ହକି ବିଶ୍ୱକପ: ଆଜି ଶୀର୍ଷରେ ଥିବା ଇଂଲଣ୍ଡକୁ ଭେଟିବ ଭାରତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 14, 2023

ହକି ବିଶ୍ୱକପ: ଆଜି ଶୀର୍ଷରେ ଥିବା ଇଂଲଣ୍ଡକୁ ଭେଟିବ ଭାରତ

ଭୁବନେଶ୍ୱର: ବିଜୟରୁ ଏଫଆଇଏଚ ଓଡ଼ିଶା ହକି ପୁରୁଷ ବିଶ୍ୱକପ ଅଭିଯାନ ଆରମ୍ଭ କରିଥିବା ଘରୋଇ ଟିମ ଭାରତ ଆଜି ଇଂଲଣ୍ଡକୁ ଭେଟିବ। ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ସନ୍ଧ୍ୟା ୭ଟାରେ ଏହି ମ୍ୟାଚ୍‌ ଖେଳାଯିବ। ଗ୍ରୁପ ଡି’ରେ ଥିବା ଉଭୟ ଦଳ ନିଜ ନିଜର ପ୍ରଥମ ମ୍ୟାଚ୍‌ ଜିତିଛନ୍ତି। ତେଣୁ ଆଜି ଜୋରଦାର ଟକ୍କର ହେବ।

ବିଶ୍ୱ ରାଙ୍କିଂରେ ଇଂଲଣ୍ଡ ୫ମ ସ୍ଥାନରେ ଥିବା ବେଳେ ଭାରତ ୬ଷ୍ଠ ସ୍ଥାନରେ ରହିଛି। ସେହିପରି ଚଳିତ ବିଶ୍ୱକପରେ ଇଂଲଣ୍ଡ ପ୍ରତିପକ୍ଷ ୱେଲ୍ସକୁ ୫-୦ରେ ହରାଇ ଟେବୁଲ ଟପ୍‌ରେ ରହିଛି। ଭାରତ ମଧ୍ୟ ପ୍ରଥମ ମ୍ୟାଚ୍‌ରେ ସ୍ପେନକୁ ହରାଇଥିଲା। କିନ୍ତୁ ଗୋଲ ବ୍ୟବଧାନ ୨-୦ ଥିବାରୁ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି।

ତେଣୁ ଆଜି ମ୍ୟାଚ୍‌ ଭାରତ ଜିତିଲେ ଟେବୁଲ ଟପ୍‌ରେ ପହଞ୍ଚିବ। ଏଥିସହ ପଏଣ୍ଟ ଟେବୁଲରେ ଶୀର୍ଷ ସ୍ଥାନ ଦଖଲ କରି ନକ୍ଆଉଟ୍ ପାଇଁ ଯୋଗ୍ୟତା ପାଇବ। ଇଂଲଣ୍ଡ ମଧ୍ୟ ସିଧାସଳଖ ନକଆଉଟରେ ପହଞ୍ଚିବାକୁ ଲକ୍ଷ୍ୟ ରଖିଛି। ନିୟମ ଅନୁସାରେ ଗ୍ରୁପ୍‌ର ଶୀର୍ଷ ସ୍ଥାନରେ ରହିବାକୁ ଥିବା ଦଳ ସିଧାସଳଖ କ୍ୱାର୍ଟର ଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିବେ। ଦ୍ୱିତୀୟ ସ୍ଥାନରେ ରହୁଥିବା ଦଳ କ୍ରସ ଓଭର ମ୍ୟାଚ୍‌ ଖେଳିବ।

ଘରୋଇ ପରିବେଶରେ ବିଶ୍ୱକପ ଖେଳୁଥିବା ଭାରତୀୟ ଦଳ ପ୍ରଥମ ମ୍ୟାଚ୍‌ରେ କମାଲ କରିଥିଲା। ଓଡ଼ିଆ ପୁଅ ଅମିତ ରୋହିଦାସଙ୍କ ପ୍ରାରମ୍ଭିକ ଗୋଲରେ ଆଗୁଆ ଥିବା ଭାରତ ପାଇଁ ଦ୍ୱିତୀୟ ଗୋଲ ହାର୍ଦ୍ଦିକ ସିଂହ ଦେଇଥିଲେ। ୧୩ ଓ ୨୬ତମ ମିନିଟରେ ଭାରତ ସ୍କୋର କରିଥିବା ଦୁଇଟି ଗୋଲ ଶେଷରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥିଲା। ଭାରତ ମଧ୍ୟ ୨-୦ରେ ସ୍ପେନକୁ ହରାଇଥିଲା। ତେବେ ଦଳ ପ୍ରଥମ ମ୍ୟାଚ୍‌ରେ ଏକାଧିକ ପେନାଲ୍ଟି କର୍ଣ୍ଣର ପାଇଥିଲେ ମଧ୍ୟ ଏହାକୁ ଗୋଲରେ ପରିଣତ କରିପାରି ନଥିଲା। ତେଣୁ ଦଳକୁ ଆଜି ଏହା ଉପରେ ଅଧିକ ଫୋକସ କରିବାକୁ ପଡ଼ିବ।

କାରଣ ପଲ୍ ରେଭିଙ୍ଗଟନ ଇଂଲଣ୍ଡ ଦଳ ପେନାଲଟି କର୍ଣ୍ଣର୍‌କୁ ଗୋଲ୍‌ରେ ପରିଣତ କରିବାରେ ବେଶ ମାହିର। ୱେଲ୍ସ ବିପକ୍ଷରେ ଦଳ ପେନାଲ୍ଟି କର୍ଣ୍ଣରକୁ ସଫଳତାର ସହ ଗୋଲରେ ପରିଣତ କରି ମ୍ୟାଚ୍‌କୁ ଏକତରଫା କରି ଦେଇଥିଲା। ଇଂଲଣ୍ଡର ଫରୱାର୍ଡ୍ ଲିଆମ ଆନସେଲ ଭାରତ ପାଇଁ କଡ଼ା ଚ୍ୟାଲେଞ୍ଜ ସୃଷ୍ଟି କରିପାରନ୍ତି। ସେ ୱେଲ୍ସ ବିପକ୍ଷ ମ୍ୟାଚ୍‌ରେ ଦୁଇଟି ପେନାଲଟି କର୍ଣ୍ଣର୍‌କୁ ସଫଳତାର ସହ ଗୋଲ୍‌ରେ ପରିଣତ କରିଥିଲେ। ତେଣୁ ଭାରତର ରକ୍ଷଣ ଭାଗକୁ ଅତ୍ୟନ୍ତ ସତର୍କତାର ସହ ଖେଳିବାକୁ ପଡ଼ିବ।

୧୯୭୫ରେ ଶେଷଥର ପାଇଁ ହକି ବିଶ୍ୱକପ ଜିତିଥିବା ଭାରତ ଏହାପରେ ନକଆଉଟରେ ପ୍ରବେଶ କରିବାକୁ ସଂଘର୍ଷ କରି ଚାଲିଥିଲା। ଦଳ ଦୀର୍ଘ ୪୩ ବର୍ଷ ପରେ ଅର୍ଥାତ ୨୦୧୮ରେ ନକଆଉଟରେ ପ୍ରବେଶ କରିଥିଲା। କିନ୍ତୁ ଦଳ ଆଗକୁ ଯିବାକୁ ସକ୍ଷମ ହୋଇ ନଥିଲା। ଏଥର ଦଳ ପୂର୍ବ ରେକର୍ଡକୁ ଭୁଲି ଭଲ ପ୍ରଦର୍ଶନ କରିବା ଲକ୍ଷ୍ୟରେ ରହିଛି।

ଉଭୟ ଦଳ ଏଯାଏ ୧୩୩ଟି ମ୍ୟାଚ୍‌ରେ ମୁହାଁମୁହିଁ ହୋଇଥିବା ବେଳେ ଭାରତ ୨୫ଟି ଓ ଇଂଲଣ୍ଡ ୮୬ଟି ମ୍ୟାଚ୍‌ ଜିତିଛି। ସେହିପରି ୨୨ଟି ମ୍ୟାଚ ଡ୍ର ହୋଇଛି। ବିଶ୍ୱକପରେ ୮ଟି ମ୍ୟାଚ୍‌ ମ୍ୟାଚ୍ ଦୁଇ ଦଳ ପରସ୍ପର ବିରୋଧରେ ଏଯାଏ ଖେଳିଛନ୍ତି। ଏଥିରେ ଭାରତ ୩ଟି ଓ ଇଂଲଣ୍ଡ ୪ଟିରେ ଜିତିଛି। ଶେଷ ୩ ମ୍ୟାଚ୍‌କୁ ବିଚାରକୁ ନେଲେ ଭାରତ ୨ଟି ଜିତିଥିବା ବେଳେ ଗୋଟିଏ ଡ୍ର ରହିଛି।

ଅନ୍ୟପକ୍ଷରେ ବିର୍ସା ମୁଣ୍ଡା ଷ୍ଟାଡିୟମରେ ଆଜି ଆଉ ଗୋଟିଏ ମ୍ୟାଚ୍‌ ଅପରାହ୍ନ ୫ଟାରେ ଖେଳାଯିବ। ଏହି ମ୍ୟାଚ୍‌ରେ ସ୍ପେନ ଓ ୱେଲ୍ସ ପରସ୍ପରକୁ ଭେଟିବେ।

The post ହକି ବିଶ୍ୱକପ: ଆଜି ଶୀର୍ଷରେ ଥିବା ଇଂଲଣ୍ଡକୁ ଭେଟିବ ଭାରତ appeared first on Odisha Reporter.



from Odisha Reporter https://ift.tt/NXgbzkK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages