ନିର୍ବନ୍ଧ ସାରି ଫେରୁଥିଲେ, ଓଲଟି ପଡ଼ିଲା ପିକ୍‌ଅପ୍‌ ଭ୍ୟାନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 13, 2023

ନିର୍ବନ୍ଧ ସାରି ଫେରୁଥିଲେ, ଓଲଟି ପଡ଼ିଲା ପିକ୍‌ଅପ୍‌ ଭ୍ୟାନ୍‌

କଣ୍ଟାବାଞ୍ଜି (ଓଡ଼ିଶା ରିପୋର୍ଟର): ପୁଅର ନିର୍ବନ୍ଧ ସାରି ଝିଅ ଘରୁ ହସଖୁସିରେ ପିକ୍‌ଅପ୍‌ ଭ୍ୟାନରେ ଘରକୁ ଫେରୁଥିଲେ ପରିବାର ଲୋକେ। ହେଲେ ସେମାନଙ୍କ ସେହି ଖୁସି ବେଶି ସମୟ ରହି ନଥିଲା। ବାଟରେ ପିକ୍ଅପ୍‌ ଭ୍ୟାନ୍‌ଟି ରାସ୍ତାକଡ଼କୁ ଓଲଟି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଆହତ ହୋଇଛନ୍ତି। ବଲାଙ୍ଗିର ଜିଲ୍ଲା ସିନ୍ଧେକେଲା ଥାନା ଅନ୍ତର୍ଗତ ବୁଢ଼ୀପଦର ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ବୁଢ଼ୀପଦର ଗାଁର ଗମ୍ଭୀର ଚଣ୍ଡୀ। ଆହତ ୫ଜଣଙ୍କୁ ସିନ୍ଧେକେଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ଗତକାଲି ବୁଢ଼ୀପଦର ଗାଁର ଜଣେ ବ୍ୟକ୍ତିଙ୍କ ପୁଅର ବିବାହ ସିଲେଟପଡ଼ା ଗାଁରେ ଠିକ୍ ହୋଇଥିଲା। ଗତକାଲି ନିର୍ବଦ୍ଧ ଥିଲା। ଏଥିପାଇଁ ଗ୍ରାମବାସୀ ଓ ସର୍ମ୍ପକୀୟମାନେ ନିର୍ବନ୍ଧ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଏକ ପିକ୍‌ଅପ୍‌ ଭ୍ୟାନ୍‌ରେ ସିଲେଟପଡ଼ା ଯାଇଥିଲେ। ସିଲେଟପଡ଼ାରୁ ନିର୍ବଦ୍ଧ ସାରି ଗତକାଲି  ଘରକୁ ଫେରୁଥିବା ବେଳେ  ବୁଢ଼ୀପଦର ଗାଁ ନିକଟରେ ଗାଡ଼ିଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫ଜଣ ଆହତ ହୋଇଥିଲେ। ପିକ୍‌ଅପ୍‌ ଭ୍ୟାନରେ ପ୍ରାୟ ଡ୍ରାଇଭର ସହ ୨୦ରୁ ଅଧିକ ଲୋକ ଥିଲେ। ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।

The post ନିର୍ବନ୍ଧ ସାରି ଫେରୁଥିଲେ, ଓଲଟି ପଡ଼ିଲା ପିକ୍‌ଅପ୍‌ ଭ୍ୟାନ୍‌ appeared first on Odisha Reporter.



from Odisha Reporter https://ift.tt/2s1GA9p

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages