ସମସ୍ତଙ୍କୁ ଛାଡ଼ି ଚାଲିଗଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶରଦ ଯାଦବ, ଶୋକ ପ୍ରକାଶ କଲେ ମୋଦି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 12, 2023

ସମସ୍ତଙ୍କୁ ଛାଡ଼ି ଚାଲିଗଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶରଦ ଯାଦବ, ଶୋକ ପ୍ରକାଶ କଲେ ମୋଦି

ନୂଆଦିଲ୍ଲୀ: ଆଉ ନାହାନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଭେଟରାନ ରାଜନେତା ଶରଦ ଯାଦବ। ଗୁରୁବାର ବିଳମ୍ବିତ ରାତିରେ ତାଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ହୋଇଥିଲା। ଅସୁସ୍ଥତା କାରଣରୁ ବେଶ କିଛି ଦିନ ହେଲା ଶ୍ରୀ ଯାଦବଙ୍କୁ ଗୁରୁଗ୍ରାମର ଫୋର୍ଟିସ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଗୁରୁବାର ରାତିରେ ସେ ସମସ୍ତଙ୍କୁ ଛାଡ଼ି ପରପାରିକୁ ଚାଲି ଯାଇଥିବା ତାଙ୍କ ଝିଅ ସୁଭାଷିନୀ ଯାଦବ ଟ୍ୱିଟ  କରି ସୂଚନା ଦେଇଛନ୍ତି। ବାପା ଆଉ ନାହାନ୍ତି ବୋଲି ସେ ଟ୍ୱିଟ କରିବା ପରେ ପୂରା ଦେଶରେ ଶୋକରଚ୍ଛାୟା ଖେଳି ଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ଆରମ୍ଭ କରି ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି।

ଦେଶର ଭେଟରାନ ରାଜନେତା ଭାବେ ପରିଚିତ ଶରଦ ଯାଦବ ୭ ଥର ଲୋକସଭାକୁ ଓ ତିନିଥର ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ଜୟପ୍ରକାଶ ନାରାୟଣଙ୍କ ସମୟରୁ ରାଜନୀତି ଆରମ୍ଭ କରିଥିବା ଶରଦ ଯାଦବ ଆରଜେଡି ନେତା ଲାଲୁ ପ୍ରସାଦ ଯାଦବଙ୍କ ସହ ମଧ୍ୟ କାମ କରିଛନ୍ତି।

ପେଶାରେ ଜଣେ ଇଞ୍ଜିନିୟର ଭାବେ ଜଣାଶୁଣା ଶରଦ ଯାଦବ ରାମ ମୋହନ ଲୋହିଆଙ୍କ ସମାଜବାଦ ନୀତିରେ ଅନୁପ୍ରାଣିତ ହୋଇଥିଲେ ଓ ୧୯୭୪ରେ ରାଜନୀତିରେ ପ୍ରବେଶ କରିଥିଲେ। ସେ ପ୍ରଥମେ ୧୯୭୪ରୁ ୧୯୮୦ ଯାଏ ଲୋକସଭା ସଦସ୍ୟ ରହିଥିଲେ। ଏହାପରେ ୧୯୮୯ରୁ ୧୯୯୮, ୧୯୯୯ରୁ ୨୦୦୪ ଓ ୨୦୦୯ରୁ ୨୦୧୪ ଯାଏ ଲୋକସଭା ସଦସ୍ୟ ଭାବେ କାର୍ଯ୍ୟ କରିଛନ୍ତି।

ସେ ଭିପି ସିଂହ ଓ ଅଟଳ ବିହାରୀ ବାଜପେୟୀଙ୍କ ପ୍ରଧାନମନ୍ତ୍ରିତ୍ୱ ସମୟରେ କେନ୍ଦ୍ରମନ୍ତ୍ରୀ ଭାବେ କାମ କରିଥିଲେ। ବାଜପେୟୀଙ୍କ ସରକାରରେ ୧୯୯୯ରୁ ୨୦୦୪ ପର୍ଯ୍ୟନ୍ତ ଶରଦ ଯାଦବ ବିଭିନ୍ନ ମନ୍ତ୍ରାଳୟ ଦାୟିତ୍ୱରେ ରହିଥିଲେ। ଜନତା ଦଳ ଓ ଆରଜେଡି ଅଲଗା ହେବା ପରେ ୨୦୦୩ରେ ସେ ଜେଡିୟୁର ସଭାପତି ହୋଇଥିଲେ।


୨୦୦୪ ଲୋକସଭା ନିର୍ବାଚନରେ ସେ ହାରି ଯାଇଥିଲେ। କିନ୍ତୁ ତାଙ୍କୁ ନୀତୀଶ କୁମାର ରାଜ୍ୟସଭାକୁ ପଠାଇଥିଲେ। ସେହିପରି ୨୦୦୯ରେ ସେ ପୁଣି ବିହାରର ମାଧେପୁରା ଲୋକସଭା ଆସନରୁ ଜିତିଥିଲେ। ୨୦୧୪ ସାଧାରଣ ନିର୍ବାଚନରେ ଜେଡିୟୁର ପରାଜୟ ହେବାରୁ ନୀତୀଶ କୁମାରଙ୍କ ସହ ତାଙ୍କର ତିକ୍ତତା ଆରମ୍ଭ ହୋଇଥିଲା।

୨୦୧୭ ବିହାର ବିଧାନସଭା ନିର୍ବାଚନରେ ନୀତୀଶ କୁମାରଙ୍କ ନେତୃତ୍ୱାଧୀନ ଜେଡିୟୁ ବିଜେପି ସହ ମେଣ୍ଟ କରିବାରୁ ଶରଦ ଯାଦବ ଦୂରତା ଅବଲମ୍ବନ କରିଥିଲେ। ଏଥିପାଇଁ ଜେଡିୟୁ ତାଙ୍କୁ ରାଜ୍ୟସଭାରୁ ହଟାଇବା ପାଇଁ ପଦକ୍ଷେପ ନେଇଥିଲା।

ଏହାପରେ ଶରଦ ଯାଦବ ନୀତୀଶଙ୍କଠାରୁ ଦୂରେଇ ଯାଇ ୨୦୧୮ରେ ‘ଲୋକତାନ୍ତ୍ରିକ ଜନତା ଦଳ (ଏଲ୍‌ଜେଡି) ଗଠନ କରିଥିଲେ। ମାର୍ଚ୍ଚ ୨୦୨୨ରେ ଏଲ୍‌ଜେଡିକୁ ଲାଲୁ ପ୍ରସାଦ ଯାଦବଙ୍କ ଆର୍‌ଜେଡିର ମିଶାଇ ଦେଇଥିଲେ ଶରଦ ଯାଦବ। ବିଜେପି ବିରୋଧୀ ମେଣ୍ଟକୁ ଶକ୍ତିଶାଳୀ କରିବା ଲକ୍ଷ୍ୟରେ ସେ ଏପରି କରିଥିଲେ। ତାଙ୍କ ଝିଅ ସୁଭାଷିନଙ୍କୁ ମଧ୍ୟ ଆରଜେଡିର ଜାତୀୟ ପରିଷଦରେ ସାମିଲ କରାଯାଇଥିଲା।

The post ସମସ୍ତଙ୍କୁ ଛାଡ଼ି ଚାଲିଗଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶରଦ ଯାଦବ, ଶୋକ ପ୍ରକାଶ କଲେ ମୋଦି appeared first on Odisha Reporter.



from Odisha Reporter https://ift.tt/LBAKinN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages