ଆଜି ଆର୍ମି ଦିବସ: ୧୯୪୯ ପରେ ପ୍ରଥମଥର ଦିଲ୍ଲୀ ବାହାରେ ହେବେ ପ୍ୟାରେଡ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 14, 2023

ଆଜି ଆର୍ମି ଦିବସ: ୧୯୪୯ ପରେ ପ୍ରଥମଥର ଦିଲ୍ଲୀ ବାହାରେ ହେବେ ପ୍ୟାରେଡ୍

ନୂଆଦିଲ୍ଲୀ: ପ୍ରଥମଥର ପାଇଁ ଦେଶର ରାଜଧାନୀ ଦିଲ୍ଲୀ ବାହାରେ ହେବ ଆର୍ମି ଡେ’ ବା ସେନା ଦିବସ ପ୍ୟାରେଡ୍‌। ୧୯୪୯ ପରଠାରୁ ସବୁ ବର୍ଷ ଜାନୁଆରୀ ୧୫ରେ ଆର୍ମି ଦିବସ ଉପଲକ୍ଷେ ପ୍ୟାରେଡ ଓ ଅନ୍ୟାନ୍ୟ ଚିତାକର୍ଷକ କାର୍ଯ୍ୟକ୍ରମ ରାଜଧାନୀରେ ଅନୁଷ୍ଠିତ ହେଉଥିଲା।

ହେଲେ ଚଳିତ ବର୍ଷ ଏଥିରେ ବ୍ୟତୀକ୍ରମ ଦେଖାଦେଇଛି। ଦିଲ୍ଲୀ ବଦଳରେ ଆର୍ମି ଡେ’ ପ୍ୟାରେଡ ବେଙ୍ଗାଲୁରୁର ପ୍ୟାରେଡ୍‌ ଗ୍ରାଉଣ୍ଡରେ ଅନୁଷ୍ଠିତ ହେବ। ଆଜି ୭୫ତମ ଆର୍ମି ଦିବସ ହୋଇଥିବା ବେଳେ ଆସନ୍ତାକାଲି ପ୍ୟାରେଡ କାର୍ଯ୍ୟକ୍ରମର ବେଙ୍ଗାଲୁରୁରେ ଆୟୋଜନ କରାଯିବ।

ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ପ୍ୟାରେଡର ସମୀକ୍ଷା କରିବେ ଓ ଗ୍ୟାଲେଣ୍ଟ୍ରି ମେଡାଲ ପ୍ରଦାନ କରିବେ। ଏହାପରେ ପରେ ଆର୍ମି ସର୍ଭିସ କର୍ପସ ଟର୍ନାଡୋ ଦ୍ୱାରା ସାହସିକ ମୋଟରସାଇକେଲ କଳା ପ୍ରଦର୍ଶନ କରାଯିବ। ଏହାବାଦ ପାରାଟ୍ରୁପରଙ୍କ ଦ୍ୱାରା ସ୍କାଏଡାଇଭିଙ୍ଗ, ଡେୟାରଡେଭିଲ ଜମ୍ପ ଓ ଆର୍ମି ଆଭିଏସନ କର୍ପସ ହେଲିକପ୍ଟର ଦ୍ୱାରା ନିଜର ପରାକ୍ରମ ସମସ୍ତଙ୍କୁ ଦେଖାଇବେ।

ଜେନେରାଲ (ପରେ ଫିଲ୍ଡ ମାର୍ଶଲ) କେଏମ କାରିଆପ୍ପା ୧୯୪୯ ମସିହାରେ ଭାରତୀୟ ସେନାର କମାଣ ଶେଷ ବ୍ରିଟିଶ କମାଣ୍ଡର ଜେନେରାଲ ସାର୍ ଏଫଆର ବଚରଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଥିଲେ। ଜେନେରାଲ କାରିଆପ୍ପା ସ୍ଥଳ ସେନାର ପ୍ରଥମ ମୁଖ୍ୟ। ଏହି ସ୍ମୃତିରେ ପ୍ରତିବର୍ଷ ଜାନୁଆରୀରେ ୧୫ରେ ସେନା ଦିବସ ପାଳନ କରାଯାଇଥାଏ।

ଚଳିତ ବର୍ଷ ପ୍ୟାରେଡ ଉତ୍ସବ ଦିଲ୍ଲୀ ବାହାରେ ଅନୁଷ୍ଠିତ ହେଉଥିବା ବେଳେ ପୁଣେ ସ୍ଥିତ ସାଉଥ୍ କମାଣ୍ଡ ଏହାର ଅଧ୍ୟକ୍ଷତା କରିବ। ସବୁ ବର୍ଷ ଦିଲ୍ଲୀ କ୍ୟାଣ୍ଟନମେଣ୍ଟ ଥିବା କାରିଆପ୍ପା ପ୍ୟାରେଡ ଗ୍ରାଉଣ୍ଡରେ ଆର୍ମି ଡେ ପ୍ୟାରେଡ ଅନୁଷ୍ଠିତ ହେଉଥିଲା।

ଗତବର୍ଷ ଭାରତୀୟ ବାୟୁସେନା ମଧ୍ୟ ଦିଲ୍ଲୀର ହିନ୍ଦନ ଏୟାର ବେସ ବଦଳରେ ଚଣ୍ଡିଗଡ଼ରେ ତା’ର ବାର୍ଷିକ ଫ୍ଲାଏ-ପାଷ୍ଟ ଓ ବାୟୁସେନା ଦିବସ ପାଳନ କରିଥିଲା।

The post ଆଜି ଆର୍ମି ଦିବସ: ୧୯୪୯ ପରେ ପ୍ରଥମଥର ଦିଲ୍ଲୀ ବାହାରେ ହେବେ ପ୍ୟାରେଡ୍ appeared first on Odisha Reporter.



from Odisha Reporter https://ift.tt/qUC1VdZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages