ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଘର ଉପରକୁ ପଥର ମାଡ଼, ବ୍ୟାପକ ପୋଡାଜଳା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 3, 2023

ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଘର ଉପରକୁ ପଥର ମାଡ଼, ବ୍ୟାପକ ପୋଡାଜଳା

ନୂଆଦିଲ୍ଲୀ: ତ୍ରିପୁରାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବଙ୍କ ଘର ଉପରକୁ ପଥର ମାଡ। ମଙ୍ଗଳବାର ରାତିରେ କିଛି ଦୁର୍ବୃତ୍ତବିପ୍ଲବ ଦେବଙ୍କ ପୈତୃକ ଘର ବାହାରେ ଆକ୍ରମଣ କରିଛନ୍ତି। ପଥର ମାଡ କରିବା ସହ ଗାଡି ଭଙ୍ଗାରୁଜା ଓ ପୋଡାଜଳା ମଧ୍ୟ କରିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଘର ବାହାରେ ଏକତ୍ରିତ ହୋଇଥିବା ପୂଜାରୀଙ୍କୁ ଟାର୍ଗେଟ୍ କରି ଦୁର୍ବୃତ୍ତମାନେ ଏହି ଆକ୍ରମଣ କରିଛନ୍ତି।

ତ୍ରିପୁରାର ଗୋମତି ଜିଲ୍ଲାରେ ଥିବା ବିପ୍ଲବ ଦେବଙ୍କ ପୈତୃକ ବାସଭବନରେ ଏହି ଘଟଣା ଘଟିଛି। ରାଜନଗର ସ୍ଥିତ ବିପ୍ଲବ ଦେବଙ୍କ ପୈତୃକ ବାସଭବନରେ ତାଙ୍କ ବାପାଙ୍କ ବାର୍ଷିକ ଶ୍ରାଦ୍ଧ କରିବା ପାଇଁ ପୂଜାରୀମାନେ ଏକତ୍ରିତ ହୋଇଥିଲେ। ସେମାନେ ଘର ଭିତରକୁ ପ୍ରବେଶ କରିବା ବେଳେ ଦୁର୍ବୃତ୍ତମାନେ ତାଙ୍କ ଉପରକୁ ପଥରମାଡ କରିଥିଲେ। କେବଳ ସେତିକି ନୁହେଁ ତାଙ୍କ ଗାଡି ଭଙ୍ଗାରୁଜା ମଧ୍ୟ କରିଥିଲେ। ପରେ ସ୍ଥାନୀୟ ଲୋକେ ପୂଜାରୀଙ୍କୁ ଆକ୍ରମଣକାରୀଙ୍କ ଠାରୁ ରକ୍ଷା କରିଥିଲେ। ଏହାପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

ଏହି ଘଟଣାରେ ଜିତେନ୍ଦ୍ର କୌଶିକଙ୍କ ଗାଡି ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଜିତେନ୍ଦ୍ର କୌଶିକ କହିଛନ୍ତି, ମୁଁ ତ୍ରିପୁରା ସୁନ୍ଦରୀ ମନ୍ଦରକୁ ଦର୍ଶନ କରିବାକୁ ଆସିଥିଲେ। ଏଠାକୁ ମୁଁ ନିଜ ଗୁରୁଦେବଙ୍କ ନିର୍ଦ୍ଦେଶ ପରେ ବୁଧବାର ହେବାକୁ ଥିବା ଯଜ୍ଞର ପ୍ରସ୍ତୁତି ଦେଖିବାକୁ ଆସିଥିଲି। କିନ୍ତୁ ଏହି ସମୟରେ ହଠାତ୍ ଏକ ଗୋଷ୍ଠୀ ତାଙ୍କ ଉପରେ ଆକ୍ରମଣ କରିଥିଲେ ଓ ଗାଡି ମଧ୍ୟ ଭଙ୍ଗାରୁଜା କରିଥିଲେ ବୋଲି ସେ କହିଛନ୍ତି।

ସେପଟେ ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକେ ବିରୋଧ ଆରମ୍ଭ କରିଥିଲେ। ବ୍ୟାପକ ଦୋକାନ ଭଙ୍ଗାରୁଜା କରିଥିଲେ। ପରେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିଥିଲା। ସିପିଏମ୍ କର୍ମୀ, ବିପ୍ଲବ ଦେବଙ୍କ ଘର ଓ ପୂଜାରୀଙ୍କ ଉପରକୁ ଆକ୍ରମଣ କରିଥିବା କୁହାଯାଉଛି। ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ପାଇଁ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି।

The post ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଘର ଉପରକୁ ପଥର ମାଡ଼, ବ୍ୟାପକ ପୋଡାଜଳା appeared first on Odisha Reporter.



from Odisha Reporter https://ift.tt/xdbOul1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages