ରାସ୍ତାରେ ଗଡ଼ିବ ରାଜାଙ୍କ ୧୯୩୯ ମସିହାର କାର୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 21, 2023

ରାସ୍ତାରେ ଗଡ଼ିବ ରାଜାଙ୍କ ୧୯୩୯ ମସିହାର କାର୍‌

ସହରର ଗଳି କନ୍ଦିରେ ବୁଲିବ ରାଜତନ୍ତ୍ର ଅମଳର ଗାଡ଼ି। ସେଥିପାଇଁ ନିଜର ପୁରୁଣା ଗାଡ଼ିକୁ ସଜାଡ଼ିବାରେ ଲାଗି ପଡ଼ିଛନ୍ତି କେନ୍ଦୁଝର ରାଜା ଧନଞ୍ଜୟ ନାରାୟଣ ଭଞ୍ଜଦେଓ। ମେକାନିକ୍‌ ଡାକି ବାପା ଜେଜ ଅମର ଗାଡ଼ି ଗୁଡ଼ିକୁ ମରାମତି କରୁଛନ୍ତି। ରାଜ୍ୟ ସରକାରଙ୍କ ଭିଣ୍ଟେଜ୍ ପଲିସି ବଳରେ ଗାଡ଼ି ଗୁଡ଼ିକୁ ରେଜିଷ୍ଟ୍ରେସନ୍‌ କରି ଚଲାଇବାକୁ ଆଶା ରଖିଛନ୍ତି ରାଜା ଧନଞ୍ଜୟ ନାରାୟଣ ଭଞ୍ଜଦେଓ।

କେନ୍ଦୁଝର ରାଜା ହେଉଛନ୍ତି ଗାଡ଼ି ସୌକିନ୍‌। ତାଙ୍କ ପାଖରେ ୧୦୦ରୁ ଅଧିକ ସୌଖିନ୍‌ କାର, ଜିପ୍‌ ଓ ବାଇକ୍‌ ରହିଛି। ତା’ ଭିତରେ ରହିଛି ୧୯୩୯ ମସିହା ଉଜଜଲି କାର୍‌, ୧୯୪୨ ମସିହାର ଫୋର୍ ଜିପିଡବ୍ଲ୍ୟୁ ଜିପ୍, ୧୯୫୩ ମସିହାର ମୋରିସ୍‌ ମାଇନର, ଡଜ୍, ପ୍ଲିମଥ୍, ଆମ୍ବାସଡର୍ ମାର୍କଟୁ, ଷ୍ଟାଣ୍ଟାର୍ଡ୍ ହେରଲ୍ଡ, ସେଭ୍ରଲେଟ୍ ଓ ଅଷ୍ଟିନ୍ ପରି ଅନେକ ନାମୀଦାମୀ କାର୍। ଏଥିସହ ୧୯୬୦ ମସିହାର ଜାୱା, ରୟାଲ୍‌ ଏନ୍‌ଫିଲ୍‌ଡ, ନର୍ଟନ୍, ୟାମାହା ଆରଡି 350 ପରି ବାଇକ ମଧ୍ୟ ରହିଛି।

ମହାରାଜାମାନେ ତାଙ୍କ ଶାସନ କାଳ ଭିତରେ ଏହି ଗାଡ଼ି ଗୁଡ଼ିକୁ କିଣିଥିଲେ। ଇତି ମଧ୍ୟ ରାଜତନ୍ତ୍ର ଯାଇ ଗଣତନ୍ତ୍ର ପ୍ରତିଷ୍ଠା ହେଲାଣି। ଦେଶ ସ୍ୱାଧୀନ ହେବାକୁ ଅନେକ ବର୍ଷ ବିତି ଗଲାଣି। ରାଜତନ୍ତ୍ର ଅମଳରେ କିଣାଯାଇଥିବା ଗାଡ଼ି ଗୁଡ଼ିକ ପୁରୁଣା ହୋଇଗଲାଣି। ତେଣୁ ସେହି ଗାଡ଼ି ଗୁଡ଼ିକୁ ରାସ୍ତାରେ ଚାଲିବା ପାଇଁ ଅନୁମତି ଦିଆଯାଉ ନାହିଁ। ତେଣୁ ଗାଡ଼ି ଗୁଡ଼ିକୁ ପିଢ଼ି ପରେ ପିଢ଼ି ରାଜା କେନ୍ଦୁଝର ରାଜପ୍ରାସାଦରେ ସେମିତି ସାଇତି ରଖିଛନ୍ତି।

ତେବେ ରାଜ୍ୟ ସରକାରଙ୍କ ଭିଣ୍ଟେଜ୍‌ ପଲିସି ବଳରେ ପୁରୁଣା କାର ଗୁଡ଼ିକର ପୁନରୁଦ୍ଧାର ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି ରାଜା ଧନଞ୍ଜୟ ନାରାୟଣ ଭଞ୍ଜଦେଓ। ମେକାନିକ୍‌ ଡାକି ଗାଡ଼ି ଗୁଡ଼ିକର ନୂଆ ରୂପ ଦେଉଛନ୍ତି। ରାଜା ଧନଞ୍ଜୟ ନାରାୟଣ ଭଞ୍ଜଦେଓ କହିଛନ୍ତି, ରାଜ୍ୟ ସରକାରଙ୍କ ଭିଣ୍ଟେଜ ପଲିସିକୁ ସ୍ୱାଗତ କରୁଛୁ। ଏହାଦ୍ୱାରା ପୁରୁଣା ଗାଡ଼ି ଗୁଡ଼ିକର ରେଜିଷ୍ଟ୍ରେସନ୍‌ ହୋଇପାରିବ। ଆଉ ପର୍ବ ପର୍ବାଣୀରେ ଏହି ଗାଡ଼ିକୁ ଆମେ ଚଲାଇ ପାରିବୁ ବୋଲି ରାଜା କହିଛନ୍ତି।

ରିପୋର୍ଟ- କେନ୍ଦୁଝରରୁ ପ୍ରଣୟ କୁମାର ପାଣି



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/93koDVj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages