ଆସନ୍ତା ବର୍ଷ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ଅଯୋଧ୍ୟାର ରାମ ମନ୍ଦିର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 13, 2023

ଆସନ୍ତା ବର୍ଷ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ଅଯୋଧ୍ୟାର ରାମ ମନ୍ଦିର

ନୂଆଦିଲ୍ଲୀ: ସବୁ ପ୍ରତୀକ୍ଷାର ଅନ୍ତ ଘଟିବ। ଆସନ୍ତାବର୍ଷ ମକର ସଂକ୍ରାନ୍ତି ଅବସରରେ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ଅଯୋଧ୍ୟାର ଭବ୍ୟ ରାମମନ୍ଦିର। ଏନେଇ ଜୋରସୋରରେ ଚାଲିଛି ଭବ୍ୟ ଓ ଦିବ୍ୟ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ।

ବର୍ତ୍ତମାନ ମୁଖ୍ୟ ମନ୍ଦିରର ଗର୍ଭଗୃହ ନିର୍ମାଣ କାମ ଚାଲିଛି। ମୁଖ୍ୟ ମନ୍ଦିର ଏବଂ ପରିକ୍ରମା ଦ୍ୱାରର ୧୦ ଫୁଟ ଯାଏଁ ନିର୍ମାଣ ସରିଲାଣି। ଗ୍ରାଉଣ୍ଡ ଫ୍ଲୋରରେ ୧୭୦ଟି ଖମ୍ବ ତିଆରି ହେଉଛି। ଚଳିତ ବର୍ଷ ଅକ୍ଟୋବର ସୁଦ୍ଧା ମନ୍ଦିରର ପ୍ରଥମ ଫ୍ଲୋର କାମ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି।

ଜନୁଆରୀ ୧ରୁ ୧୪ ତାରିଖ ମଧ୍ୟରେ ରାମ ଲାଲାଙ୍କ ପ୍ରତିମାରେ ପ୍ରାଣ ପ୍ରତିଷ୍ଠା କରାଯିବ। ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ସାଧାରଣ ସମ୍ପାଦକ ଚମ୍ପତ ରାୟ କହିଛନ୍ତି, ରାମ ଲାଲାଙ୍କ ପ୍ରତିମା ପଥରରେ ନିର୍ମାଣ କରାଯିବ। ତେବେ ପଥରର ଚୟନ ଏବେ ଯାଏଁ କରାଯାଇନି।

ରାମଲାଲାଙ୍କ ପ୍ରତିମା ନିର୍ମାଣ ପାଇଁ ଦେଶର ଅନେକ ଖ୍ୟାତନାମା ପଥର ଶିଳ୍ପୀ ଲାଗି ପଡିଥିବା ବେଳେ ଏଥିରେ ଓଡିଶାର ଜଣେ ବିଶିଷ୍ଟ ପଥର ଶିଳ୍ପୀ ତଥା ପଦ୍ମ ବିଭୂଷଣ ସମ୍ମାନ ପ୍ରାପ୍ତ ଶିଳ୍ପୀ ମଧ୍ୟ ରହିଥିବା ସେ ସୂଚନା ଦେଇଛନ୍ତି।

The post ଆସନ୍ତା ବର୍ଷ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ଅଯୋଧ୍ୟାର ରାମ ମନ୍ଦିର appeared first on Odisha Reporter.



from Odisha Reporter https://ift.tt/m9FXcU2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages