କଟକ(ଓଡ଼ିଶା ରିପୋର୍ଟର): ବସ୍ରେ ପୁଲିସ ଗଞ୍ଜେଇ ଖୋଜୁଥିବା ବେଳେ ମିଳିଲା ୪ ପେଟି ଟଙ୍କା। ଯାହାକୁ ନେଇ ପୁଲିସ ବାବୁ ତାଜୁବ। କଟକ ଜିଲ୍ଲା ଟାଙ୍ଗୀ ଟୋଲଗେଟ୍ ନିକଟରୁ ଏକ ବସ୍ରୁ ଜଣେ ଯାତ୍ରୀଙ୍କ ଠାରୁ ୪ ପେଟି ଟଙ୍କା ଜବତ କରିଛି ପୁଲିସ। ପେଟିରେ ପ୍ରାୟ ୧ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଥିବା ଅନୁମାନ କରାଯାଉଛି। ଏହି ଘଟଣାରେ ପୁଲିସ ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରୁଛି। ଅଟକ ବ୍ୟକ୍ତିଙ୍କ ଭିଣୋଇ ସୁନା ବ୍ୟବସାୟୀ ବୋଲି ସୂଚନା ମିଳିଛି।
କଟକରୁ କୋଲକାତା ଯାଉଥିବା ଏକ ବସ୍ରେ ଗଂଜେଇ ଚୋରା ଚାଲାଣ ହେଉଥିବା ଟାଙ୍ଗୀ ପୁଲିସ କୌଣସି ସୂତ୍ରରୁ ଖବର ପାଇଥିଲା। ଏନେଇ ଟାଙ୍ଗୀ ପୁଲିସ ଟୋଲଗେଟ୍ ନିକଟରେ ଜଗି ରହିଥିଲା। ବସ୍ଟିକୁ ଟୋଲଗେଟ୍ ନିକଟରେ ଅଟକାଇ ଖୋଜାଖୋଜି କରିଥିଲା। ହେଲେ ବସ୍ରୁ ଗଞ୍ଜେଇ ବଦଳରେ ୪ଟି ପେଟି ଟଙ୍କା ପୁଲିସ ଜବତ କରିଥିଲା। ପୁଲିସ ଟଙ୍କା ପେଟିକୁ ଜବତ କରି ଥାନାକୁ ଆଣିଥିଲା। ଅଟକ ଥିବା ବ୍ୟକ୍ତି ଜଣଙ୍କ ଏତେ ଟଙ୍କା ନେଇ କୁଆଡେ ଯାଉଥିଲେ, କେଉଁ କାମ ପାଇଁ ବସ୍ରେ ଏତେ ଟଙ୍କା ନେଉଥିଲେ ତାହାର କାରଣ ଜଣାପଡ଼ିନାହିଁ। ପୁଲିସ ଘଟଣାର ତଦନ୍ତ କରୁଛି।
The post ବସ୍ରେ ଗଞ୍ଜେଇ ଖୋଜୁଥିଲା ପୁଲିସ, ମିଳିଲା ୪ ପେଟି ଟଙ୍କା appeared first on Odisha Reporter.
from Odisha Reporter https://ift.tt/E1I6ZNz
No comments:
Post a Comment