ଜୀବନ ସଂଘର୍ଷରେ ହାରିଗଲେ ରାଖୀ ସାଓ୍ୱନ୍ତଙ୍କ ମା' - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 28, 2023

ଜୀବନ ସଂଘର୍ଷରେ ହାରିଗଲେ ରାଖୀ ସାଓ୍ୱନ୍ତଙ୍କ ମା'

ବଲିଉଡରୁ ଆସିଲା ପୁଣି ଦୁଃଖଦ ଖବର। ଚାଲିଗଲେ ଡ୍ରାମା କୁଇନ୍‌ ରାଖୀ ସାଓ୍ୱନ୍ତଙ୍କ ମା' ଜୟା ସାଓ୍ୱନ୍ତ। ଗତକାଲି ତାଙ୍କର ଦେହାନ୍ତ ହୋଇଛି। ସେ ଦୀର୍ଘ ଦିନ ହେବ ବ୍ରେନ୍‌ ଟ୍ୟୁମର୍‌ ଓ କ୍ୟାନ୍‌ସରରେ ପୀଡିତ ଥିଲେ। ତାଙ୍କୁ ଟାଟା ମେମୋରିଆଲ କ୍ୟାନ୍‌ସର୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେ ଜୀବନ ଓ ମରଣ ସହ ସଂଘର୍ଷ କରି ଶେଷରେ ହାରି ଯାଇଛନ୍ତି। ଏନେଇ ରାଖୀଙ୍କ ସ୍ୱାମୀ ଆଦିଲ ଖାନ୍‌ ଦୁରାନୀ ସୂଚନା ଦେଇଛନ୍ତି।

Rakhi Sawantମା'ଙ୍କ ଦେହାନ୍ତ ପରେ ଦୁଃଖରେ ଭାଙ୍ଗି ପଡିଛନ୍ତି ରାଖୀ

ଅନେକ ଦିନ ହେବ ରାଖୀ ନିଜ ରୋଗିଣା ମା'କୁ ଦେଖିବା ପାଇଁ ବାରମ୍ବାର ହସ୍ପିଟାଲ ଯାଉଥିଲେ। ତାଙ୍କ ଫ୍ୟାନ୍‌ମାନେ ମଧ୍ୟ ତାଙ୍କ ମା'ଙ୍କ ଶୀଘ୍ର ସୁସ୍ଥ ହେବା ପାଇଁ କାମନା କରୁଥିଲେ। କେବଳ ସେତିକି ନୁହେଁ ରାଖୀ ମଧ୍ୟ ନିଜ ଫ୍ୟାନ୍‌ମାନଙ୍କୁ ମା'ଙ୍କୁ ସୁସ୍ଥ ହେବା ଲାଗି ପ୍ରାର୍ଥନା କରିବାକୁ ନିବେଦନ କରିଥିଲେ। କିନ୍ତୁ ଶେଷରେ ଗତକାଲି ରାଖୀଙ୍କ ମା' ଜୟା ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଏହି ଖବର ରାଖୀଙ୍କୁ ଶକ୍ତ ଝଟ୍‌କା ଦେଇଛି। ଫଳରେ ଦୁଃଖ ଭାଙ୍ଗି ପଡିଛନ୍ତି ଡ୍ରାମା କୁଇନ୍‌ ରାଖୀ। କାନ୍ଦି କାନ୍ଦି ତାଙ୍କ ହାଲ୍‌ ବେହାଲ ହୋଇପଡିଛି।

ରାଖୀ ସାଓ୍ୱନ୍ତ ହସ୍ପିଟାଲ ଭିତରେ ନିଜ ମା'ଙ୍କ ଶେଷ ଭିଡିଓ ଶେଆର କରିଛନ୍ତି। ଏହାକୁ ଶେଆର କରି ସେ ଲେଖିଛନ୍ତି, 'ଆଜି ମୋ ମା’ର ହାତ ମୋ ମୁଣ୍ଡରୁ ଉଠାଯାଇଛି ଏବଂ ମୋ ପାଖରେ ଆଉ କିଛି ହରାଇବାକୁ ବାକି ନାହିଁ। ମୁଁ ତୁମକୁ ଭଲ ପାଏ ମା'। ତୁମ ବିନା ଆଉ କିଛି ନାହିଁ। ଏବେ କିଏ ମୋ ଡାକ ଶୁଣିବ ଏବଂ କିଏ ମୋତେ ଆଲିଙ୍ଗନ କରିବ। ମୁଁ ବର୍ତ୍ତମାନ କ'ଣ କରିବି ମା? କୁଆଡେ ଯିବି।'

କିଛି ଦିନ ପୂର୍ବେ ରାଖୀ ସାଓ୍ୱନ୍ତ ବିଗ୍‌ବସ୍‌ ମରାଠୀ ଶୋଢ଼'ରୁ ବାହାରକୁ ଆସିବା ପରେ ତାଙ୍କ ମା'ଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ଜାଣିବାକୁ ପାଇଥିଲେ। ଏହାପରେ ସେ ବିଗ୍‌ ବସ୍‌ ହାଉସ୍‌ରୁ ସିଧା ହସ୍ପିଟାଲକୁ ଯାଇଥିଲେ। ଏହାପରେ ଲାଇଭ୍‌ ସେସନ୍‌ରେ ଫ୍ୟାନ୍‌ମାନଙ୍କପୁ ନିଜ ମା'ଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ଜଣାଇଥିଲେ ରାଖୀ। ତାଙ୍କ ମା'ଙ୍କ ବ୍ରେନ୍‌ ଟ୍ୟୁମର ହେବା ସହ କ୍ୟାନ୍‌ସର ପୂରା ଶରୀରରେ ବ୍ୟାପି ଯାଇଥିବା ରାଖୀ କହିଥିଲେ।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/ghJAWNC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages