ମିଠୁ ପ୍ରଭାବ: ଭାରତୀୟ କୁସ୍ତି ମହାସଂଘର ଜରୁରୀ ବୈଠକ ରଦ୍ଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 21, 2023

ମିଠୁ ପ୍ରଭାବ: ଭାରତୀୟ କୁସ୍ତି ମହାସଂଘର ଜରୁରୀ ବୈଠକ ରଦ୍ଦ

ଅଯୋଧ୍ୟାରେ ହେବାକୁ ଥିବା ଭାରତୀୟ କୁସ୍ତି ମହାସଂଘ(ଡବ୍ଲୁଏଫ୍‌ଆଇ)ର ଜରୁରୀ କାର୍ଯ୍ୟକାରଣୀ ବୈଠକ ରଦ୍ଦ ହୋଇଛି। ଆଜି ଏହି ବୈଠକକୁ ଡବ୍ଲୁଏଫ୍‌ଆଇ ସଭାପତି ବ୍ରିଜଭୂଷଣ ଶରଣ ସିଂହ ଡାକିଥିଲେ। ତେବେ ହଠାତ୍ ଏହି ବୈଠକୁ ଆସନ୍ତା ୪ ସପ୍ତାହ ପାଇଁ ରଦ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। 

ବିଜେପିର ବାହୁବଳୀ ସାଂସଦ ବ୍ରିଜ ଭୂଷଣ ଶରଣ ସିଂହ ସଭାପତି ପଦରେ ରହିବେ ନା ଇସ୍ତଫା ଦେବେ ତାହା ଆଜି ସ୍ପଷ୍ଟ ହୋଇଥାନ୍ତା। କାରଣ ଆଜି କୁସ୍ତି ମହାସଂଘ କାର୍ଯ୍ୟକାରିଣୀ ସଦସ୍ୟଙ୍କ ଆଗରେ ବ୍ରିଜଭୂଷଣ ନିଜ ପକ୍ଷ ରଖିଥାନ୍ତେ। ତେବେ ଏହାପୂର୍ବରୁ ବୈଠକକୁ ରଦ୍ଦ କରି ଦିଆଯାଇଛି।

ମହିଳା କୁସ୍ତି ଯୋଦ୍ଧାଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ବ୍ରିଜ ଭୂଷଣଙ୍କୁ ପଦରୁ ବିଦା କରିବାକୁ ଚାପ ପ୍ରୟୋଗ କରାଯାଉଛି । କିନ୍ତୁ ସେ ଇସ୍ତଫା ଦେବାକୁ ରାଜି ହେଉ ନାହାନ୍ତି। ଭାରତୀୟ କୁସ୍ତି ମହାସଂଘ ଓ କୁସ୍ତି ଯୋଦ୍ଧାଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ଏହି ଲଢେଇରେ କ୍ରୀଡା ମନ୍ତ୍ରଣାଳୟକୁ ରେଫରି ଭାବେ ଦେଖାଯାଉଛି। ଗତ ୫ ଦିନ ହେଲା କ୍ରୀଡା ମନ୍ତ୍ରଣାଳୟ ଘଟଣାକୁ ନେଇ ଆକ୍ସନ ମୋଡକୁ ଆସିଯାଇଛି।

ଗତକାଲି କୁସ୍ତି ମହାସଂଘର ଆସିଷ୍ଟାଣ୍ଟ ସେକ୍ରେଟାରି ବିନୋଦ ତୋମାରଙ୍କୁ ଅନୁଶାସନହୀନ ଅଭିଯୋଗରେ ନିଲମ୍ବନ କରଛି କ୍ରୀଡା ମନ୍ତ୍ରଣାଳୟ। ଏଥିସହ କୁସ୍ତି ଯୋଦ୍ଧାଙ୍କ ଅଭିଯୋଗର ତଦନ୍ତ ନସରିବା ଯାଏଁ କୁସ୍ତି ମହାସଂଘର ସମସ୍ତ କାର୍ଯ୍ୟକଳାପ ଉପରେ ରୋକ ଲଗାଯାଇଛି। କେନ୍ଦ୍ର କ୍ରୀଡା ମନ୍ତ୍ରୀ ତଦନ୍ତ ପାଇଁ ଏକ କମିଟି ଗଠନ କରିଛନ୍ତି। ଏହି କମିଟି ଚାରି ସପ୍ତାହ ଭିତରେ କୁସ୍ତି ମହାସଂଘ ଓ ପଦାଧିକାରୀଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ କରି ରିପୋର୍ଟ ଦେବ।

ଉଲ୍ଲେଖଯୋଗ୍ୟ ଭାରତୀୟ ଷ୍ଟାର୍ ରେସ୍‌ଲର୍ ଭିନେଶ ଫୋଗଟଙ୍କ ସମେତ ଅନେକ ରେସଲର୍ ଡବ୍ଲୁଏଫ୍‌ଆଇ ସଭାପତିଙ୍କ ବିରୋଧରେ ମିଠୁ ଅଭିଯୋଗ ଆଣିଥିଲେ। ସେ ରେସଲର୍‌ଙ୍କୁ ଯୌନ ନିର୍ଯାତନ ଦେଉଥିବା ଅଭିଯୋଗ କରି ନ୍ୟାୟ ଦାବିରେ ସେମାନେ ଦିଲ୍ଲୀ ଜନ୍ତରମନ୍ତରରେ ଧାରଣାରେ ବସିଥିଲେ। ଏଥିସହ ବ୍ରିଜ ଭୂଷଣ ଇସ୍ତଫା ନଦେବା ଯାଏଁ ଧାରଣାରୁ ହଟିବେ ନାହିଁ ବୋଲି ରୋକଠୋକ କହିଥିଲେ। କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଖେଳାଳିଙ୍କ ସହ ଆଲୋଚନା ପରେ ସେମାନେ ଧାରଣାରୁ ହଟିଥିଲେ। 



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/Gvx56OY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages