଠିତ ହେବ। ଫେବୃଆରୀରେ ଏହି ପ୍ରେମ ପକ୍ଷୀ ବିବାହ କରିବାକୁ ଯାଉଥିବା ବେଳେ ୨ ଦିନ ଧରି ଅର୍ଥାତ ଫେବୃଆରୀ ୪ ଓ ୫ ତାରିଖରେ ପ୍ରି ୱେଡିଙ୍ଗ ସେରିମନି ଆୟୋଜନ କରାଯିବ।
ବନ୍ଧୁ ଓ ପରିବାର ଲୋକଙ୍କ ଉପସ୍ଥିତିରେ ମହେନ୍ଦୀ, ହଳଦୀ ଓ ସଙ୍ଗୀତ କାର୍ଯ୍ୟକ୍ରମ କରିବାକୁ ଯୋଜନା କରାଯାଇଛି। ଏହି ପ୍ରି ୱେଡିଙ୍ଗ କାର୍ଯ୍ୟକ୍ରମ ପରେ ୬ ତାରିଖରେ ଉଭୟ ବିବାହ କରିବେ। ବାହାଘର ପ୍ୟାଲେସ ହୋଟେଲରେ ହେବ। ଅତ୍ୟନ୍ତ ଭବ୍ୟ ଓ ଜାକଜମରେ ହେବାକୁ ଥିବା ଏହି ସେଲେବ୍ରିଟି ବିବାହ କାର୍ଯ୍ୟକ୍ରମରେ ହାଇ ସିକ୍ୟୁରିଟିର ବ୍ୟବସ୍ଥା କରାଯିବ ବୋଲି ଇଟାଇମ୍ସ କହିଛି।
ଶେରଶାହରେ ଏକାଠି ଅଭିନୟ କରିଥିବା ସିଦ୍ଧାର୍ଥ ଓ କିଆରା ୨୦୨୦ରୁ ପରସ୍ପରକୁ ଡେଟିଂ କରୁଛନ୍ତି। ଅନେକ ସମୟରେ ଏହି ପ୍ରେମୀ ଯୁଗଳଙ୍କୁ ଏକାଠି ବୁଲୁଥିବା ଦେଖିବାକୁ ମିଳିଥିଲା। ୨ ବର୍ଷର ପ୍ରେମ ସମ୍ପର୍କ ପରେ ଉଭୟ ଏବେ ବାହା ହେବାକୁ ନିଷ୍ପତ୍ତି ନେଇଛନ୍ତି।
କରନ ଜୋହରଙ୍କ କିଫ ୱିଥ କରନ କାର୍ଯ୍ୟକ୍ରମରେ କିଆରା ଓ ସିଦ୍ଧାର୍ଥ ଭିନ୍ନଭିନ୍ନ ଏପିସୋଡରେ ନଜର ଆସିବା ସହ ନିଜ ପ୍ରେମ ସମ୍ପର୍କରେ ପରୋକ୍ଷରେ ସ୍ୱୀକାର କରିଥିଲେ। କିଆରାଙ୍କୁ କରନ ପଚାରିଥିଲେ ଯେ “ଆପଣ ସିଦ୍ଧାର୍ଥଙ୍କ ସହ ଆପଣଙ୍କ ସମ୍ପର୍କକୁ ମନା କରୁଛନ୍ତି କି?” ଏହାର ଉତ୍ତରରେ କିଆରା କହିଥିଲେ,“ ମୁଁ ମନା କରୁନି କି ଏହାକୁ ଗ୍ରହଣ ବି କରୁନି।” ଏହାପରେ ସେ ପଚାରିଥିଲେ, “ଆପଣ ଦୁଇ ଜଣ ଘନିଷ୍ଠ ବନ୍ଧୁ?” ଏହାର ଉତ୍ତରେ ସେ କହିଥିଲେ “ଘନିଷ୍ଠ ବନ୍ଧୁ ଠାରୁ ଅଧିକ।”
ପୁଣି କରନ ବାହାଘର ଯୋଜନା ସମ୍ପର୍କରେ ପଚାରିଥିଲେ। ଏହାର ଉତ୍ତରରେ କିଆରା କହିଥିଲେ ଯେ “ମୁଁ ମୋ ଜୀବନରେ ବାହାଘର ଦେଖୁଛି। କିନ୍ତୁ ଏକଥା ମୁଁ କଫି ୱିଥ କରନ ଶୋ’ରେ ଖୁଲାସା କରିବି ନାହିଁ।”
ଆଉ ଏକ ଏପିସୋଡରେ କରନଙ୍କ ଶୋ’ଙ୍କୁ ସିଦ୍ଧାର୍ଥ ଆସିଥିଲେ। ସେ ମଧ୍ୟ ପରୋକ୍ଷରେ କିଆରାଙ୍କୁ ଭଲ ପାଉଥିବା ସ୍ୱୀକାର କରିଥିଲେ।
The post ଫେବୃଆରୀ ୬ରେ ବାହା ହେବେ କିଆରା ଓ ସିଦ୍ଧାର୍ଥ! appeared first on Odisha Reporter.
from Odisha Reporter https://ift.tt/c8xlYnm
No comments:
Post a Comment