ନୂଆବର୍ଷରେ ଦୋହଲିଲା ଦିଲ୍ଲୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 31, 2022

ନୂଆବର୍ଷରେ ଦୋହଲିଲା ଦିଲ୍ଲୀ

ନୂଆଦିଲ୍ଲୀ: ବିଦାୟ ନେଇସାରିଛି ବର୍ଷ ୨୦୨୨। ଆସିଛି ନୂଆବର୍ଷ। ଡିସେମ୍ବର ୩୧ ତାରିଖ ରାତିରେ ଲୋକେ ଜିରୋ ନାଇଟ୍ ସେଲିବ୍ରେସନ୍‌ରେ ମସଗୁଲ ଥିଲେ। ସମସ୍ତେ ନୂଆବର୍ଷକୁ ସ୍ୱାଗତ କରିବାକୁ ଉତ୍ସବ ମନାଉଥିଲେ। ଠିକ୍ ଏତିକି ବେଳେ ଦୋହଲିଲା ଦେଶର ରାଜଧାନୀ ଦିଲ୍ଲୀ। ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା। ଫଳରେ ଲୋକେ ଭୟଭୀତ ହୋଇଯାଇଥିଲେ।

ରିକ୍ଟର ସ୍କେଲରେ ଏହି ଭୂକମ୍ପର ତୀବ୍ରତା ୩.୮ ରେକର୍ଡ କରାଯାଇଛି। ଏହାର ଗଭୀରତା ୫ କିଲୋମିଟର ରହିଥିବାବେଳେ ଏହାର କେନ୍ଦ୍ରସ୍ଥଳ ହରିୟାଣାର ଝଜ୍ଜରରେ ଥିଲା। ତେବେ ଏହି ଭୂକମ୍ପ ଯୋଗୁଁ ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତି ହୋଇ ନାହିଁ।

ଏହାପୂର୍ବରୁ ୨୯ ନଭେମ୍ବରରେ ଦିଲ୍ଲୀ ଏନ୍‌ସିଆର୍‌ରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୨.୫ ରେକର୍ଡ କରାଯାଇଥିଲା। ନୂଆଦିଲ୍ଳୀର ପଶ୍ଚିମ ଅଞ୍ଚଳରରେ ଏହାର କେନ୍ଦ୍ରସ୍ଥଳ ଥିଲା। ଏହାର ଗଭୀରତା ୫ କିଲୋମିଟର ରହିଥିଲା । ସେହିପରି ନଭେମ୍ବର ୧୨ରେ ମଧ୍ୟ ଦିଲ୍ଲୀ-ଏନ୍‌ସିଆର୍ ଓ ଉତ୍ତରାଖଣ୍ଡରେ ତୀବ୍ର ଭୂମତକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା।

The post ନୂଆବର୍ଷରେ ଦୋହଲିଲା ଦିଲ୍ଲୀ appeared first on Odisha Reporter.



from Odisha Reporter https://ift.tt/mZVrE1n

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages