କରୁଥିଲା ନାକେଦମ, ହେଲା ଟ୍ରାଙ୍କୁଲାଇଜ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 9, 2023

କରୁଥିଲା ନାକେଦମ, ହେଲା ଟ୍ରାଙ୍କୁଲାଇଜ୍‌

ପୁରୀ(ଓଡ଼ିଶା ରିପୋର୍ଟର): ଗତ କିଛିଦିନ ହେବ ପୁରୀରେ ଉପଦ୍ରବ ଚଳାଇଥିବା ହାତୀଟିକୁ ଆଜି ଟ୍ରାଙ୍କୁଲାଇଜ କରିଛି ବନ ବିଭାଗ। ପ୍ରକୃତି ନିବାସ ନିକଟ ସମୁଦ୍ର ପାଖରୁ ହାତୀଟିକୁ ଟ୍ରାଙ୍କୁଲାଇଜ କରାଯାଇଥିବା ସୂଚନା ମିଳିଛି। ତେବେ ହାତୀଟିକୁ ଟ୍ରାଙ୍କୁଲାଇଜ କରାଯାଇ କେଉଁ ଜଙ୍ଗଲରେ ଛଡ଼ାଯିବ ବନ ବିଭାଗ ପକ୍ଷରୁ ଏନେଇ  କିଛି ସୂଚନା ଦିଆଯାଇନାହିଁ।

ଗତକିଛି ଦିନ ହେବ ହାତୀଟି ଚନ୍ଦନପୁର, ପ୍ରତାପପୁରୁଷୋତ୍ତମପୁର, ପାଙ୍କଳ ଓ କୃଷ୍ଣଜନପୁର ଅଞ୍ଚଳରେ ବୁଲୁଥିଲା।  ରାତି ହେଲେ ଖାଦ୍ୟ ଅନ୍ୱେଷଣରେ ଜନବସତିକୁ ଆଡକୁ ପଶି ଆସୁଥିବାରୁ ଲୋକେ ଭୟଭୀତ ହୋଇ ପଡ଼ୁଥିଲେ। ଗତକାଲି ହାତୀଟି ବଲଭଦ୍ରପୁରୁ ଗହୀର ବାଟ ଦେଇ ଶ୍ରୀସେତ ନିର୍ମାଣ ସ୍ଥଳ ଅଞ୍ଚଳ ଦେଇ ଖଣ୍ଡିଆବନ୍ଧକୁ  ଚାଲି ଯାଇଥିଲା। ଲୋକମାନେ ମାନେ ହାତୀଟିକୁ ଦେଖି ପାଟିତୁଣ୍ଡ କରିବାରୁ ସେ ବାଲିଗୁଆଳି ନିକଟବର୍ତ୍ତୀ ଅଭୟାରଣ୍ୟକୁ ପଳାଇ ଯାଇଥିଲା। ହାତୀଟି ଜନବସତି ଆଡକୁ ପଶି ଆସିଥିବାରୁ ଲୋକମାନେ ଭୟଭୀତ ହୋଇ ପଡ଼ିଥିଲେ।  ଏନେଇ ବନ ବିଭାଗକୁ ଖବର ଦେଇଥିଲେ।

 

 

The post କରୁଥିଲା ନାକେଦମ, ହେଲା ଟ୍ରାଙ୍କୁଲାଇଜ୍‌ appeared first on Odisha Reporter.



from Odisha Reporter https://ift.tt/ftZgELm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages