ଆଜି ସବୁ ଆରୋପର ଜବାବ ଦେବେ କି ଶ୍ରୀୟା? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 21, 2023

ଆଜି ସବୁ ଆରୋପର ଜବାବ ଦେବେ କି ଶ୍ରୀୟା?

ସିଙ୍ଗର ହ୍ୟୁମାନ ସାଗର ଓ ତାଙ୍କ ପତ୍ନୀ ଶ୍ରୀୟା ମିଶ୍ରଙ୍କ ପାରିବାରିକ ବିବାଦ ଥମିବାର ନାଁ ଧରୁନାହିଁ। ଦୁଇ ଦିନ ଭିତରେ ମାମଲା ସମାଧାନ ପାଇଁ ଦୁଇ ପକ୍ଷ ସମୟ ନେଇଥିବା ବେଳେ ବର୍ତ୍ତମାନ ମୁହାଁମୁହିଁ ସ୍ଥିତି ଦେଖାଦେଇଛି। କଟକ ମହିଳା ଥାନାରୁ ବାହାରିବା ପରେ ହ୍ୟୁମାନଙ୍କ ମାଆ ଦେଇଥିବା ବୟାନ୍‌କୁ ନେଇ ବିବାଦ ବଢ଼ିବାରେ ଲାଗିଛି। ତାହାର ଜବାବ ଶନିବାର ଶ୍ରୀୟା ନିଜେ ଦେଇଛନ୍ତି। ଆଜି ସେ ପୁରୀରେ ପ୍ରେସ୍‌ମିଟ୍‌ କରିବେ ବୋଲି ଘୋଷଣା କରିଛନ୍ତି। ତେବେ ଏଥିରେ ସେ ସବୁ ଅଭିଯୋଗରେ ଉତ୍ତର ଦେବେ ବୋଲି ଚର୍ଚ୍ଚା ହେଉଛି।

ଶନିବାର ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀୟା କହିଥିଲେ, ନିର୍ଯାତନା ଅତ୍ୟଧିକ ହେବାରୁ ଥାନାକୁ ଗଲି। ଝିଅ ଜନ୍ମ ପରଠାରୁ ଅର୍ଥାତ ୫ ବର୍ଷ ହେଲା ମୋତେ ମାନସିକ ଓ ଶାରୀରିକ ନିର୍ଯାତନା ଦିଆଯାଉଥିଲା। ଧର୍ମ ପରିବର୍ତ୍ତନ ପାଇଁ ବାଧ୍ୟ କରାଯାଉଥିଲା। ମୋ’ ସ୍ୱାମୀ ଜଣେ ସେଲିବ୍ରିଟି, ତେଣୁ ମୁଁ ଚାହୁଁଥିଲି ତାଙ୍କ ନାଁ ନପଡୁ। କିନ୍ତୁ ନିର୍ଯାତନା ଅତ୍ୟଧିକ ହେବାରୁ ବାଧ୍ୟହୋଇ ଥାନାକୁ ଗଲି ବୋଲି ଶ୍ରୀୟା କହିଛନ୍ତି।

ସେ ଆହୁରି କହିଛନ୍ତି, ମୁଁ ଯେବେ ତାଙ୍କୁ ମଦ ପିଇବାକୁ ବାରଣ କରେ, ସେ ପିଟନ୍ତି। ତାଙ୍କ ପରିବାର ଲୋକେ ମୋତେ ସିନ୍ଦୂର ଲଗାଇବାକୁ ଦିଅନ୍ତିନି। ବିନ୍ଦି ଲଗାଇବାକୁ ଦିଅନ୍ତିନି। ମୁଁ ଅଳତା ଟିକେ ବି ଲଗାଇ ପାରେନି। ଠାକୁରଙ୍କ ଭୋଗ ଟିକେ ଖାଇଲେ ପାପ ବୋଲି କହନ୍ତି। ତାଙ୍କ ମା’ ଓ ଘର ଲୋକ ବିଶେଷ କରି ଏଭଳି କୁହନ୍ତି। ଶାଶୂ ମୋ’ ବିରୋଧରେ ଆଣିଥିବା ସବୁ ଅଭିଯୋଗ ମିଥ୍ୟା ବୋଲି କହିଛନ୍ତି ଶ୍ରୀୟା।

ଶ୍ରୀଆ ଆହୁରି କହିଛନ୍ତି, ଜଣେ ଥାର୍ଡ ପର୍ସନ ପାଇଁ ମୋତେ ଘରୁ ତଡ଼ିଦେଲେ। ମୋ’ ବାପା, ମାଙ୍କୁ ଗାଳିଗୁଲଜ କରି ଘରୁ ବାହାର କରିଦେଲେ। ଗତ ୬ ମାସ ହେଲା ମୁଁ ସେଠି ରହୁନଥିଲି। ତାଙ୍କ ମାଆ ଆମ ପରିବାର ନାଁରେ ମିଥ୍ୟା ଆରୋପ ଲଗାଇଲେ। ଥାନାରେ ଦେଖାହେଲେ ମୁଁ ତାଙ୍କ ମାଆଙ୍କୁ ଏସବୁ କଥା ପଚାରିବି। କମ୍ପ୍ରୋମାଇଜ ପାଇଁ ଆମେ ରାଜି ଅଛୁ। ତେବେ କମ୍ପ୍ରୋମାଇଜ କଥାଟା ଖାଲି ମିଡିଆରେ କହିଦେଲେ ହେବନି। କମ୍ପ୍ରୋମାଇଜ ପାଇଁ ସେପଟୁ ବି ସେତିକି ହାତ ବଢ଼ିବା ଦରକାର। ମୁଁ ସେଠାରେ ସେଫ୍ଟି ଫିଲ୍ କରୁନି। ଝିଅକୁ ବି ପିଟାପିଟି କରିଛନ୍ତି। ସ୍ତ୍ରୀର ମାନ୍ୟତା ଦେଇ ଫେରାଇ ନେଲେ, ମୁଁ ନିଶ୍ଚିତ ତାଙ୍କ ପାଖକୁ ଯିବି ବୋଲି ଶ୍ରୀୟା କହିଛନ୍ତି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/vkmN5cK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages