୨୪ ନିର୍ବାଚନରେ ୫୦ ସିଟରେ ହାରିପାରେ ବିଜେପି: ଥରୁର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 13, 2023

୨୪ ନିର୍ବାଚନରେ ୫୦ ସିଟରେ ହାରିପାରେ ବିଜେପି: ଥରୁର

କୋଝିକୋଡ: ୨୦୧୯ ତୁଳନାରେ ୨୦୨୪ରେ ବଡ ଜିତ୍ ହାସଲ କରିବାକୁ ଅଣ୍ଟା ଭିଡିଛି ବିଜେପି। ହାତରେ ପୁଳା ପୁଳା ଯୋଜନା , କେନ୍ଦ୍ର ସରକାରଙ୍କ ମାଳ ମାଳ ଉପଲବ୍ଧି। ହେଲେ ବିଜେପିର ଏହି ବିଜୟ ଆଶା ଉପରେ ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସ ସାଂସଦ ଶଶୀ ଥରୁର। ଖାଲି ପ୍ରଶ୍ନ ଉଠାଇନାହାଁନ୍ତି ବରଂ ଦଳ ହାରିଯାଇପାରେ ବୋଲି କହିଛନ୍ତି ଥରୁର।

ଶଶୀ ଥରୁରଙ୍କ ଅଙ୍କ କହୁଛି, ବିଜେପି ଆସନ୍ତା ସାଧାରଣ ନିର୍ବାଚନରେ ୫୦ ସିଟରେ ହାରିବା ସମ୍ଭାବନା ରହିଛି। କେରଳ ସାହିତ୍ୟ ମହୋତ୍ସବ ଅବସରରେ ତିରୁବନନ୍ତପୁରର କଂଗ୍ରେସ ସାଂସଦ ଶଶୀ ଥରୁର କହିଛନ୍ତି ଯେ, ୨୦୧୯ରେ ବିଜେପି ଉନ୍ନତ ପ୍ରଦର୍ଶନ କରିଥିଲା।

ବିଜେପି ପାଖରେ ପଶ୍ଚିମବଙ୍ଗର ୧୮ ସିଟ୍ ସମେତ ହରିୟାଣା, ଗୁଜରାଟ ଏବଂ ରାଜସ୍ଥାନରେ ପ୍ରାୟ ସବୁ ସିଟ ଥିଲା । ତେବେ ୨୪ ନିର୍ବାଚନରେ ବିଜେପିକୁ ସେଭଳି ଫଳାଫଳ ମିଳିବା ଅସମ୍ଭବ। ଏପରିକି ଦଳ ବହୁମତ ହାସଲ କରିବା ସମ୍ଭାବନା ବି କମ୍ ବୋଲି ଥରୁର କହିଛନ୍ତି। ମହୋତ୍ସବରେ ଥରୁର କହିଛନ୍ତି, ପୂର୍ବଭଳି ବିଜେପିକୁ ଆଉ ଲୋକେ ପସନ୍ଦ କରୁନାହାଁନ୍ତି। ଦେଶବାସୀ ଜାଣି ସାରିଲେଣି ଦଳର ଆକାଂକ୍ଷା କଣ। ତେଣୁ ଦଳକୁ ସେଭଳି ସଫଳତା ମିଳିବା କ୍ଷୀଣ।

୨୦୧୯ ସାଧାରଣ ନିର୍ବାଚନର ଅଳ୍ପଦିନ ପୂର୍ବରୁ ପୁଲ୍‌ୱାମା ଆକ୍ରମଣ ଓ ବାଲାକୋଟ୍‌ ଷ୍ଟ୍ରାଇକ୍‌ ଯେଭଳି ଚହଳ ପକାଇଥିଲା ୨୦୨୪ରେ ବିଜେପି ସପକ୍ଷରେ ସେଭଳି କୌଣସି ଘଟଣା ନାହିଁ। ତେଣୁ, ‘ବିଜେପି’ ହାତରୁ ୫୦ଟି ଆସନ ବିରୋଧୀମାନଙ୍କୁ ହାତକୁ ଚାଲିଯାଇପାରେ ବୋଲି ଅନୁମାନ କରାଯାଉଥିବା କଥା ୬୬ ବର୍ଷିୟ ଥରୁର୍‌ କହିଛନ୍ତି।

କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ କିଛି ଦିନ ତଳେ ନିର୍ବାଚନ ଲଢିଥିଲେ ସାଂସଦ ଶଶୀ ଥରୁର। ତାଙ୍କ ବିପକ୍ଷରେ ଥିଲେ ଦଳର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେ। ନିର୍ବାଚନରେ ଥରୁରଙ୍କୁ ବଡ ପରାଜୟର ସାମ୍ନା କରିବାକୁ ପଡିଥିଲା।

The post ୨୪ ନିର୍ବାଚନରେ ୫୦ ସିଟରେ ହାରିପାରେ ବିଜେପି: ଥରୁର appeared first on Odisha Reporter.



from Odisha Reporter https://ift.tt/o6xKAID

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages